landslide

  • ମାଲେସିଆରେ ଭୂସ୍ଖଳନ

    କୋଆଲାଲାମ୍ପୁର: ଶୁକ୍ରବାର ସକାଳୁ ମାଲେସିଆରେ ଭୂସ୍ଖଳନ। କୁଆଲାଲାମ୍ପୁରର ବାହ୍ୟ ଅଞ୍ଚଳର ସେଲାଙ୍ଗୋର ରାଜ୍ୟରେ ଭୂସ୍ଖଳନ ଘଟିଛି। ଭୂସ୍ଖଳନରେ ୨ ଜଣଙ୍କ ମୃତ୍ୟୁ ହୋଇଛି ଓ ୫୦ରୁ ଅଧିକ ମାଟି ଅତଡା ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି। ଘଟଣାର ସୂଚନା ମିଳିବା ପରେ ପରେ ତୁରନ୍ତ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ଆରମ୍ଭ ହୋଇଯାଇଛି।

    ଶୁକ୍ରବାର ସେଲାଙ୍ଗୋର ରାଜ୍ୟରେ ଭୂସ୍ଖଳନ ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ନିଖୋଜ ଅଛନ୍ତି। ନିଖୋଜମାନେ ମାଟି ଅତଡା ତଳେ ଫସି ରହିଥିବା କୁହାଯାଉଛି। ଅଗ୍ନିଶମ ଓ ଉଦ୍ଧାରକାରୀଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଆରମ୍ଭ ହୋଇଛି।  ଅଗ୍ନିଶମ ନିର୍ଦ୍ଦେଶକ ନୋରାଜମ ଖମିଶଙ୍କ ବୟାନ ଅନୁଯାୟୀ, ଏପର୍ଯ୍ୟ ୩୧ ଜଣଙ୍କୁ ଥଇଥାନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଏହି ଭୂସ୍ଖଳରେ ପ୍ରାୟ ଏକ ଏକର ଜାଗା ପ୍ରଭାବିତ ହୋଇଛି।  ଏତେ ପରିମିତ ଜାଗା ଓ ବହୁ ଲୋକ ନିଖୋଜ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି।

  • ଧସିଲା ପାହାଡ

    ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ନାଜାଙ୍ଗତାମ୍ବା ଗ୍ରାମ ନିକଟରେ ଭୂସ୍ଖଳନ। ବିଳମ୍ପିତ ରାତିରେ ପାହାଡ ପହେଡେର ଏକ ଅଂଶ ଖସିଯିବା ପରେ ତାୱାଗତ ଲିପୁଲେଖ ଜାତୀୟ ରାଜପଥ ବନ୍ଦ ହୋଇଯାଇଥିଲା। ନାଜାଙ୍ଗ ତାମ୍ବା ଗାଁ ଦେଇ ଯାଉଥିବା ଆଦି ଯାଉଥିବା କୈଳାଶ ମାନସରୋବର ଯାତ୍ରୀ ମାର୍ଗ ବନ୍ଦ ରହିଛି । ଫଳରେ ସ୍ଥାନୀୟ ଲୋକଙ୍କ ସହି ୪୦ ଜଣ ଯାତ୍ରୀ ଅଟକି ରହିଛନ୍ତି।

  • ମଣିପୁରରେ ବଡ ଧରଣର ଭୂସ୍ଖଳନ

    ମଣିପୁରର ନୋନି ଜିଲ୍ଲାରେ ଏକ ବଡ ଧରଣର ଭୂସ୍ଖଳନ ଘଟିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଲୋକ ନିଖୋଜ ଥିହା ସୂଚନା ମିଳିଛି। ବୁଧବାର ମଧ୍ୟରାତ୍ରୀରେ ତୁପୁଲ ମଖୁମ ଅଞ୍ଚଳରେ ରେଳ ଷ୍ଟେସନର ନିକଟରେ ଭାରତୀୟ ସେନାର ୧୦୭ ଟେରିଟୋରାଲ୍ ଆର୍ମି କମ୍ପାନୀ କାର୍ଯ୍ୟରତ ଥିବା ବେଳେ ଘଟିଥିଲା ଏକ ବଡ ଧରଣର ଭୂସ୍ଖଳନ । ମୃତ୍ୟୁ ସଂଖ୍ୟା ବଢିବା ନେଇ ମଧ୍ୟ ଆଶଙ୍କା ରହିଛି ବୋଲି ଅଧିକାରୀ କହିଛନ୍ତି। ନିଖୋଜ ଥିବା ଲୋକଙ୍କ ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଭୂସ୍ଖଳନରେ ସେନା ଶିବିର ଭୁଶୁଡି ଯାଇଛି। ଘଟଣାସ୍ଥଳରେ ୫୦ରୁ ଅଧିକ ଯବାନଙ୍କ ମାଟି ତଳେ ଚାପିହୋଇ ମୃତ୍ୟୁ ହୋଇଥିବା ବେଳେ ସାଧାରଣ ଲୋକେ ମଧ୍ୟ ଚାପି ହୋଇଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ୬ ମୃତଦେହ ଓ ୧୩ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଆହାତମାନଙ୍କୁ ନୋନି ଆର୍ମି ମେଡିକାଲରେ ଭର୍ତ୍ତି କରାଯାଇଛି।
    ସୂଚନା ଅନଯାୟୀ, ଜିରିବାମକୁ ଇମ୍ଫାଲ ସହିତ ସଂଯୋଗ କରିବା ଲାଗି ଏକ ରେଳ ଲାଇନର ନିର୍ମାଣ କାର୍ଯ୍ୟ ଚାଳିଛି । ସେଠାରେ ସୁରକ୍ଷା କାର୍ଯ୍ୟରେ ୧୦୭ ଟେରିଟୋରିଆଲ ଆର୍ମି ଯବାନଙ୍କୁ ନିୟୋଜିତ କରାଯାଇଥିଲା। ବୁଧବାର ରାତିରେ ହୋଇଥିବା ଭୂସ୍ଖଳନ ଯୋଗୁଁ ସେନା ଶିବିର ଭୁଶୁଡି ପଡିଥିଲା। ଗୁରୁବାର ଖବର ପାଇ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

    • ଶୁଭଲକ୍ଷ୍ମୀ ସାହୁଙ୍କ,ରିପୋର୍ଟ
Back to top button