mumbai university

  • ପରୀକ୍ଷାରେ 100 ରୁ 115 ମାର୍କ

    ମୁମ୍ବାଇ: ପରୀକ୍ଷାରେ ଛାତ୍ର ରଖିଛନ୍ତି 100 ରୁ 115 ନମ୍ବର। ଏହା ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ମୁମ୍ବାଇ ବିଶ୍ୱବଦ୍ୟାଳୟରେ ଏପରି ଘଟଣା ଘଟିଛି। ଯେଉଁଠି ପିଲା ରଖିଛନ୍ତି ଏପରି ମାର୍କ । ପରୀକ୍ଷା ହେଇଥିଲା 100 ମାର୍କର କିନ୍ତୁ କିଏ ଆଣିଲା 104 ତ ଆଉ କିଏ ଆଣିଥିଲା 115 ।

     ମୁମ୍ବାଇ ବିଶ୍ୱବିଦ୍ୱାଳୟରେ ବି ଏସ ସି ଗଣିତ ପରୀକ୍ଷାର ପଞ୍ଚମ ସେମିଷ୍ଟାର ଦେଇଥିବା ପିଲାଙ୍କ ମାର୍କ ଆସିଛି ଏହି ପ୍ରକାର । ପରୀକ୍ଷା ନଭେମ୍ବର ମାସରେ ହୋଇଥିବା ବେଳେ ଗତ ଶୁକ୍ରବାର ଦିନ ଫଳାଫଳ ବାହାରିଥିଲା । ଯେଉଁ ମାର୍କକୁ ନେଇ ବିଶ୍ୱବିଦ୍ୟାଳୟରେ ସୃଷ୍ଟି ହୋଇଛି ବିବାଦ । ପରୀକ୍ଷା ଫଳକୁ ନେଇ ଅଭିଭାବକ ଓ ପିଲାମାନଙ୍କ ମଧ୍ୟରେ ହଟଗୋଳ  ଦେଖିବାକୁ ମଧ୍ୟ ମିଳିଛି ।

    ତେବେ ଏହି ଫଳାଫଳ ବାହାରିବା ପରେ ଅନ୍ୟ କେତେକ ତ୍ରୁଟି ମଧ୍ୟ ଦେଖିବାକୁ ମିଳିଛି, ଯାହାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି । ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି କି ଫଳାଫଳର ତ୍ରୁଟି ସୁଧାରି ପୁଣିଥରେ ପରୀକ୍ଷା ଫଳ ପ୍ରକାଶ ପାଇବ । କିନ୍ତୁ ଏପରି ତ୍ରୁଟି କିପରି ହେଲା ଓ ଏହା ପଛରେ ଦାୟୀ କିଏ ସେ ଦିଗରେ ଉଚିତ ତଦନ୍ତ କରିବାକୁ ବିଶ୍ୱବିଦ୍ୟାଳୟର ପୁରାତନ ପ୍ରଫେସରମାନେ ଦାବି କରିଛନ୍ତି ।

Back to top button