narayan rane

  • ନାରାୟଣ ରାଣେଙ୍କୁ ସୁପ୍ରିମ କୋର୍ଟରୁ ଝଟକା

    ମୁମ୍ବାଇ: ବିଜେପି ନେତା ତଥା ରାଜ୍ୟସଭା ସାଂସଦ ନାରାୟଣ ରାଣେଙ୍କୁ ସୁପ୍ରିମ କୋର୍ଟରୁ ଝଟକା। ରାଣେଙ୍କ ଯାଚିକାକୁ ଖାରଜ କରି ଦେଇଛନ୍ତି ସୁପ୍ରିମ କୋର୍ଟ। ସେ ବମ୍ବେ ହାଇକୋଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମ କୋର୍ଟରେ ଗୁହାର ଲଗାଇଥିଲେ। ହାଇକୋର୍ଟ ଗତ ସପ୍ତାହରେ ରାଣେଙ୍କ ବଙ୍ଗଳାର ଅବୈଧ ନିର୍ମାଣ ନଷ୍ଟ କରି ଦେବାକୁ ବିଏମସିକୁ ଆଦେଶ ଦେଇଥିଲେ। ଏହା ବ୍ୟତୀତ, ହାଇକୋର୍ଟ ୧୦ ଲକ୍ଷ ଟଙ୍କାର ଜରିମାନା ଧାର୍ଯ୍ୟ କରିଥିଲେ।

    ସୁପ୍ରିମ କୋର୍ଟ ନାରାୟଣ ରାଣେଙ୍କ ଦ୍ବାରା ବମ୍ବେ ହାଇକୋର୍ଟଙ୍କ ରାୟ ବିରୋଧରେ କରିଥିବା ଯାଚିକାକୁ ଖାରଜ କରି ଦେଇଛନ୍ତି। ତେବେ କୋର୍ଟ ରାଣେଙ୍କୁ ତିନି ମାସର ସମୟ ଦେଇ କହିଛନ୍ତି କି, ଏହି ସମୟ ମଧ୍ୟରେ ବଙ୍ଗଳାର ଅବୈଧ ନିର୍ମାଣକୁ ଆଇନର ଦାୟରା ମଧ୍ୟରେ ଆଣିପାରନ୍ତି। ଯଦି ରାଣେ ଏହା କରି ନ ପାରନ୍ତି, ତେବେ ହାଇକୋର୍ଟଙ୍କ ରାୟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ।

    ରାଣେଙ୍କ ମୁମ୍ବାଇସ୍ଥିତ କୋଠାକୁ ଅବୈଧ ଦର୍ଶାଇ ବିଏମସି ପକ୍ଷରୁ ଫେବୃଆରୀ ୨୫, ମାର୍ଚ୍ଚ ୪ ଓ ମାର୍ଚ୍ଚ ୧୬ରେ ନୋଟିସ ହୋଇଥିଲା। ଏହାକୁ ଭାଙ୍ଗିବାକୁ ବିଏମସି ପକ୍ଷରୁ ଜଣାଯାଇଥିଲା। ଏହାକୁ ନେଇ ରାଣେ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।  ହାଇକୋର୍ଟ ନିର୍ମାଣ ଭାଙ୍ଗିବା ଉପରେ ରୋଗ ଲଗାଇଥିଲେ।  କିନ୍ତୁ ପରେ କୋର୍ଟ କୋଠାର ୭ଟି ମହଲା ଆଇନ ଉଲ୍ଲଙ୍ଘନ ହୋଇ କରାଯାଇଥିବାରୁ କୋର୍ଟ ଅବୈଧ ନିର୍ମାଣକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ।

Back to top button