natyadip

  • ନାଟ୍ୟଦୀପ ପକ୍ଷରୁ ପର୍ଯ୍ୟଟନ ବିକାଶ ପାଇଁ ସଚେତନତା ଶିବିର

    ଗୋପ:  ନାଟ୍ୟଦୀପ ପକ୍ଷରୁ ପର୍ଯ୍ୟଟନ ବିକାଶ ପାଇଁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପର୍ଯ୍ୟଟକଙ୍କ ପ୍ରତି ସୌହାର୍ଦ୍ୟ ପୂର୍ଣ୍ଣ ବ୍ୟବହାର ସହ ଆବଶ୍ୟକ ସ୍ଥଳେ ସହଯୋଗ କରିବାକୁ ଏହି ଶିବିରରେ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଇଛି। ପର୍ଯ୍ୟଟନର ବିକାଶରେ ଅଞ୍ଚଳର ବିକାଶ ହେବ। ତେଣୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଓ ଆମ ବ୍ୟବହାର ଦ୍ବାରା ସେମାନଙ୍କୁ ବାନ୍ଧି ରଖିବା ଉପରେ ଗୁରୁତ୍ବ ଦିଆଯାଇଛି।

    ବିଶ୍ବ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ଓ ଚନ୍ଦ୍ରଭାଗା ସମୂଦ୍ର କୂଳରେ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ମାନଙ୍କୁ ସୁରକ୍ଷା, ଉତ୍ତମ ବ୍ୟବହାର, ସୁନ୍ଦର ପରିବେଶ ସୃଷ୍ଟି କରିବା ପାଇଁ ନାଟ୍ୟଦୀପ ପକ୍ଷରୁ ତାଲିମି ଶିବିର କରାଯାଇଛି। ଏହି ଶିବିରରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ମହିଳା ଯୋଗ ଦେଇଥିଲେ। ନାଟ୍ୟଦୀପ ନିର୍ଦ୍ଦେଶକ କାଳନ୍ଦୀ ଚରଣ ସ୍ବାଇଁ ନେତ୍ରାନନ୍ଦ ମହାରଣା, ଶିବିରର ଆୟୋଜନ କରିଥିଲେ। ଏନେଇ କୋଣାର୍କ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଝୋଟି, ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କାର ପ୍ରଦାନ  କରାଯାଇଥିଲା। 

Back to top button