kisthabad

  • ଖାଇକୁ ଖସିଲା ଗାଡି: ୭ ମୃତ, ୫ ଆହତ

    ଶ୍ରୀନଗର: ଜମ୍ମୁର କିସ୍ତାବାଡରେ ବଡଧରଣର ଦୁର୍ଘଟଣା।  ଏକ ଟାଟା ସୁମୋ ଖାଇକୁ ଖସି ପଡିବାରୁ ସାତ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାର ସୂଚନା ମିଳିବା ପରେ ସ୍ଥାନୀୟ ଲୋକ ଓ ପୁଲିସ ପହଞ୍ଚି ଆହତ ଓ ମୃତକଙ୍କୁ ଉଦ୍ଧାର କରିଛନ୍ତି।

    କିସ୍ତାବାଡର ଛାତ୍ରୁ, ଚିନଗାମ ଅଞ୍ଚଳରେ ଏକ ଟାଟା ସୁମୋରେ କିଛି ଲୋକ ଯାତ୍ରା କରୁଥିଲେ।  ହଠାତ୍ ଚାଳକ ଗାଡି ଉପରୁ ନିୟନ୍ତ୍ରଣ ହରାଇବାରୁ ଗାଡିଟି ଖାଇକୁ ଖସିପଡିଛି। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ଓ ପୁଲିସ ଅଧିକାରୀ ଉଦ୍ଧାର କରୁଛନ୍ତି। ଘଟଣା ସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲ ଯିବା ବାଟରେ ଅନ୍ୟ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। 

    ଖାଇରୁ ବାହାର କରିବା ପାଇଁ ପୁଲିସ ସେନାର ସହାୟତା ମଧ୍ୟ ନେଉଛନ୍ତି। ଘଟଣାସ୍ଥଳରୁ ୫ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଓ ଏକ ମାମଲା ରୁଜୁ ହୋଇଥିବା ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

Back to top button