MEMBER OF PARLIAMENT

  • ବିଜେଡିରେ ଅଣଦେଖା କି ବରିଷ୍ଠ!

    (ଭୁବନେଶ୍ବର) ପୁଣିଥରେ ବିଜେଡ଼ିକୁ ଅଡୁଆରେ ପକାଇଛି ସାଂସଦ ଭର୍ତ୍ତୃହରି ମହତାବଙ୍କ ବୟାନ । ବିଶେଷ କରି ସେ କେଉଁ ୪ଟି ପ୍ରସଙ୍ଗରେ ଆଗକୁ କହିବେ ତାକୁ ନେଇ ଚର୍ଚା ଜୋର ଧରିଛି। ଏହାସହ ପ୍ରତିଷ୍ଠା ଦିବସରେ ସେ କାହିଁକି ଅନୁପସ୍ଥିତ ଥିଲେ ପ୍ରଶ୍ନର ଉତ୍ତରରେ ପାଲଟା ପ୍ରଶ୍ନ କରି ପୁରୀ ସାଂସଦ ଉପସ୍ଥିତ ଥିଲେ କି ପଚାରିବା ପରିସ୍ଥିତିକୁ ଅଧିକ ଗୋଳିଆ କରିଦେଇଛି। ଖାଲି ଏତିକି ନୁହେଁ ଭର୍ତ୍ତୃହରିଙ୍କ ଠାରୁ ପାଦେ ଆଗକୁ ଯାଇ ପୂର୍ବତନ ସାଂସଦ ପ୍ରଶନ୍ନ ପାଟ୍ଟଶାଣୀ ଆଲିଗଡ଼ ତାଲା ପ୍ରସଙ୍ଗ ଉଠାଇ ଦଳର ଅଡୁଆକୁ ଆହୁରି ବଢାଇ ଦେଇଛନ୍ତି । ତେବେ ଦଳରେ ସବୁ ଠିକ୍ ଚାଲିଛି କହି କଥାରେ ପ୍ୟାଚ ପକାଇବାକୁ ଚେଷ୍ଟା କରିଛନ୍ତି ଦଳର ଉପସଭାପତି ।

    ଦଳରେ କମୁଛି କି ଦକ୍ଷ ସାଂସଦ ପୁରସ୍କାର ବିଜେତା ଭର୍ତ୍ତୃହରିଙ୍କ ପତିଆରା? ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରୋକଷ୍ଠରେ ଦଳର ପ୍ରଭାବୀ ନେତାଙ୍କ ନୂଆବର୍ଷ ପାଳନ । ଅନ୍ୟପଟେ ସାଂସଦ ଭର୍ତ୍ତୃହରି ମହତାବଙ୍କ ବୟାନକୁ ନେଇ ଦଳରେ କମ୍ପନ । ବିଭିନ୍ନ ସମୟରେ ନିଜର ସ୍ତମ୍ଭ ଓ ବୟାନ ମାଧ୍ୟମରେ ବିଜେଡ଼ିକୁ ଅଡୁଆରେ ପକାଇଥାଆନ୍ତି କଟକ ସାଂସଦ। ଆଉ ଏବେ ଖୁବ ଶୀଘ୍ର ୪ଟି ପ୍ରସଙ୍ଗରେ କହିବି କହି ସେ ଇଶାରା ଇଶାରାରେ ତାଙ୍କର ଆଗାମୀ ରାଜନୈତିକ ଗତିବିଧି ସମ୍ପର୍କରେ ସୂଚନା ଦେଇଛନ୍ତି।  ଏଥିରେ ଗୋଟିଏ ପ୍ରସଙ୍ଗ ୨୪ରେ ତାଙ୍କ ରାଜନୈତିକ ଭବିଷ୍ୟତ ଥିବା ବେଳେ ଆଉ ୩ଟି କ’ଣ ତାକୁ ନେଇ ସସପେନ୍ସ ରହିଛି। ଏହାସହ ସେ ଦଳର ୨୫ ତମ ପ୍ରତିଷ୍ଠା ଦିବସରେ କାହିଁକି ଅନୁପସ୍ଥିତ ଥିଲେ ପ୍ରଶ୍ନରେ ସିଧା ସଳଖ ପିନାକିଙ୍କୁ ଟାର୍ଗେଟ କରିଛନ୍ତି କଟକ ସାଂସଦ। ପୁରୀ ସାଂସଦ ପିନାକୀ ମିଶ୍ର ସେହି ସମୟରେ କେଉଁଠି ଥିଲେ ବୋଲି ଓଲଟା  ପ୍ରଶ୍ନ କରିବା ସହ ଦଳର ସଂସଦୀୟ ସଦସ୍ୟଙ୍କ ଭିତରେ ସବୁ କିଛି ଠିକ ନଥିବା ସଂକେତ ଦେଇଛନ୍ତି।

    ଭର୍ତ୍ତୃହରିଙ୍କ ଏପରି ବୟାନ ପରେ ବିଜେପି ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପଟେ ପୂର୍ବତନ ସାଂସଦ ପ୍ରଶନ୍ନ ପାଟ୍ଟଶାଣୀ ମଧ୍ୟ ଏଠି ସମସ୍ତଙ୍କ ମୁହଁରେ ଆଲିଗଡ଼ ତାଲା ପଡିଛି କହି ନିଆଁରେ ଘିଅ ଢାଳିଛନ୍ତି । ସତ୍ୟ ୧୦୦୦ ହାତିର ବଳ ଓ ମିଥ୍ୟା ୧୦୦୦ ଗଧର ବଳ ସହ ସମାନ କହି କଣ ସଂକେତ ଦେବାକୁ ଚେଷ୍ଟା କରିଛନ୍ତି ତାକୁ ନେଇ ମଧ୍ୟ ଚର୍ଚା ବଢିଛି । ଏପଟେ ସବୁ ଠିକ ଚାଲିଥିବା କହିଛନ୍ତି ଦଳର ଉପସଭାପତି ଦେବୀ ମିଶ୍ର । ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥିଲା। ହେଲେ କିଏ ଆସିବ ନ ଆସିବ ତାହା ତାଙ୍କ ବ୍ୟକ୍ତିଗତ କଥା ବୋଲି ହାଲକା ଭାବରେ କହିଛନ୍ତି ଦେବୀ।

    ତେବେ ବିଜେଡିରେ ଥିବା ଅନ୍ତର୍କନ୍ଦଳ ଧିରେ ଧିରେ ପଦାକୁ ଆସିବା ଆରମ୍ଭ ହେଲାଣି । ଏମିତି ବିଦ୍ରୋହ ଧାମନଗର ପାଇଁ କାଳ ହୋଇଥିଲା ଓ ଦଳର ବିଜୟ ଧାରାରେ ବ୍ରେକ ଲଗାଇଥିଲା। ସେହି ସ୍ଥିତିରେ ସାଧାରଣ ନିର୍ବାଚନ ପୂର୍ବରୁ ଦଳ ବିରୋଧରେ ବରିଷ୍ଠଙ୍କ ଖୋଲାଖୋଲି ବିଷୋଦଗାର ଦଳର ଅଡୁଆକୁ ଅଧିକ ବଢାଇପାରେ  ବୋଲି ସେ ଆଶଙ୍କା କରିଛନ୍ତି।

    ନବ କିଶୋର ସାହୁ

  • ଘର ଛାଡିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ

    ଅନୁଭବଙ୍କ ପିଟିସନକୁ ଗ୍ରହଣ କରିଛନ୍ତି SDJM କୋର୍ଟ । ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

    ଅଭିନେତ୍ରୀ ବର୍ଷା ସାଂସଦ ଅନୁଭବ ପାରିବାରିକ ବିବାଦ ମାମଲା ରେ ନୂଆ ମୋଡ l ପୈତୃକ ଘର ଛାଡ଼ିବାକୁ କୋର୍ଟରେ ଆବେଦନ କରିଥିଲେ ସାଂସଦ ଅନୁଭବ କାରଣ ଅନୁଭବଙ୍କ ବାପା, ମା ଅସୁସ୍ଥ ରହୁଛନ୍ତି । ସେଥିପାଇଁ ବର୍ଷା ତାଙ୍କ ଘର ଛାଡନ୍ତୁ ବୋଲି କୋର୍ଟରେ ଆବେଦନ କରିଥିଲେ ଅନୁଭବ । ଯାହାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ ।
    ନିର୍ଦ୍ଦେଶ ଅନୁଯାୟୀ ବର୍ଷାଙ୍କ ରହଣି ବ୍ୟବସ୍ଥା ପାଇଁ ଅନୁଭବ ଦେବେ ମାସିକ ୩୦ ହଜାର ଟଙ୍କା । ପ୍ରତି ମାସର ୧୦ କିମ୍ବା ତା ପୂର୍ବରୁ ୩୦ ହଜାର ପ୍ରଦାନ କରିବାକୁ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ଟଙ୍କା ପାଇବାର ୨ ମାସ ମଧ୍ୟରେ ଘର ଛାଡ଼ିବେ ବର୍ଷା ।

  • ଅନୁଭବଙ୍କ ବଢ଼ିଲା ଅଡୁଆ : ସାଇବର ଥାନାରେ ଏତଲା ଦେଲେ ବର୍ଷା

    ଅନୁଭବ-ବର୍ଷା ବିବାଦ ମାମଲାରେ ପୁଣି ଏକ ନୂଆ ମୋଡ ଆସିଛି । ସ୍ୱାମୀଙ୍କ ବିରୋଧରେ ଏତଲା ଦେଲେ ସ୍ତ୍ରୀ । ଅନୁଭବଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ଦେଲେ ବର୍ଷା ପ୍ରିୟଦର୍ଶିନୀ । ସାଂସଦ ଅନୁଭବ ବାରମ୍ବାର ଭିଡ଼ିଓ ଜାରି କରି ଚରିତ୍ର ସଂହାର କରୁଥିବା ନେଇ ଅଭିଯୋଗ କରିଛନ୍ତି ବର୍ଷା । ଯାହାଦ୍ୱାରା ତାଙ୍କ ମାନ ସମ୍ମାନ ହାନି ହେଉଛି ଏବଂ ସେ ମାନସିକ ନିର୍ଯାତନାର ଶିକାର ହେଉଥିବା କହିଛନ୍ତି ବର୍ଷା । କିଛି ବ୍ୟକ୍ତି ମୋ ଛବି ଖରାପ କରିବାକୁ ଚେଷ୍ଟା କରୁଛନ୍ତି ।
    ଏହା ପୂର୍ବରୁ ମଧ୍ୟ ବର୍ଷା ପୁରୀଘାଟ ଥାନାରେ ଅନୁଭବଙ୍କ ନାଁରେ ଅଭିଯୋଗ କରିଥିଲେ । ଭିଡ଼ିଓ ଜାରି କରି ଅନୁଭବ ତାଙ୍କର ନାରୀତ୍ୱ ଉପରେ ପ୍ରଶ୍ନବାଚୀ ଛିଡା କରୁଥିବା ନେଇ ଅଭିଯୋଗ କରିଥିଲେ ବର୍ଷା । ଏହାପରେ ମଧ୍ୟ ଅନୁଭବ ଭିଡ଼ିଓ ଜାରି କରି ବର୍ଷାଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ । ତେବେ ଅନୁଭବ କାହିଁକି ଲଗାତାର ଭିଡ଼ିଓ ଜାରି କରୁଛନ୍ତି । ମାମଲା ବିଚାରଧୀନ ଥିବା ବେଳେ ଅନୁଭବ ଏଭଳି ଭିଡ଼ିଓ ଜାରି କରି କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି । ଏନେଇ କଟକ ଡିସିପି କହିଛନ୍ତି, ଅଭିଯୋଗ ଆଧାରରେ ନିଶ୍ଚୟ ତଦନ୍ତ ହେବ । ଗତ କିଛି ଦିନ ମଧ୍ୟରେ ଅନୁଭବ ସିରିଜ ଭିଡ଼ିଓ ଜାରି କରିଛନ୍ତି ।

Back to top button