nirf

  • ପ୍ରକାଶ ପାଇଲା ଦେଶର ଶ୍ରେଷ୍ଠ କଲେଜ-ବିଶ୍ୱବିଦ୍ୟାଳୟର ରାଙ୍କିଙ୍ଗ୍…ପୁଣି ଥରେ ଆଇଆଇଟି ମାଡ୍ରାସ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ

    ଆଜି ପ୍ରକାଶ ପାଇଛି ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ୍ ଫ୍ରେମୱାର୍କ (NIRF) ରାଙ୍କିଂ ୨୦୨୨ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଘୋଷଣା କରିଛନ୍ତି । ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ନେଇ ନ୍ୟାସନାଲ୍ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଂ ତାଲିକା ପ୍ରକାଶ ପାଇଛି । ଦିନ ୧୧ଟାରେ ଏହାର ଘୋଷଣା କରାଯିବା ନେଇ ଶିକ୍ଷା ମନ୍ତ୍ରାଳୟ ଟ୍ବିଟ୍ କରି ସୂଚନା ଦେଇଥିଲେ । ରାଙ୍କିଙ୍ଗର ଘୋଷଣା ୧୦ଟି କାଟେଗୋରୀ, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସି, ମହାବିଦ୍ୟାଳୟ, ମେଡିକାଲ, ଆଇନ, ସ୍ଥପତ୍ୟ, ଡେଣ୍ଟାଲ ଓ ଗବେଷଣା ଏବଂ ମୋଟାମୋଟି ଭାବେ ଏହି ରାଙ୍କିଙ୍ଗ୍ ଘୋଷଣା କରାଯାଇଛି । ସାମଗ୍ରିକ ବର୍ଗରେ ଚଳିତ ବର୍ଷ ପୁଣିଥରେ ଆଇଆଇଟି ମାଡ୍ରାସ ଶ୍ରେଷ୍ଠ କଲେଜ ହୋଇପାରିଛି ।

    ସେହିଭଳି ଆଇଆଇଏସସି ବେଙ୍ଗାଲୁରୁ ଦ୍ବିତୀୟ ଏବଂ ଆଇଆଇଟି ବମ୍ବେ ତୃତୀୟ ସ୍ଥାନରେ ରହିଛି । ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ବର୍ଗରେ ଆଇଆଇଏସସି ବେଙ୍ଗାଲୁରୁ ପ୍ରଥମ, ଜେଏନୟୁ ଦ୍ବିତୀୟ ଏବଂ ଜାମିଆ ମିଲିଆ ଇସଲାମିଆ ତୃତୀୟ ସ୍ଥାନରେ ରହିଛି । ଗତ ବର୍ଷ ତୃତୀୟ ସ୍ଥାନରେ ରହିଥିବା ବିଏଚୟୁ ଏଥର ଷଷ୍ଠ ସ୍ଥାନକୁ ଖସି ଆସିଛି। ଶ୍ରେଷ୍ଠ କଲେଜ ବର୍ଗରେ ଶ୍ରେଷ୍ଠ ୧୦ଟି କଲେଜ ମଧ୍ୟରୁ ୫ଟି ଦିଲ୍ଲୀ ବିଶ୍ୱବିଦ୍ୟାଳୟର । ମିରାଣ୍ଡା ହାଉସ୍ ପୁଣି ଥରେ ଦେଶର ସର୍ବୋତ୍ତମ କଲେଜ ହୋଇଛି। ଏହା ପରେ ଦ୍ବିତୀୟ ସ୍ଥାନରେ ହିନ୍ଦୁ କଲେଜ ଏବଂ ତୃତୀୟ ସ୍ଥାନରେ ପ୍ରେସିଡେନ୍ସି କଲେଜ ରହିଛି।

    ଶ୍ରେଷ୍ଠ ୧୦ଟି କଲେଜର ତାଲିକାରେ ପ୍ରଥମରେ ମିରାଣ୍ଡା ହାଉସ୍, ଦ୍ବିତୀୟରେ ହିନ୍ଦୁ ମହାବିଦ୍ୟାଳୟ, ତୃତୀୟରେ ଚେନ୍ନାଇର ପ୍ରେସିଡେନ୍ସି କଲେଜ, ଚତୁର୍ଥରେ ଚେନ୍ନାଇର ଲୋୟାଲା କଲେଜ, ପଞ୍ଚମରେ ଏଲଏସଆର, ଷଷ୍ଠରେ କୋଏମ୍ବାଟୁରରେ ପିଏସଜିଆର କୃଷ୍ଣମଲ କଲେଜ ଫର୍ ଓ୍ବିମେନ୍, ସପ୍ତମରେ ଅତ୍ମାରାମ ସନାତନ ଧର୍ମ ମହାବିଦ୍ୟାଳୟ, ଅଷ୍ଟମରେ କୋଲକତାର ସେଣ୍ଟ ଜାଭିୟର କଲେଜ, ନବମରେ ହାଓ୍ବଡାର ରାମକୃଷ୍ଣ ମିଶନ୍ ଏବଂ ଦଶମରେ ନୂଆଦିଲ୍ଲୀ କିରୋଡିମଲ୍ କଲେଜ ରହିଛି ।

    • ଅଭିଷେକ ପୁରୋହିତଙ୍କ ରିପୋର୍ଟ
Back to top button