mission shakti

  • ସବୁ ଜିଲ୍ଲା ରେ  ହେବ  ଛୋଟ  ଶିଳ୍ପ  ପାର୍କ

    ଭୁବନେଶ୍ବର : ଭୁବନେଶ୍ବରରେ  ଚାଲିଥିବା  ମେକ୍‌ ଇନ୍ ଓଡିଶା କନକ୍ଲେଭରେ  ଆଜି  ମହିଳା  ଉଦ୍ୟୋଗୀ  ଅଧିବେଶନ  ଅନୁଷ୍ଠିତ  ହୋଇଯାଇଛି। ଏହି  କାର୍ଯ୍ୟକ୍ରମରେ  ମୁଖ୍ୟ  ଅତିଥି  ଭାବରେ  ଯୋଗଦେଇ  ମୁଖ୍ୟମନ୍ତ୍ରୀ ନବୀନ  ପଟନାୟକ  କହିଥିଲେ ଯେ 2001 ରେ ଆରମ୍ଭ  ହୋଇଥିବା ମିଶନ ଶକ୍ତି, ଆଜି  ଓଡ଼ିଶାର  ସତୁରି  ଲକ୍ଷ ସଶକ୍ତ ମା  ମାନଙ୍କର  ଏକ  ମହାଶକ୍ତି   ହୋଇଛି । ମୋ ସରକାର ପାଇଁ  ମହିଳା ସଶକ୍ତିକରଣ  କେବଳ  ଏକ  ସ୍ଲୋଗାନ୍  ନୁହେଁ,  .it is a non negotiable code. ଏହା  ଏକ  ପବିତ୍ର  ଦାୟିତ୍ଵ ବୋଲି  ମୁଖ୍ୟମନ୍ତ୍ରୀ  କହିଥିଲେ। 

    ଓଡ଼ିଶାରେ  ଆମର  ଛଅ  ଲକ୍ଷ  ସ୍ବୟଂ ସହାୟକ ଗୋଷ୍ଠି  କାମ  କରୁଛନ୍ତି ବୋଲି  ସୂଚନା  ଦେଇ  ମୁଖ୍ୟମନ୍ତ୍ରୀ  କହିଥିଲେ SHG  ମାନଙ୍କୁ  SME ରେ  ରୂପାନ୍ତର  କରିବା   ରାଜ୍ୟ  ସରକାରଙ୍କ ଲକ୍ଷ୍ୟ। We are prepared to run the extra mile to make this happen. ଏଥିପାଇଁ  ଆମେ  ସବୁ  କିଛି  କରିବାକୁ  ପ୍ରସ୍ତୁତ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।  ମିଶନ  ଶକ୍ତି  ମା ମାନଙ୍କୁ  ବିନା ସୁଧରେ ପାଞ୍ଚ  ଲକ୍ଷ ଟଙ୍କା  ପର୍ଯ୍ୟନ୍ତ ଋଣ ଦେବା ସଂକ୍ରାନ୍ତୀୟ  ରାଜ୍ୟ  ସରକାରଙ୍କ  ନିଷ୍ପତ୍ତି  ଦ୍ଵାରା ଓଡିଶାର  ଲକ୍ଷ  ଲକ୍ଷ ମା  ଉପକାର  ପାଇବେ ବୋଲି  ମୁଖ୍ୟମନ୍ତ୍ରୀ  କହିଥିଲେ।

    ମୁଖ୍ୟମନ୍ତ୍ରୀ  କହିଥିଲେ ଯେ  ପାଞ୍ଚ   ବର୍ଷରେ ପାଞ୍ଚ  ହଜାର  କୋଟି  ଟଙ୍କାର  କାମ,  ମା  ମାନଙ୍କୁ  ଦେବା  ପାଇଁ  ଓଡିଶା କ୍ୟାବିନେଟ  ନିଷ୍ପତ୍ତି  ନେଇଥିଲା  ଓ ଏହାଦ୍ଵାରା  ପ୍ରାୟ  ଏକ  ଲକ୍ଷ  SHG  ଉପକାର ପାଉଛନ୍ତି। ମିଶନ  ଶକ୍ତି ଫେଡେରେସନ  ମାନଙ୍କୁ  ଆହୁରି  ମଜବୁତ  କରିବା  ଓ ସେମାନଙ୍କୁ  ସକ୍ରିୟ ଆର୍ଥିକ କେନ୍ଦ୍ର (vibrant  financial  hub) ରେ  ପରିଣତ  କରିବା  ଆମର  ଲକ୍ଷ୍ୟ  ବୋଲି  ଉଲ୍ଲେଖ  କରି ପ୍ରତି ଜିଲ୍ଲା ଫେଡେରେସନ କୁ  ଏକ  କୋଟି  ଟଙ୍କାର  ରିଭଲ୍ଭିଂ ପାଣ୍ଠି, ପ୍ରତି  ବ୍ଲକ  ସ୍ତରରେ ଫେଡେରେସନକୁ   ପଚାଶ  ଲକ୍ଷ  ଟଙ୍କାର    ରିଭଲ୍ଭିଂ ପାଣ୍ଠି ଦିଆଯିବ  ବୋଲି  ମୁଖ୍ୟମନ୍ତ୍ରୀ  ଘୋଷଣା  କରିଥିଲେ।

    ସେହିପରି ପଞ୍ଚାୟତ ସ୍ତରରେ  ଥିବା  ଫେଡେରେସନ  ପାଇଁ  ମାର୍କେଟ  କମପ୍ଲେକ୍ସ ସହ  ସ୍ଵତନ୍ତ୍ର  ଅଫିସ ଘର  ମଧ୍ଯ  କରାଯିବ ବୋଲି  ମୁଖ୍ୟମନ୍ତ୍ରୀ  ଘୋଷଣା  କରିଥିଲେ  .ମହିଳା  ମାନଙ୍କୁ  ଉଦ୍ୟୋଗୀ  କରିବା  ଲକ୍ଷ୍ୟ କୁ  ସାକାର  କରିବା  ପାଇଁ ତିରିଶ  ଯାକ  ଜିଲ୍ଲାରେ ମାଇକ୍ରୋ, ମିନି  ଶିଳ୍ପ  ପାର୍କ କରାଯିବ ବୋଲି  ମଧ୍ଯ  ମୁଖ୍ୟମନ୍ତ୍ରୀ  ଘୋଷଣା  କରିଥିଲେ। ଓଡିଶାର  ରୂପାନ୍ତରଣରେ  ମା  ମାନଙ୍କର  ବଡ  ଭୂମିକା  ରହିଛି  ବୋଲି  ବର୍ଣ୍ଣନା  କରି  ମୁଖ୍ୟମନ୍ତ୍ରୀ  ମା  ମାନଙ୍କର  ସାମଗ୍ରିକ  ସଶକ୍ତିକରଣ  ପାଇଁ  ପ୍ରତିଶ୍ରୁତିବଦ୍ଧ  ବୋଲି  ମୁଖ୍ୟମନ୍ତ୍ରୀ  କହିଥିଲେ ।

    ଏହି  ଅବସରରେ  ମୁଖ୍ୟମନ୍ତ୍ରୀ ମିଶନ  ଶକ୍ତି  ବିଭାଗର  ଏକ  କଫି  ଟେବୁଲ  ବୁକ, Mission Shakti – Scaling Up  ଉନ୍ମୋଚନ  କରିଥିଲେ  ଏବଂ  କଟକ   ମା  ତାରେଣୀ  ଏସଏଚଜିର କବିତା ସାହୁ,  ସୁନ୍ଦରଗଡ଼  ଦିବ୍ୟଜ୍ୟୋତି ଏସଏଚଜିର ପ୍ରେମା ଦାସ  ଓ  ନୂଆପଡା  ବନଦୁର୍ଗା  ଏସଏଚଜିର ଗାୟତ୍ରୀ ସୁନାଇଙ୍କୁ  ସମ୍ମାନିତ  କରିଥିଲେ  । ସେହିପରି  ଏସଏଚଜି  ମାନଙ୍କୁ  ରୁଣ  ଦେବା ରେ  ଭଲ  କାମ  କରିଥିବା  ଓଡିଶା  ଗ୍ରାମ୍ୟ  ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ  ୟୁକୋ ବ୍ୟାଙ୍କକୁ  ସମ୍ବର୍ଦ୍ଧିତ  କରିଥିଲେ ।

     କାର୍ଯ୍ୟକ୍ରମରେ  ମିଶନ  ଶକ୍ତି  ବିଭାଗ  ମନ୍ତ୍ରୀ  ଶ୍ରୀମତୀ ବାସନ୍ତୀ  ହେମ୍ବ୍ରମ  ତାଙ୍କ  ଉଦବୋଧନରେ  ମା  ମାନଙ୍କ ବିକାଶ  ପାଇଁ  ନିଆଯାଇଥିବା  ପଦକ୍ଷେପ  ଉପରେ  ଆଲୋକପାତ  କରିଥିଲେ । ମିଶନ  ଶକ୍ତି  ସଚିବ   ସୁଜାତା  କାର୍ତ୍ତିକେୟ  ସ୍ଵାଗତ  ଭାଷଣ  ଦେଇଥିଲେ । ବିଭାଗୀୟ  ନିର୍ଦେଶକ  ଧନ୍ୟବାଦ  ଅର୍ପଣ  କରିଥିଲେ ।

  • ମହିଳା ସ୍ୱୟଂ ସହାୟକ ଗୋଷ୍ଟୀକୁ ନିତି ଆୟୋଗଙ୍କ ପ୍ରଶଂସା

    ଓଡିଶା ମହିଳା ସ୍ୱୟଂ ସହାୟକ ଗୋଷ୍ଟୀକୁ ନିତି ଆୟୋଗଙ୍କ ପ୍ରଶଂସା । ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟ୍ୟରେ ସମସ୍ତ ପଦ୍ଧତି ସମ୍ପୁର୍ଣ କରି ରାଜ୍ୟର ବିଭିନ୍ନ ମହିଳା ଏସଏଚଜି ଟେକ୍ ହୋମ ରାସନ କାର୍ଯ୍ୟକ୍ରମକୁ ସମ୍ପାଦନ କରୁଛନ୍ତି । ଗହମ ଚାଉଳ କିଣିବା ଠାରୁ ଆରମ୍ଭ କରି ଏହାକୁ ପ୍ରୋସେସ କରି ଖାଦ୍ୟ ସାମଗ୍ରୀ ଘରେ ପହଞ୍ଚାଇବା ପର୍ଯ୍ୟନ୍ତ ସବୁ କିଛି ସମ୍ପାଦାନ କରୁଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠି । ଏସବୁ କାମ ପାଇଁ ସମସ୍ତ ଏସଏଚଜି ପାଖରେ ଆବଶ୍ୟକୀୟ ସାରଞ୍ଜାମ ସହିତ ଖାଦ୍ୟ ନିରାପତ୍ତା କର୍ତ୍ତୁପକ୍ଷଙ୍କ ଠାରୁ ଲାଇସେନସ୍ ମଧ୍ୟ୍ୟ ମିଳିଛି।

    ଏସଏଚଜିର ଏଭଲି କାର୍ଯ୍ୟକୁ ନୀତି ଆୟୋଗ ରିପୋର୍ଟ ରେ ସ୍ଥାନ ଦେଇଛନ୍ତି । ପ୍ରତି ମାସ ୧୦ ତାରିଖରେ ଏପସିଆଇରୁ ଏସଏଚଜି ମାନେ ଚାଉଳ ଗହମ ସଂଗ୍ରହ କରି ଏଥିରୁ ଛତୁଆ ଓ ଅନ୍ୟ ଖାଦ୍ୟସାମଗ୍ରୀ ପ୍ରସ୍ତୁତ କରିଥାନ୍ତି ସେହିଭଳି ପ୍ରତି ମାସ ୧୭ ତାରିଖରେ ପ୍ରସ୍ତୁତ କାମ ସରୁଥିବାବେଳେ ୨୯ ତାରିଖ ସୁଦ୍ଧା ଏହାର ବଣ୍ଟନ ଦାୟିତ୍ୱ ମଧ୍ୟ୍ୟ ତୁଲାଇଛନ୍ତି ।

    • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
Back to top button