ଓଡ଼ିଶା

୫ଟି ଯୋଜନାରେ ହେଉଛି ଅନିୟମିତତା ତଦନ୍ତ ନେଇ ଦାବି

ଜୟପୁର : ସାରା ରାଜ୍ୟ ସହ କୋରାପୁଟ ଜିଲାରେ ୫ଟି ଯୋଜନାରେ ହେଉଥିବା ସ୍କୁଲର ସୌନ୍ଦଯ୍ୟକରଣ ଏବଂ ମରାମତି କାମ ରେ କୋଟି କୋଟି ଟଙ୍କା ସରକାରୀ ଅର୍ଥ ରେ ଅନିୟମିତତା ହୋଇଥିବା ନେଇ କୋରାପୁଟ ଯୁବ ସଂଗଠନ ତରଫରୁ ଦାବି ପତ୍ର ପ୍ରଦାନ କରାଯାଇଛି । ଜୟପୁର ସ୍ଥିତ ଭିଜିଲାନ୍ସ ଏସପି ଙ୍କୁ ସଂଗଠନର ଆବାହକ ରବିନ୍ଦ୍ର ମହାପାତ୍ର ଦାବି ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି ଯେ ୫ଟି ନାମରେ କୋଟି କୋଟି ଟଙ୍କା ହରି ଲୁଟ ହୋଇଛି । ସ୍କୁଲର ସୌନ୍ଦଯ୍ୟକରଣ ଏବଂ ମରାମତି କାମରେ ଅର୍ଥ ଖଚ୍ଚ କରାଯାଉଥିବା ବେଳେ ଶିକ୍ଷା ବ୍ୟବସ୍ଥାରେ କିଛି ସୁଫଳ ମୁଳୁ ନାହିଁ । କାଯ୍ୟ ନିମ୍ନ ମାନ ହୋଉଛି, କାଯ୍ୟନିର୍ମାଣର ୨ ରୁ ୩ ମାସ ମଧ୍ୟରେ କେଉଁ ସ୍କୁଲ ଛାତରୁ ପାଣି ଗଳୁଛି କେଉଠି କାନ୍ଥର ପ୍ଲାଷ୍ଟର ଛାଡି ଯାଉଛି, ଚଟାଣର ଟାଇଲସ ଉଠିଯାଉଛି, କେଉଠି କମ୍ପୁଟର କାମ କରୁ ନାହିଁ, ଟେବୁଲ ଚେୟାର , କବାଟ ଝରକା ,ଭାଙ୍ଗି ଯାଇଛି । ଏଭଳି ନିମ୍ନ ମାନର କାମ ବିନା ଟେଣ୍ଡରରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଙ୍କ ଦ୍ୱାରା କରାଯାଉଛି । ବ୍ଲକର ୧୦ ଲକ୍ଷ ଓ ସହରରେ ୩ ଲକ୍ଷ ଟଙ୍କାରୁ ଉଦ୍ଧ ହେଲେ ଟେଣ୍ଡର କରିବାର ନିୟମ ଥିବା ବେଳେ ଏହାକୁ ଭାଗ ଭାଗ କରି ବନା ଟେଣ୍ଡରରେ କାମ କରାଯାଇଛି । ଜିଲାର ଲମତାପୁଟ, ନନ୍ଦପୁର ରେ ଛାଡ ପଡି ଯାଇଥିବା ବେଳେ ଜୟପୁର ରେ ଛାତରୁ ପାଣି ଗଳୁଛି । ତେଣୁ ୫ଟି ଯୋଜନାରେ କ୍ରୟ କରାଯାଉଥିବା ମେଟେରିଆଲ ବିଲ ଏବଂ ପ୍ରକୃତ ଜିନିଷର ମୁଳ୍ୟର ତଦନ୍ତ କରାଯାଉ,ଯେଉଁ ଜେଇ ମାନେ କୋଟି କୋଟି ଟଙ୍କା ବିନିଯୋଗ କରି କାଯ୍ୟ କରୁଛନ୍ତି ସେ ମାନଙ୍କ ପାଖରେ ଏହି କୋଟି କୋଟି ଟଙ୍କା ଆସିଲା କେଉଠି ତାହାର ତଦନ୍ତ କରାଯାଉ, ଏହି କାଯ୍ୟ କରୁଥିବା ଜେଇ ମାନଙ୍କୁ କଳା ତାଲିକାଭୁକ୍ତ କିମ୍ବା ନିଲମ୍ବନ କରି ଦୃଷ୍ଟାନ୍ତମୁଳକ କାଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ଆଦି ଦାବି ରହିଛି ।

Leave a Reply

Your email address will not be published.

Back to top button