LORD GANESH

  • ରାତି ପାହିଲେ ଗଜାନନଙ୍କ ପୂଜା

    ରାତି ପାହିଲେ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା I ସେଥିପାଇଁ ଗାଁଠୁ ସହର ସବୁଠି ଏବେ ଉତ୍ସବ ମୁଖର I ଦୀର୍ଘ ଦୁଇ ବର୍ଷ ପରେ ଚଳିତ ବର୍ଷ ଧୁମଧାମରେ ପୂଜା ପାଇବେ ବିଘ୍ନ ବିନାଶକ I ସେଥିପାଇଁ ମୂର୍ତ୍ତୀ କାରିଗରମାନେ ସୁନ୍ଦର ସୁନ୍ଦର ମୂର୍ତ୍ତୀ ନିର୍ମାଣ କରି ସେଥିରେ ଶେଷସ୍ପର୍ଶ ଦେବାରେ ଲାଗି ପଡିଛନ୍ତି I ଏବେ ପ୍ଲାଷ୍ଟିକ ଓ ପ୍ଳାଷ୍ଟର ଅଫ ପ୍ୟ୍ୟାରିସ ମୂର୍ତ୍ତିର ଚାହିଦା ଅଧିକ ଥିବାରୁ ମାଟି ମୂର୍ତ୍ତିର ଚାହିଦା କମିବାରେ ଲାଗିଛି I ପୂର୍ବରୁ କୋଭିଡ କଟକଣା ପାଇଁ ସରକାରଙ୍କ ନିୟମ ପୂର୍ବରୁ ଚାରି ଫୁଟ ଉଚ୍ଚତାର ମୂର୍ତ୍ତି ପୂଜା କରିବା ପାଇଁ ନିର୍ଦେଶ ରହିଥିଲା I କିନ୍ତୁ ଚଳିତ ବର୍ଷ ଆଉ କଟକଣା ନାହିଁ I ତେଣୁ ମୂର୍ତ୍ତି କାରିଗରମାନେ ବେଶ ଖୁସିଥିବା ଦେଖିବାକୁ ମିଳିଛି I

Back to top button