medical

  • ଅନ୍ଧାରକୁ ଠେଲି ହୋଇଯାଇଛି ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

    ଅନ୍ଧାରକୁ ଠେଲି ହୋଇଯାଇଛି ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । କଲେଜ ପଢିବା ସମୟରେ ଡାକ୍ତର ହୋଇ ସେବା କରିବାର ସ୍ବପ୍ନ ଦେଖିଥିଲେ । ଭାରତ ଡାକ୍ତରଖାନାରେ ପଢିବା ଖର୍ଚ୍ଚ କୋଟିଏ ଟଙ୍କା ରୁ ଅଧିକ ହୋଇଥିବା ୟୁକ୍ରେନ ଯାଇ ଡାକ୍ତରୀ ପଢିବା ପାଇଁ ନିଷ୍ପତ୍ତି ନେଲେ ସତ୍ୟବ୍ରତ । ପ୍ରଥମ ପର୍ଯ୍ୟାୟରେ ଆଡମିସନ ବେଳକୁ ୧୦ ଲକ୍ଷ ଆବଶ୍ୟକ ପଡିଥିଲା ମଧ୍ୟ୍ୟବିତ୍ତ୍ ପିରବାରରେ ଏତେ ଟଙ୍କା ଯୋଗାଡ କରିବା ସହଜ ନଥିଲା । ଘରର ରୋଜଗାର କହିଲେ ଘରର ଚାଷବାସ ଓ ବାପାଙ୍କର ଛୋଟ ବ୍ୟବସାୟ । ବ୍ୟାଙ୍କ ରୁଣ ସାଙ୍ଗକୁ ଧାରଉଧାର କରି ପୁଅ ପାଇଁ ଟଙ୍କା ଯୋଗାଡ କରିଥିଲେ । ସତ୍ୟବ୍ରତଙ୍କ ଭଳି ଅଙ୍କିତାଙ୍କ ପରିବାର ଲୋକ ବି ଋଣ କରି ଝିଅକୁ ୟୁକ୍ରେନ ପଠାଇଥିଲେ ।

    ଯୁଦ୍ଧ ପରେ ଓଡିଶା ଫେରିଆସିବା ପରେ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି ପରିବାର ଓ ଶିକ୍ଷାର୍ଥୀ । ରୁଷ ଯୁଦ୍ଧ ସମୟରୁ ୟୁକ୍ରେନ ରୁ ଫେରିଆସିଥିବା ଚାକ୍ତରୀ ଛାତ୍ର ଛାତ୍ରୀ ଆଗକୁ କଣ କରିବେ ଏହାର ଉତ୍ତର ପାଇନଥିବାବେଳେ ସରକାରଙ୍କ ସହଯୋଗକୁ ଅପେକ୍ଷା କରିଛନ୍ତି । ଏବେ ଛାତ୍ର ଛାତ୍ରୀ ମାନେ ଅନଲାଇନ୍ କ୍ଲାସ କରୁଥିବା ବେଳେ ପ୍ରାକ୍ଟିକାଲ କରିପାରୁନାହାନ୍ତି । ତେଣୁ ଏ ନେଇ ତାଙ୍କୁ ସହାୟତା କରିବା ପାଇଁ ଦାବି କରିଛନ୍ତି । ଏହାର ପ୍ରତିଫଳ ଲୋୟର ପିଏଜି ଦେଖିବାକୁ ମିଳିଥିଲା । ଦୁଇଶହ ରୁ ଉର୍ଧ ଛାତ୍ର ଛାତ୍ରୀ ଧାରଣା ଦେଇଥିଲେ ।

    ଏହା ଏନଏମସି ବା ନ୍ୟାସନାଲ ମେଡିକାଲ କମିସନ ନିୟମ କୋହଳ କରି ସେମାନଙ୍କୁ ଦେଶ ଭିତରେ ଗୋଟିଏ ସମୟ ପାଇଁ ସିଟ୍ ବଢାଇ ଅଡମିସନ ପାଇଁ ସରକାର ବ୍ୟବସ୍ଥା କରିବା ପାଇଁ ମେଡିକାଲ ଛାତ୍ର ଛାତ୍ରୀ ଦାବି କରିଛନ୍ତି । ପରିସ୍ଥିତି ଏପରକି ହୋଇଛି ଛାତ୍ର ଛାତ୍ରୀ ମାନେ ୟୁକ୍ରେନ ଫେରିପାରୁଛନ୍ତି ନା ଆଗକୁ ବଢିପାରୁଛନ୍ତି କେବଳ ଚାହିଁବସିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାହାର୍ଯ୍ୟ କୁ । ଯଦି ସରକାର ନଶୁଣନ୍ତି ତେବେ କଣ ହେବ ଭବିଷ୍ୟତ, ତା’ର ଉତ୍ତର ମଧ୍ୟ୍ୟ କାହା ପାଖରେ ନାହିଁ ।

    • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
Back to top button