loisingha

  • ଭିଜିଲାନ୍ସ ଜାଲରେ ଲୋଇସିଂହା ଥାନା ଅଧିକାରୀ

    ଲୋଇସିଂହା: ପୋଲିସକୁ ବାନ୍ଧିଲା ପୋଲିସ । ଭିଜିଲାନ୍ସ ଜାଲରେ ଲୋଇସିଂହା ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ  ଥାନା ଅଧିକାରୀଙ୍କୁ କାବୁ କଲା ବରଗଡ ଭିଜିଲାନ୍ସ ଟିମ୍‌ । ସିଜ ମଦ ବୋଝେଇ ଗାଡି ଛାଡିବାକୁ ଥାନାଧିକାରୀ ଏହି ଟଙ୍କା ନେଉଥିବା ବେଳେ ଜାଲରେ ଫସିଗଲେ ।

    ବରଗଡ ଜିଲ୍ଲା ଗାଇସିଲେଟ ଥାନା ଅଧୀନ  କେନ୍ଦୁମୁଣ୍ଡି ଗାଁର ଜଣେ ଲାଇସେନ୍ସ ପ୍ରାପ୍ତ ମଦ ବେପାରୀ ଭାବଗ୍ରାହୀ ସାହୁଙ୍କ ମଦ ବୋଝେଇ ଗାଡିକୁ ସିଜ୍‌ କରିଥିଲେ ଲୋଇସିଂହା ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ । ମଦ ବୋଝେଇ ଗାଡିକୁ ଛାଡିବା ପାଇଁ ଭାବଗ୍ରାହୀଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସଂଗ୍ରାମ ପଟ୍ଟନାୟକ । ଏନେଇ ଭାବଗ୍ରାହୀ ବରଗଡ ଭିଜିଲାନ୍ସ ବିଭାଗକୁ ଖବର ଦେଇଥିଲେ ।

    ଗତ କାଲି ବରଗଡ ଓ ସମ୍ୱଲପୁର ଭିଜିଲାନ୍ସ ବିଭାଗର ମିଳିତ ଟିମ୍‌ ପୂର୍ବ ଯୋଜନା ମୁତାବକ, ଲୋଇସିଂହା ଥାନାରେ ଲାଞ୍ଚ ନେଉଥିବା ସମୟରେ ଥାନା ଅଧିକାରୀଙ୍କୁ କାବୁ କରିଥିଲେ l ଲାଞ୍ଚ ନେଉଥିବା ଟଙ୍କା କୁ ମଧ୍ୟ କାବୁ କରିଥିଲେ । ପରେ ବଲାଙ୍ଗିର ଟାଉନ ଥାନା ନିକଟରେ ଥିବା ଆଇଆଇସିଙ୍କ ସରକାରୀ  ବାସଭବନ ରେ ଛାନଭିନ କରି ଅନେକ ଦସ୍ତାବିଜ, କାଗଜପତ୍ର ଜବତ କରିଛି ଭିଜିଲାନ୍ସ ଟିମ୍‌ ।

Back to top button