ଅପରାଧଓଡ଼ିଶା

ଚାଲାଣ ପାଇଁ ପ୍ରସ୍ତୁତି ବେଳେ ଚଢାଉ, 8 ବସ୍ତା ଗଞ୍ଜେଇ ଜବତ

ଲମତାପୁଟ: ପୁଲିସ ଗଞ୍ଜେଇ ଚାଲାଣ ରୋକିବାକୁ ଯେତିକି ପଦକ୍ଷେପ ନେଉଛି, ଚାଲାଣକାରୀ ସେତିକି ନୂଆ ନୂଆ ଫନ୍ଦି ବାହାର କରୁଛନ୍ତି। ତେବେ ଲମତାପୁଟ ପୁଲିସ ଏକ ଗଞ୍ଜେଇଚାଲଣକୁ ପଣ୍ଡ କରିବାରେ ସକ୍ଷମ ହୋଇଛି। ଚାଲାଣ ହେଉଥିବା ୮ ବସ୍ତା ଗଞ୍ଜେଇ ଜବତ କରିଛି।

ସୂଚନା ମୁତାବକ,  ଲମତାପୁଟ ପୋଲିସ ଟିକାପୁଟ ଗ୍ରାମ ନିକଟ ଛକରେ  ଗଞେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଚଢାଉ କରିଥିଲା ପୋଲିସ। ଚଢଉ ବେଳେ ୮ ବସ୍ତା ଗଞ୍ଜେଇ ଜବତ ହୋଇଛି, ଯାହାର ଓଜନ ୨ କୁଇଣ୍ଟାଲ ହେବ, ଏହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ଵରେ  ମାଛକୁଣ୍ଡ ଏବଂ ଲମତାପୁଟ ପୋଲିସ ଟିକାପୁଟ ଗ୍ରାମ ଛକ ନିକଟରେ ରେ ଚଢାଉ କରିଥିଲେ  ।  ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ଦେଖି ମାଫିଆ ଫେରାର ହୋଇଯାଇଥିଲେ ।  ଏହି ଗଞେଇ ବାହାର ରାଜ୍ୟ କୁ ଚୋରା ଚାଲାଣ ପାଇଁ  ରଖିଥିବା ବେଳେ ସ୍ଥାନୀୟ ଯୁବକଙ୍କ ସମ୍ପୃକ୍ତି ଥିବା ନେଇ  ପୋଲିସ ସନ୍ଦେହ କରି ଏହା ଉପରେ ତଦନ୍ତ ଚଳାଇଛି ।

Related Articles

Leave a Reply

Your email address will not be published.

Back to top button