META

  • ଆର୍ଥିକ କ୍ଷତି ପୂରଣ କରିବା ପାଇଁ ମେଟାର ଛଟେଇ

    () ବିଶ୍ୱର ସର୍ବବୃହତ ସୋସିଆଲ ନେଟୱାର୍କିଂ ମେଟାର ବଡ ପଦକ୍ଷେପ । ଆର୍ଥିକ କ୍ଷତି ପୂରଣ କରିବା ପାଇଁ ଖୁବଶୀଘ୍ର ହେବ ଛଟେଇ ପ୍ରକ୍ରିୟା । ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ମାଲିକ ମେଟା ପ୍ଲାଟଫର୍ମସ୍ ଏକ ନୂତନ ରାଉଣ୍ଡ ଛଟେଇ କରିବାକୁ ଯୋଜନା କରୁଛି । କମ୍ପାନୀର କିଛି ଲୋକଙ୍କ ଅନୁଯାୟୀ ଏହି ସପ୍ତାହରେ ହଜାର ହଜାର କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିଦିଆ ଯିବ ।

    ଆପଣ ଜାଣିଥିବେ ମେଟା ପୂର୍ବରୁ ମଧ୍ୟ ଏହି କାରଣରୁ 11,000 କର୍ମକର୍ତ୍ତାଙ୍କୁ ଚାକିରିରୁ ଛଟେଇ କରିଥିଲା ଏବେ ଏହାର  ପୁନରାବୃତ୍ତି ହେବ । ଏବେ ମେଟାର ବିଜ୍ଞାପନ ବିଭାଗ ଦ୍ୱାରା ଅଧିକ ଅର୍ଥ ଉପାର୍ଜନ ହେଉନାହିଁ ।  ମେଟା ନିର୍ଦ୍ଦେଶକ ଏବଂ ଉପାଧ୍ୟକ୍ଷମାନଙ୍କୁ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ କହୁଛନ୍ତି, ଯାହାକୁ ଛାଡି ଦିଆଯାଇପାରିବ ବୋଲି କର୍ମଚାରୀମାନେ କହିଛନ୍ତି ।

    ଲୋକମାନଙ୍କ କହିବାନୁସାରେ, ଆଗାମୀ ସପ୍ତାହରେ ଏହି ପର୍ଯ୍ୟାୟ ଚୂଡ଼ାନ୍ତ ହୋଇପାରେ । ଏହି ଯୋଜନାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଆଶା କରୁଛନ୍ତି ଯେ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍କ ଜୁକରବର୍ଗ ତାଙ୍କ ତୃତୀୟ ସନ୍ତାନ ପାଇଁ ପିତାମାତାଙ୍କ ଛୁଟିରେ ଯିବା ପୂର୍ବରୁ ଏହା ପ୍ରସ୍ତୁତ ହୋଇପାରେ । ତେବେ ଏନେଇ କର୍ମଚାରୀ ମାନଙ୍କ ମନରେ ଏବେ ଅନେକ ଦ୍ୱନ୍ଦ ଉପୁଜିଲାଣି ।

Back to top button