ଓଡ଼ିଶା

ସନ୍ଦେହ ଘେରରେ ପୁଲିସ

କଣ୍ଟାବାଞ୍ଝି: କଣ୍ଟାବାଞ୍ଝି ଅନ୍ନପୂର୍ଣ୍ଣl ଲଜରୁ ଇଟା ଭାଟି ମାଲିକ ଗିରଫ ପରେ ଏବେ ଖୋଦ୍ ଦାଗ ଲାଗିଛି ପୁଲିସ ଉପରେ। ଦାଦନ ଶ୍ରମିକ ଚାଲାଣ ପାଇଁ ପୋଲିସ ପରୋକ୍ଷରେ ସମର୍ଥନ  ଦେଉଥିବାର ଅଭିଯୋଗ ହେଉଥିଲା। ହେଲେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଜବତ ଅର୍ଥରୁ ଭାଗ ନେଇଥିବାର ସଙ୍ଗୀନ ଆରୋପରେ ଏବେ ଛନ୍ଦି ହୋଇଛି କଣ୍ଟାବାଞ୍ଜି ପୁଲିସ।ଯାହାର ତଦନ୍ତ ନିର୍ଦେଶ ଦେଇଛନ୍ତି ଏସ୍‌ପି।  

ଜୁଆ ଖେଳ ବେଳେ ରେଡ୍ କରିଛି ପୁଲିସ । କଣ୍ଟାବାଞ୍ଝି ଅନ୍ନପୂର୍ଣ୍ଣା ଲଜ୍ ରେ ଚଢ଼ାଉ କରିବା, ୭ ଜଣ ବାହାର ରାଜ୍ୟର ଇଟାଭାଟି ମାଲିକଙ୍କୁ ଗିରଫ କରିବା  ଯାଏ କଥା ଠିକ୍ ଥିଲା। ହେଲେ ନିଜେ କିନ୍ତୁ ପୁଲିସ ଫସିଯାଇଛି ଜବତ ଟଙ୍କାକୁ ନେଇ! ୮୦ ଲକ୍ଷ ଟଙ୍କା ରୁ ଊର୍ଦ୍ଧ୍ବ ଟଙ୍କା ଜବତ ହୋଇଥିବା ବେଳେ ସମୟକ୍ରମେ ଏହି ପରିମାଣ କେମିତି ଖସିଛି ୫୮ ଲକ୍ଷ ଟଙ୍କାକୁ। ଏହାକୁ ନେଇ ଉଠିଛି ପ୍ରଶ୍ନ।  ଏହାକୁ ନେଇ ବଲାଙ୍ଗୀର ଏସପିଙ୍କ ତଦନ୍ତ ନିର୍ଦେଶ ପରେ ଆପାତତଃ ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି। ଏହାର ତଦନ୍ତ ଦାୟିତ୍ୱ ଅତିରିକ୍ତ ଏସପିଙ୍କୁ ଦିଆଯାଇଛି।

ହାଇଦ୍ରାବାଦର ଇଟା ଭାଟି ମାଲିକ କଣ୍ଟାବାଞ୍ଝି ସହରକୁ ଜୁଆ ଖେଳିବା ପାଇଁ କାହିଁକି ଆସିଥିଲେ। ଦାଦନଶ୍ରମିକର ପେଣ୍ଠସ୍ଥଳୀ ଭାବେ ପରିଚିତ କଣ୍ଟାବାଞ୍ଝିରୁ ଶ୍ରମିକ ନେବାକୁ ଆସିନଥିଲେ ତ। ଏମିତି ତମାମ ପ୍ରଶ୍ନ ଏବେ ଗୌଣ ହୋଇଯାଇଛି। ଏହି ଚଢ଼ାଉ କରି ବାହାବା ନେଉଥିବା ପୁଲିସ ହିଁ ଏବେ ଜବତ ଟଙ୍କା ଚୋରୀ କରିଥିବାର ଆରୋପରେ ଛନ୍ଦି ହୋଇଗଲାଣି।

ପୁଲିସ ହିଁ ଏବେ ସନ୍ଦେହର ଘେରରେ। ଚଢ଼ାଉ କରି ଅର୍ଥ ଜବତ କରି ଅର୍ଥ ଚଳୁର ଆରୋପ ଲାଗିଛି କଣ୍ଟାବାଞ୍ଝି ପୁଲିସ ଉପରେ।

ସଞ୍ଜୟ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button