leader

  • ବିଜେପି ନେତାଙ୍କ ବେଶ୍ୟାଳୟ

    ଲକ୍ଷ୍ନୌ: ମେଘାଳୟରେ ବେଶ୍ୟାଳୟ ଚଲାଉଥିବା ବିଜେପି ନେତାଙ୍କୁ ଉତ୍ତରପ୍ରଦଶରୁ ଗରିଫ କରାଯାଇଛି । ମେଘାଳୟର ବିଜେପି ଉପସଭାପତି ବି ଏନ ମାରକଙ୍କୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଛି । ମେଘାଳୟ ପୋଲିସ ମାରକଙ୍କୁ .ଟ୍ରାଞ୍ଜିଟ୍ ରିମାଣ୍ଡ ଜରିଆରେ ମେଘାଳୟ ଆଣିବା ପାଇଁ ଉତ୍ତରପ୍ରଦେଶ ଯାଇଛି ।ମେଘାଳୟ ପୋଲିସ ମାରକଙ୍କୁ ଗିରଫ କରିବା ପାଇଁ ଲୁକଆଉଟ ନୋଟିସ ଜାରି କରିଥିଲା ।

    ମାରକଙ୍କୁ ପୋକ୍ସ ଏବଂ ଅନୈତିକ ଦେହ ବେପାର ଆଇନ ସହ ଆଇପିସିର ଅନେକ ଧାରା ଆଧାରରେ ଉତ୍ତରପ୍ରଦେଶର ହାପୁଡ ଜିଲ୍ଲାରୁ ଗିରଫ କରିଛି ପୋଲିସ । ତାଙ୍କ ବିରୋଧରେ ମେଘାଳୟର ତୁରାରେ ନିଜ ଫାର୍ମହାଉସରେ ବେଶ୍ୟାଳୟ ଚଲାଉଥିବାର ଅଭିଯୋଗ ରହିଛି । ଶନିବାର ରେଡ ସମୟରେ ଛଅ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ତାଙ୍କ ଫାର୍ମହାଉସ ରିମ୍ପୁ ବାଗାନରୁ ୭୩ ଜଣଙ୍କୁ ଗିରଫ କରାଯାଇଥିଲା ।

    ଏହା ପରେ ମାରକ ଫେରାର ହୋଇଯାଇଥିଲେ । ପୋଲିସ କହିଥିଲା ମାରକଙ୍କୁ ତଦନ୍ତରେ ସହଯୋଗ କରିବା ଦୁରର କଥା ତାଙ୍କର ଦର୍ଶନ ମିଳୁନାହିଁ । ରେଡ ସମୟରେ ୪୭ ଯୁବକ ଓ ୨୬ ମହିଳାଙ୍କୁ ହେପାଜତରେ ନିଆଯାଇଥିଲା । ଏମାନଙ୍କ ମଧ୍ୟ୍ୟରୁ ଅନେକ ନଗ୍ନ ଏବଂ ନିଷାଶକ୍ତ ଅବସ୍ଥାରେ ଥିଲେ । ଛୋଟ ଶିଶୁଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା । ଏହା ବ୍ୟତିତବିପୁଳ ପରିମାଣର ମଦ ୫୦୦ ପ୍ୟାକେଟ କଣ୍ଡୋମ, ସେଲଫୋନ ଏବଂ ଅପତ୍ତିଜନକ ଦସ୍ତାବିଜ ଜବତ କରାଯାଇଥିଲା । କୋର୍ଟ ତାଙ୍କ ବିରୋଧରେ ଜାମିନ ବୀହିନ ପରୱାନ ଜାରି କରିଥିଲେ ।

    ସ୍ମରଜିତ ଆର୍ଯ୍ୟ, ନକ୍ଷତ୍ର ନ୍ୟୁଜ

Back to top button