MOVIE

  • ରିଲିଜ ହେଲା ଆମିରଙ୍କ “ଲାଲ ସିଂ ଚଡ୍ଡା”

    ବଲିଉଡ ଫିଲ୍ମ ଷ୍ଟାର ଆମିର ଖାନ୍। ବର୍ତ୍ତମାନ ତାଙ୍କ ଫିଲ୍ମ ଲାଲ ସିଂ ଚଡ୍ଡାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ବିବାଦ ମଧ୍ୟରେ ତାଙ୍କର ଫିଲ୍ମ ଲାଲ ସିଂ ଚଡ୍ଡା ବର୍ତ୍ତମାନ ସିନେମା ହଲରେ ରିଲିଜ ହୋଇଛି। ଏହି ଫିଲ୍ମରେ ଆମିର ଖାନ୍ ଙ୍କ ସହ କରୀନା କାପୁର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଲାଲ ସିଂ ଚଡ୍ଡା ଫିଲ୍ମକୁ ବହୁ ଦିନ ଧରି ବୟକଟ୍ କରାଯିବ ନେଇ ଦାବି ହୋଇଥିଲା।ଲାଲ ସିଂ ଚଡ୍ଡା ଫିଲ୍ମ ସିନେମା ହଲରେ ରିଲିଜ୍ ହେବା ପରେ ଦର୍ଶକମାନେ ଏହାକୁ ବେଶ ପସନ୍ଦ କରିଛନ୍ତି। ଅମୀର ଖାନଙ୍କ ଫିଲ୍ମ ଲୋକଙ୍କ ହୃଦୟ ଜିତୁଛି। ଅନେକ ଲୋକ ଲାଲ ସିଂ ଚଡ୍ଡାକୁ ବ୍ଲକବଷ୍ଟର ବୋଲି କହୁଛନ୍ତି।

    ଦୀର୍ଘ ସମୟ ପରେ ବଲିଉଡରେ ଏମିତି ଏକ ଫିଲ୍ମ ରିଲିଜ ହୋଇଛି, ଯାହା ତାର କଣ୍ଟେଟ ପାଇଁ ଫିଲ୍ମ ହିଟ୍ ହେବ ବୋଲି ଦର୍ଶକମାନେ କହିଛନ୍ତି। ଫିଲ୍ମ ଏକ ପ୍ରକୃତ ଘଟଣାକୁ ନେଇ ଆଧାରିତ ହୋଇଛି। ଏହି ଫିଲ୍ମରେ ଭାରତୀୟ ଇତିହାସ ବିଷୟରେ ଉଲ୍ଲେଖ ରହିଛି। ଦେଶର ସ୍ୱାଧୀନତା ହେଉ, ଶିଖମାନଙ୍କ ପ୍ରତି ହିଂସା, ବାବ୍ରି ମସଜିଦ ଭାଙ୍ଗିବାର ସମୟ ହଉ ବା ଅନ୍ୟ କୌଣସି ପ୍ରସଙ୍ଗରେ ହେଉ ସେହି ସମୟର ଘଟଣା ସବୁ ଏହି ଫିଲ୍ମରେ ଦେଖାଯାଇଛି। ଲାଲ ସିଂ ଚଡ୍ଡା ଜଣେ ସ୍ୱାଧିନତା ସଂଗ୍ରାମୀ ତାଙ୍କ ଜୀବନି ଉପରେ ଏହି ଫିଲ୍ମ ଆଧାରିତ ହୋଇଛି।

    ତେବେ ଦର୍ଶକମାନେ ଏହାକୁ ଅଧିକ ପସନ୍ଦ କରିଛନ୍ତି। ଯିଏ ଆମୀର ଖାନଙ୍କ ଲାଲ ସିଂ ଚଡ୍ଡା ଫିଲ୍ମ ଦେଖିଛନ୍ତି, ସିଏ ଏହି ଫିଲ୍ମର ତାରିଫ ନକରି ରହିପାରିନାହାନ୍ତି। ସେଲିବ୍ରେଟି ଓ ପ୍ରଶଂସକମାନେ ଆମୀର ଖାନଙ୍କ ଫିଲ୍ମକୁ ତାରିଫ କରିଛନ୍ତି। ଲୋକମାନେ ଫିଲ୍ମର କାହାଣୀ ଓ କ୍ୟାରେକ୍ଟର ଗୁଡିକୁ ବହୁତ ପସନ୍ଦ କରୁଛନ୍ତି। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଆମୀର ଖାନ୍ ବହୁତ ନର୍ଭସ ଥିଲେ। ଫିଲ୍ମ ରିଲିଜ ହେବା ପୂର୍ବ ଦିନ ସେ ଟେନସନରେ ଶୋଇ ନଥିଲେ। ବର୍ତ୍ତମାନ ଫିଲ୍ମର ରେସପନ୍ସ ଭଲ ରହିଛି।

    • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ
  • ଅଜୟ ଦେବଗନ ଏବଂ ସାଉଥ ସୁପରଷ୍ଟାର ସୂରିୟାଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା ପୁରସ୍କାର

    ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପୁରସ୍କୃତଙ୍କ ନାମ ଘୋଷଣା କରାଯାଇଛି। ସୂର୍ଯ୍ୟ ଦେଓଙ୍କ ‘କାଲି ପାଇଁ କାଲିର ସିନେମା’କୁ ଶ୍ରେଷ୍ଠ ବୁକ୍ ଅନ ସିନେମାରେ ସମ୍ମାନିତ କରାଯାଇଛି। ଅଜୟ ଦେବଗନ ଏବଂ ସୁରିୟା ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଛନ୍ତି। ଫିଲ୍ମ ତାନାଜୀ ପାଇଁ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ସେହି ପରି ଅପର୍ଣ୍ଣା ବାଲମୂରଲୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି।

    ପାଖାପାଖି ୩୦୦ ଫିଚର ଫିଲ୍ମ ଏବଂ ୧୫୦ ଅଣ ଫିଚର ଫିଲ୍ମ ପଠା ଯାଇଥିଲା। ଏଥିରେ ୩୦ ଭିନ୍ନ ଭିନ୍ନ ଭାଷାର ଚଳଚ୍ଚିତ୍ର ସାମିଲ୍ ଥିଲା। ଚଳିତ ବର୍ଷ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ୧୦ ଜଣିଆ ବିଚାର ମଣ୍ଡଳୀର ନେତୃତ୍ଵ ନେଇଥିଲେ ଫିଲ୍ମ ନିର୍ମାତା ବିପୁଲ ଶାହ। ଦୁଇ ବର୍ଷ ପରେ ପୁରସ୍କାର ସମାରୋହ ଦିଲ୍ଲୀରେ ଆୟୋଜନ କରାଯାଇଛି। କରୋନା କାରଣରୁ ଗତ ବର୍ଷ ଅନଲାଇନରେ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା। ଆସନ୍ତୁ ଦେଖିବା କାହାକୁ ମିଳିଲା କେଉଁ ପୁରସ୍କାର

    ଶ୍ରେଷ୍ଠ ଅଭିନେତ୍ରୀ– ଅପର୍ଣ୍ଣା ବାଲମୂରଲୀଙ୍କୁ ନିଜର ଫିଲ୍ମ Soorarai Pottru ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି।

    ଶ୍ରେଷ୍ଠ ଅଭିନେତା– ଅଜୟ ଦେବଗନ ଏବଂ ସାଉଥ ସୁପରଷ୍ଟାର ସୂରିୟା ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଛନ୍ତି। ଅଜୟ ଦେବଗନଙ୍କୁ ଏହି ପୁରସ୍କାର ତାନାଜୀ: ଦ ଅନସଙ୍ଗ ଓ୍ଵାରିୟର ଏବଂ ସୂରିୟାଙ୍କ ନିଜ ଫିଲ୍ମ Soorarai Pottru ପାଇଁ ପୁରସ୍କାର ମିଳିଛି।

    ଶ୍ରେଷ୍ଠ ଫିଚର ଫିଲ୍ମ– ସୂରିୟା ଏବଂ ଅପର୍ଣ୍ଣାଙ୍କ ଫିଲ୍ମ Soorarai Pottruକୁ ଶ୍ରେଷ୍ଠ ଫିଚର ଫିଲ୍ମର ଆଓ୍ଵାର୍ଡ ମିଳିଛି। ଚଳିତ ବର୍ଷ ଏହି ଚଳଚ୍ଚିତ୍ର ସବୁଠୁ ବଡ ବିଜେତା ଭାବେ ସାମ୍ନାକୁ ଆସିଛି।

    ଶ୍ରେଷ୍ଠ ସ୍କ୍ରିନପ୍ଲେ – Soorarai Pottruକୁ ଶ୍ରେଷ୍ଠ ସଂଳାପର ପୁରସ୍କାର ମିଳିଛି।

    ଶ୍ରେଷ୍ଠ ହିନ୍ଦୀ ଫିଲ୍ମ– ରାଜୀବ କପୁର ଏବଂ ସଞ୍ଜୟ ଦତ୍ତ ଅଭିନୀତ ତୁଳସୀଦାସ ଜୁନିୟରକୁ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ରର ପୁରସ୍କାର ମିଳିଛି। ଏହାର ନିର୍ଦ୍ଦେଶକ ହେଉଛନ୍ତି ମୃଦୁଲ ତୁଳସୀଦାସ।

    ଶ୍ରେଷ୍ଠ ପ୍ରୋଡକ୍ସନ ଡିଜାଇନ– ଅନୀସ ନାଦୋଦୀ(କପ୍ପେଲା), ମାଲାୟାଲମ

    ଶ୍ରେଷ୍ଠ ଏଡିଟିଂ– ଶ୍ରୀକର ପ୍ରସାଦ, sivaranjiniyum innum sila pengalum(ତାମିଲ)

    ଶ୍ରେଷ୍ଠ ସିନେମାଟୋଗ୍ରାଫି– ସୁପ୍ରତିଭ ଭୋଲ(ଅବିଜାତ୍ରିକ), ବଙ୍ଗାଲି

    ଶ୍ରେଷ୍ଠ ମହିଳା ପ୍ରଚ୍ଛଦପଟ୍ଟ ଗାୟିକା– ନନଚମ୍ମା(AK Ayyappanum Koshiyum), ମାଲାୟାଲମ

    ଶ୍ରେଷ୍ଠ ପୁରୁଷ ପ୍ରଚ୍ଛଦପଟ୍ଟ ଗାୟକ– ରାହୁଲ ଦେଶପାଣ୍ଡେ(ମି ବସନ୍ତରାଓ)(ମରାଠି)

    ଶ୍ରେଷ୍ଠ ସହ ଅଭିନେତା– ବିଜୁ ମେନନ(AK Ayyappanum Koshiyum) ମାଲାୟାଲମ

    ଶ୍ରେଷ୍ଠ ନିର୍ଦ୍ଦେଶକ– ସଚ୍ଚିଦାନନ୍ଦ କେଆର(AK Ayyappanum Koshiyum)

    ଶ୍ରେଷ୍ଠ ସହ ଅଭିନେତ୍ରୀ– ଲକ୍ଷ୍ମୀ ପ୍ରିୟା ଚନ୍ଦମୋଲି(Sivaranjiniyum Innum Sila Pengalum), ତାମିଲ୍

  • ବୟକଟ୍‌ ହେବକି ‘ବ୍ରହ୍ମାସ୍ତ୍ର’ ?

    ଜୁନ୍‌ ୧୫ରେ ‘ବ୍ରହ୍ମାସ୍ତ୍ର’ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା। ଟ୍ରେଲର ରିଲିଜ ହେବା ପରେ ଫିଲ୍ମର କିଛି ଦୃଶ୍ୟକୁ ନେଇ ଦର୍ଶକ ଆପତ୍ତି ଉଠାଇଛନ୍ତି। ମନ୍ଦିର ଭିତରକୁ ରଣବୀର କପୁର ଜୋତା ପିନ୍ଧି ଯାଉଥିବା ଟ୍ରେଲରେ ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ସେ ଜୋତା ପିନ୍ଧି ମନ୍ଦିର ଭିତରେ ଘଣ୍ଟି ମଧ୍ୟ ବାଡେଇଛନ୍ତି। ଯାହାକୁ ନେଇ ଉତ୍ୟକ୍ତ ହୋଇପଡିଛନ୍ତି ଲୋକେ। ଏହାପରେ ଟ୍ୱିଟର୍‌ରେ ଫିଲ୍ମ ବୟକଟ୍‌ ନେଇ ଦାବି ଉଠିଛି। ଫିଲ୍ମକୁ ବୟକଟ୍‌ କରିବା ପାଇଁ ଜୋର ଧରିଲା ଦାବି।

    ଗତ କିଛି ଦିନ ହେବ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ଏହି ଫିଲ୍ମ ଉପରେ କାମ କରୁଛନ୍ତି। ନିକଟରେ ଏହି ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇସାରିଛି। ଫିଲ୍ମ ରିଲିଜକୁ ଆଉ ମାତ୍ର କିଛି ମାସ ବାକି ଅଛି। ତେବେ ଏହାରି ଭିତରେ ଟ୍ୱିଟ୍‌ର୍‌ରେ #BoycottBrahmastra ଟ୍ରେଣ୍ଡ କରିବାରେ ଲାଗିଛି।

    କିଛି ସୋଶାଲ ମିଡିଆ ୟୁଜର୍ସ ରଣବୀର ଜୋତା ପିନ୍ଧି ମନ୍ଦିର ଭିତରକୁ ପ୍ରେବଶ କରିବାର ଭିଡିଓକୁ ଶେଆର କରି ଏହାକୁ ବିରୋଧ କରିବା ସହ ବଲିଉଡ ସନାତନ ଧର୍ମ ପ୍ରତି ଥିବା ଆମ ଭାବନାକୁ ଆହତ କରିବା ପାଇଁ କୌଣସି ବି ସୁଯୋଗ ଛାଡୁନଥିବା କହିଛନ୍ତି। ଏଥିସହ ବଲିଉଡ ଏବେ ଟଲିଉଡ ସମେତ ହଲିଉଡକୁ କପି କରିବାକୁ ଲାଗିଲାଣି ବୋଲି କୁହାଯାଇଛି। ସେହିପରି ଆଉଜଣେ ୟୁଜର୍ସ ଲେଖିଛନ୍ତି, ‘ଜୋତା ପିନ୍ଧି ମନ୍ଦିର ଘଣ୍ଟି ବଜାଇବା … ଦକ୍ଷିଣ ଏବଂ ହିନ୍ଦୀ ଚଳଚ୍ଚିତ୍ର ମଧ୍ୟରେ ଏହା ହିଁ ପାର୍ଥକ୍ୟ… ସାଉଥ ଇଣ୍ଡିଷ୍ଟ୍ରି ହିନ୍ଦୁ ସଂସ୍କୃତିକୁ ସମ୍ମାନ କରେ।’ ଟ୍ରେଲର ଦେଖିବା ପରେ ଲୋକମାନେ ଏଭଳି ଅନେକ ମନ୍ତବ୍ୟ ଦେଉଛନ୍ତି।

    ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ତିଆରି ‘ବ୍ରହ୍ମାସ୍ତ୍ର’ ଏକ ମଲ୍ଟି ଷ୍ଟାରର ଫିଲ୍ମ। ଏଥିରେ ଆଲିଆ ଭଟ୍ଟ, ରଣବୀର କପୁରଙ୍କ ସମେତ ଅମିତାଭ ବଚ୍ଚନ, ନାଗାର୍ଜୁନ ଓ ମୌନି ରୟ ଲିଡ୍‌ ରୋଲରେ ଅଛନ୍ତି। ଏହି ଫିଲ୍ମ ଜରିଆରେ ପ୍ରଥମ କରି ରଣବୀର ଓ ଆଲିଆ ବଡ ପରଦାରେ ଏକାଠି ନଜର ଆସିବେ।

    • ଅଭିଷେକ ପୁରୋହିତଙ୍କ ରିପୋର୍ଟ
  • କାହିଁକି କାନ୍ଧିଲେ ମୁଖ୍ୟମନ୍ତ୍ରୀ ?

    କାନ୍ଧିଲେ ମୁଖ୍ୟମନ୍ତ୍ରୀ। କାହିଁକି କାନ୍ଧିଲେ କର୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ । କାରଣ ଜାଣିଲେ ଆପଣ ଚକିତ ହୋଇଯିବେ । ରାଜ୍ୟର କୌଣସି ବିପତ୍ତି ପାଇଁ ନୁହେଁ ସେଭଳି କୌଣସି ଗମ୍ଭୀର ପରିସ୍ଥିତି ନୁହେଁ । ଫିଲ୍ମ ଦେଖି ମୁଖ୍ୟମନ୍ତ୍ରୀ କାନ୍ଧିଲେ ।ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ୍ୟ ଘଟଣା ଟି ସତ୍ୟ । 777 ଚାର୍ଲି ଫିଲ୍ମ ଦେଖି ମାନ୍ୟବର ମୁଖ୍ୟମନ୍ତ୍ରୀ କାନ୍ଧିଲେ । ଏହି ଫିଲ୍ମରେ କୁକୁର ଓ ମଣିଷ ମଧ୍ୟ୍ୟରେ ସମ୍ପର୍କର ନିବଡତା କଥା ପ୍ରଦର୍ଶିତ ହୋଇଛି । ରକ୍ଷଶିତ ସେଟୀ ଙ୍କ ନୁଆ ଫିଲ୍ମି 777 ଚାର୍ଲି 5 ଟି ଭାଷାରେ 10 ଜୁନ 2022 ଦିନ ରିଲିଜ୍ ହେଲା ।

    13 ଜୁନ ଦିନ ମୁଖ୍ୟମନ୍ତ୍ରୀ ଏହି ଫିଲ୍ମ କୁ ଦେଖିଲେ । ଦେଖିଲେ କିନ୍ତୁ ପରିସ୍ଥିତି କୁ ନିୟନ୍ତ୍ରଣ କରିପାରଲେ ନାହିଁ । ଆଖିରେ ଲୁହ ପଳାଇ ଆସିଲା । ଫିଲ୍ମ ଦେଖି ତାଙ୍କ କୁକୁର କଥା ମନେପଡଗିଲା । କୁକର ଗୋଟିଏ ବିଶ୍ବସ୍ତ ପ୍ରାଣୀ । କୁକୁର ର ଭଲପାଇବା ନିସର୍ତ୍ତମୁଳକ । କୁକୁର ଭଲପାଇବା ଦେଖିବା ପରେ ମୁଖ୍ୟମନ୍ତ୍ରୀଙ୍କର ନିଜ କୁକୁର କଥା ମନେପଡିଯାଇଥିଲା । ଶେଷରେ ନିଜର କୁକୁର କଥା ଭାବି ଭାବି କାନ୍ଧିଥିଲେ।

    • ସ୍ମରଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ
  • ଗଙ୍ଗା ଙ୍କ ଶରଣରେ ପୃଥ୍ୱୀରାଜ୍

    ବଲିଉଡର ଖିଲାଡୀ କୁମାର ଙ୍କ ଆସୁଛି ନୂଆ ଫିଲ୍ମ ‘ସମ୍ରାଟ ପୃଥ୍ୱୀରାଜ୍’। ଆକ୍ସନ ଷ୍ଟାର ଅକ୍ଷୟ କୁମାର ତାଙ୍କର ଆଗାମୀ ଚଳଚ୍ଚିତ୍ରର ପ୍ରମୋସନରେ ମାତିଛନ୍ତି। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଅକ୍ଷୟ ତାଙ୍କ ସହ-ଅଭିନେତ୍ରି ମାନୁଶି ଛିଲର ଏବଂ ପୁରା ଟିମ୍ ବିଭିନ୍ନ ସହର ପରିଦର୍ଶନ କରି ଏକ ବିଶେଷ ଢଙ୍ଗରେ ଫିଲ୍ମର ପ୍ରମୋସନ କରୁଛନ୍ତି। ବର୍ତ୍ତମାନ ଖିଲାଡି କୁମାର ବାରାଣାସୀରେ ପହଞ୍ଚି ତାଙ୍କ ଚଳଚ୍ଚିତ୍ରର ସଫଳତା ପାଇଁ ଗଙ୍ଗାଙ୍କୁ ପୂଜା କରିଥିଲେ।

    ଏହି ସମୟରେ ସମ୍ରାଟ ପ୍ରୀତିରାଜଙ୍କ ପତାକା ମଧ୍ୟ ଦେଖାଯାଇଥିଲା । ଅକ୍ଷୟ କୁମାର ଗଙ୍ଗା ଘାଟରେ ଆରତୀ ପ୍ରଦର୍ଶନ କରିବା ସହିତ ଏକ ବୁଡ଼ ପକାଇଲେ । ସୋସିଆଲ ମିଡିଆରେ ଅକ୍ଷୟ ଗଙ୍ଗା ଘାଟରୁ ନିଜର ଏକ ଚିତ୍ର ସେୟାର କରିଛନ୍ତି, ଯେଉଁଥିରେ ସେ ହାତରେ ପୂଜା ଥାଳି ଧରି ଆଳତୀ କରୁଥିବା ନଜର ଆସିଥିଲେ।

Back to top button