MOBILE

  • ଆଧାରକାର୍ଡ ସହ ମୋବାଇଲ ନମ୍ବର ଲିଙ୍କ କେବଳ ଦୁଇ ମିନିଟରେ

    ନୂଆଦିଲ୍ଲୀ: ଆଧାରକାର୍ଡ ମୁଖ୍ୟତଃ ପରିଚୟ ପତ୍ରର ଏକ ଜରୁରୀ ଦସ୍ତାବିଜ । ସରକାର ଏହାକୁ ଅପଡେଟ କରିବା ପାଇଁ ମଧ୍ୟ ନୂଆ ନୂଆ ମାଧ୍ୟମ ଆପଣାଉଛନ୍ତି । କେତେବେଳେ ଆଧାର ସହ ମୋବାଇଲ ନମ୍ବର ଲିଙ୍କକୁ ନେଇ ତ ଆଉ କେତେବେଳେ ଏଥିରେ ପ୍ୟାନକାର୍ଡ ଲିଙ୍କ କଥା କହୁଛନ୍ତି । କେବଳ ଦୁଇ ମିନିଟରେ କିପରି  କରିପାରିବେ ଆଧାରକାର୍ଡ ସହ ମୋବାଇଲ ନମ୍ବର ଲିଙ୍କ ।

    କେମିତି କରିବେ ଆଧାର ସହ ମୋବାଇଲ ନମ୍ବର ଲିଙ୍କ

    ଆଧାରକାର୍ଡ ସହ ମୋବାଇଲ ନମ୍ବର ଲିଙ୍କ କରିବା ଏବେ ଗୁରୁତ୍ବପୁର୍ଣ୍ଣ ହୋଇଗଲାଣି। କାରଣ ଏହା ବ୍ୟାଙ୍କରେ କିମ୍ବା ଆଲଗା କ୍ଷେତ୍ରରେ କେ ୱାଇ ସି ପ୍ରକ୍ରିୟାରେ ଭେରିଫିକେସନ ପାଇଁ ସହଯୋଗ କରିଥାଏ । ତେବେ ଆଧାର ସହ ମୋବାଇଲ ନମ୍ବର ଲିଙ୍କ କରିବା ପାଇଁ ମୋବାଇଲରେ କିଛି ଷ୍ଟେପ ରହିଛି। ଆସନ୍ତୁ ଜାଣିବା ସେହି ସମ୍ପର୍କରେ।

    • ପ୍ରଥମେ ଆପଣଙ୍କୁ UIDAI ୱେବସାଇଟ (https://uidai.gov.in) ରେ ଲଗଇିନ କରିବାକୁ ପଡିବ ।
    • ଲଗଇିନ ହେବାପରେ ପେଜରେ ନିଜର ଭାଷା ଚୟନ କରିବାକୁ ପଡିବ ।
    • ପରବର୍ତ୍ତୀ ପେଜରେ ଆଧାର ସର୍ଭିସ ଅପସନରେ ଭେରିଫାଏ ଆଧାର ଅପସନରେ କ୍ଲିକ କରିବାକୁ ହେବ ।
    • ଅପସନ ଆସିଲେ ସେଠାରେ ନିଜ ଆଧାର ନମ୍ବର ଓ ସିକ୍ରେଟ କୋଡ ଦେଲା ପରେ ପ୍ରୋସେସ ଅପସନରେ କ୍ଲିକ କରିବାକୁ ପଡିବ ।
    • ଏବେ Go to dashboard ଅପସନରେ କ୍ଲିକ କଲାପରେ ମାଗିଥିବା ଡକ୍ୟୁମେଣ୍ଟ ଦେବାକୁ ପଡିଥାଏ
    • ପରେ  Locate enrollment center ଅପସନରେ କ୍ଲିକ କରିବାକୁ ହେବ ।
    • ଏବେ ଏଠାରେ ଦେଖାଯାଉଥିବା ସେଣ୍ଟରରେ ଯାଇ ଫର୍ମ ଭରି ଆଧାରକାର୍ଡ ସହ ମୋବାଇଲ ନମ୍ବର ଲିଙ୍କ କରିବାକୁ ହେବ  । ଏଠାରେ ଆପଣଙ୍କୁ ବାୟୋମ୍ୟାଟ୍ରିକ ପ୍ରକ୍ରିୟାରେ ଲିଙ୍କ କରିବାକୁ ପଡିଥାଏ ।

    ଲିଙ୍କ ହୋଇଥିବା ମୋବାଇଲ ନମ୍ବରକୁ କିପରି ବଦଳେଇ ପାରିବେ

    • ଏଥିପାଇଁ ଆପାଣଙ୍କୁ ପ୍ରଥମେ UIDAI ୱେବସାଇଟ (https://uidai.gov.in) ରେ ଲଗଇିନ କରିବାକୁ ହେବ ।
    • ଲଗଇିନ ହେବାପରେ ଉପରୋକ୍ତ ପେଜରେ ନିଜର ଭାଷା ଚୟନ କରିବେ ।
    • ପରବର୍ତ୍ତୀ ପେଜରେ ଆଧାର ସର୍ଭିସ ଅପସନରେ ଭେରିଫାଏ ଆଧାର ଅପସନରେ କ୍ଲିକ କରିବାକୁ ହେବ  ।
    • ସେଠାରେ ନିଜ ଆଧାର ନମ୍ବର ଓ ସିକ୍ରେଟ କୋଡ ଦେଲା ପରେ ପ୍ରୋସେସ ଅପସନରେ କ୍ଲିକ କରିବାକୁ ପଡିବ ।
    • ପରେ ଆପଣଙ୍କୁ Proceed and Verify Aadhaar ଅପସନରେ କ୍ଲିକ କରିବାକୁ ହେବ ।
    • ଏହାପରେ Go to dashboard ଅପସନରେ କ୍ଲିକ କରି Book an Appointment ଅପସନରେ କ୍ଲିକ କରିବେ ।
    • ସେହିଠାରେ ଆପଣଙ୍କୁ ଦରକାରୀ ତଥ୍ୟ ଦେଇସାରିବା ପରେ । ନିଜର ନିକଟତମ ସେଣ୍ଟରକୁ ବାଛିବାକୁ ପଡିଥାଏ ।
    • ମୋବାଇଲ ନମ୍ବର ଆଉ ସିକ୍ରେଟ କୋଡ ଦେଲା ପରେ Generate OTP ରେ କ୍ଲିକ କରିବାକୁ ପଡିବ ।
    • ପରେ “Select fields to be update”ରେ ନ୍ୟୁ ମୋବାଇଲ ନମ୍ବର ଅପସନରେ କ୍ଲିକ କରିବାକୁ ପଡିଥାଏ ।
    • ପରବର୍ତ୍ତୀ ପେଜରେ ନିକଟତର ଆଧାର କେନ୍ଦ୍ରକୁ କେଉଁଦିନ ଯିବେ ଆଉ କେତେ ଟାଇମ ରେ ଯିବେ ତାହାର ଡିଟେଲ୍ସ ଭରିବାକୁ ପଡିଥାଏ  ।
    • ପରେ Appointment Confirmation ଅପସନରେ କ୍ଲିକ କରି ଉପରୋକ୍ତ ତଥ୍ୟ ଠିକ ଥିଲେ Submit କରିବାକୁ ହେବ ।
    • ଏବେ ପରବର୍ତ୍ତୀ ପେଜରେ ନମ୍ବର ଅପଡେଟ ପାଇଁ ଆପଣଙ୍କୁ 50 ଟଙ୍କା ଦେବାକୁ ପଡିବ ।
    • ଶେଷରେ ନିର୍ଦ୍ଧାରିତ ଦିନରେ ଆଧାର କେନ୍ଦ୍ରକୁ ଯାଇ ନିଜର ମୋବାଇଲ ନମ୍ବର ଅପଡେଟ କରିପାରିବେ ଏବଂ ଏହାର ପି ଡି ଏଫ ମଧ୍ୟ ଡାଉନଲୋର୍ଡ କରିପାରିବେ ।
  • ସ୍ମାର୍ଟ ଫୋନର କୁପ୍ରଭାବ

    ସ୍ମାର୍ଟ ଫୋନ। ଆଜିକାଲି ଏହାର ବ୍ୟବହାର କାହିଁରେ କେତେ। ଛୋଟ ଛୁଆଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସବୁ ବର୍ଗର ଲୋକେ ଏହାର ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି। ଡିଜିଟାଲ ଯୁଗରେ ମୋବାଇଲରେ କାମ କରିବା, ଗେମ ଖେଳିବା, ଫିଲ୍ମ ଦେଖିବା, ଗୀତ ଶୁଣିବା ସହ ପାଠ ପଢୁଛନ୍ତି ପିଲାଏଁ। ଏତେ ସବୁ ସତ୍ତ୍ୱେ କିନ୍ତୁ ଏହି ଇଲୋକ୍ଟ୍ରନିକ୍ସ ଉପକରଣଟି ମଣିଷ ପାଇଁ ଅତ୍ୟନ୍ତ ଘାତକ। ଏହାର କୁପ୍ରଭାବ ସିଧାସଳଖ ପିଲାଙ୍କ ଉପରେ ପଡୁଥିବା ନଜିର ରହିଛି।ଆଜିକାଲି ବ୍ୟସ୍ତବହୁଳ ଜୀବନରେ ମୋବାଇଲର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଯେମିତିକି ଆମ ସମସ୍ତଙ୍କ ଜୀବନର ଏକ ଅଂଶ କହିଲେ ଭୁଲ ହେବ ନାହିଁ। ଅଳ୍ପ ସମୟ ମଧ୍ୟରେ ଖବର ସହ ମନୋରଞ୍ଜନର ଉତ୍ତମ ମାଧ୍ୟମ ହୋଇଛି ମୋବାଇଲ। ଏହାର ବ୍ୟବହାରରୁ ବାଦ ପଡିନାହାନ୍ତି ଛୋଟ ଛୁଆ। ସେମାନେ ବି ଏହାର ବ୍ୟବହାରରେ ଏକଦମ ମାହିର ରହିଛନ୍ତି। ଟିକିଏ ଖାଲି ସମୟ ପାଇଲେ ମୋବାଇଲ ଧରି ବସିପଡନ୍ତି ଛୋଟ ପିଲା। ତେବେ ଛୁଆଙ୍କ ଦ୍ବାରା ମୋବାଇଲର ବହୁଳ ବ୍ୟବହାର ପିତାମାତଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞଙ୍କ ପାଇଁ ପାଲଟିଛି ଚିନ୍ତାର ବିଷୟ। ସ୍ମାର୍ଟଫୋନର ଅତ୍ୟଧିକ ବ୍ୟବହାର ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ବହୁ ନକାରାତ୍ମକ ପ୍ରଭାବ ପକାଉଛି।

    ପିଲାମାନେ ଅଧିକାଂଶ ସମୟ ମୋବାଇଲରେ ଖେଳିବାରେ ବିତାଇଥାନ୍ତି। ଯାହାକି ସେମାନଙ୍କ ଓଜନ ବୃଦ୍ଧି, ଦୃଷ୍ଟି ଶକ୍ତି ହ୍ରାସ, ମାନସିକ ସ୍ବାସ୍ଥ୍ୟରେ କୁପ୍ରଭାବ, ବ୍ୟବହାରରେ ପରିବର୍ତ୍ତନ ହେବା ସହ ପାଠପଢା ମଧ୍ୟ କମୁଥିବା ଦେଖାଦେଉଛି।
    ତେବେ ବାପା-ମାଆ ଚାହିଁଲେ ସେମାନଙ୍କ ପିଲାଙ୍କୁ ଏଥିରୁ ରକ୍ଷା କରିପାରିବେ। ପିଲାଙ୍କୁ ବହୁ ସମୟ ମୋବାଇଲ ନ ଧରାଇବା। ଫୋନରୁ ଗେମ ଗୁଡିକୁ ହଟେଇ ଏକ ନିର୍ଦ୍ଧାରିତ ସମୟ ପାଇଁ ପିଲାଙ୍କୁ ମୋବାଇଲ ଦେବା। ବାହାରେ ପିଲାଙ୍କୁ ପାଣିରେ ପହଁରିବା, ଡ୍ରଇଁ , ଗୀତ ଗାଇବା ପରି ଖେଳକୁଦ କରିବାକୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି। ସେହିପରି ପିଲାମାନଙ୍କୁ ଏକା ଗୋଟିଏ କୋଠରୀରେ ଛାଡିବା ଉଚିତ ନୁହେଁ। ଏହା ଯୋଗୁ ପିଲାଙ୍କର ଓଜନରେ ନିୟନ୍ତ୍ରଣ ରହିବା ସହ ସ୍ବାସ୍ଥ୍ୟରେ ମଧ୍ୟ ଉନ୍ନତି ଘଟିବ।

    • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ
Back to top button