low presure

  • ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ

    ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ, ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି l ଉତ୍ତର ପୂର୍ବ ଓ ପାର୍ଶ୍ୱବର୍ତ୍ତୀ, ପୂର୍ବ କେନ୍ଦ୍ରୀୟ, ମିଆଁମାର ଓ ବାଂଲାଦେଶ ଉପକୂଳରେ ସକ୍ରୀୟ ହୋଇଛି l ଆଗାମୀ 12 ଘଣ୍ଟା ମଧ୍ୟରେ ସଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସହ ଆଗାମୀ ୨୪ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ l ଏହାର ଗତିପଥ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ l ଏହାର ପ୍ରଭାବ ୨୦ତାରିଖ ପର୍ଯ୍ୟନ୍ତ ରହିବ l ଏହାସହ ୨୧ ତାରିଖ ବେଳକୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି l ଆଜି ସନ୍ଧ୍ୟା ଠାରୁ ବର୍ଷା ପରିମାଣ ବଢିବ l

    ଆଜି ସନ୍ଧ୍ୟାରୁ ୨୦ ତାରିଖ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ରହିବ । ୨୦ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାରେ ଏହାର ପ୍ରଭାବ ରହିବ । ଆଜି ସନ୍ଧ୍ୟାରୁ ପୂର୍ବ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଅରେଞ୍ଜ warning ଦିଆ ଯାଇଥିବା ଜିଲ୍ଲା ଗୁଡିକୁ ବର୍ତ୍ତମାନ ସ୍ଥିତିରେ ରେଡ଼ warning ଦିଆଯାଇଛି ।

    ୨୦ ତାରିଖରେ କିଛି ଜିଲ୍ଲାକୁ ଅରେଞ୍ଜ warning ଦିଆଯାଇଛି । କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାରେ ପାଗ ମେଘୁଆ ରହିଛି । ସନ୍ଧ୍ୟାରେ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ସନ୍ଧ୍ୟାରୁ ବର୍ଷା  ସମ୍ଭାବନା ଥିବାରୁ ନଦୀ ପାଣି ବଢିବାର ଆଶଙ୍କା ରହିଛି । ତଳିଆ ଅଞ୍ଚଳରେ ପାଣି ପଶିବା ସହ ପାହାଡିଆ ଅଞ୍ଚଳରେ ଭୂସ୍ଖଳନର ସମ୍ଭାବନା ରହିଛି ।

Back to top button