odisha

  • ମୋଦୀ ସରନେମ୍ ମାମଲାରେ ରାହୁଲ ଗାନ୍ଧୀଙ୍କୁ ସୁପ୍ରିମ୍‌ କୋର୍ଟ ଦେଲେ ବଡ ଆଶ୍ୱସ୍ତି

    ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ମିଳିଲା ବଡ ଆଶ୍ୱସ୍ତି । ମୋଦୀ ସରନେମ୍ ମାମଲାରେ ରାହୁଲ ଗାନ୍ଧୀଙ୍କୁ ସୁପ୍ରିମ୍‌କୋର୍ଟ ଦେଲେ ବଡ ଆଶ୍ୱସ୍ତି । ରାହୁଲ ଗାନ୍ଧୀଙ୍କ ଦଣ୍ଡ ଉପରେ ରୋକ୍ ଲଗାଇଲେ ସୁପ୍ରିମ୍‌କୋର୍ଟ ।

    ରାୟ ଶୁଣାଇ ସୁପ୍ରିମ୍‌ କୋର୍ଟ କହିଛନ୍ତି, ଏହି ମାମଲାରେ ‘ଟ୍ରାଏଲ୍‌ ଜଜ୍‌’ ସର୍ବାଧିକ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି, କିନ୍ତୁ ଦଣ୍ଡାଦେଶ ଗୋଟିଏ ଦିନ କମ୍‌ ହୋଇଥିଲେ ସେ ଅଯୋଗ୍ୟ ଘୋଷିତ ହୋଇ ନ ଥାନ୍ତେ। କିନ୍ତୁ, ‘ଟ୍ରାଏଲ୍‌ ଜଜ୍‌’ ସର୍ବାଧିକ ଦଣ୍ଡାଦେଶ ଦିଆଯିବାର କାରଣ ଦର୍ଶାଇ ନାହାନ୍ତି। ତେଣୁ, ଚୂଡ଼ାନ୍ତ ବିଚାର ହେବା ପର୍ଯ୍ୟନ୍ତ ଏହି ଦଣ୍ଡାଦେଶ ଉପରେ ରହିତାଦେଶ ଜାରି ରହିଲା।

    ସୁପ୍ରିମ୍‌ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଏକଥା ନିଃସନ୍ଦେହ ଯେ, ଆବେଦନକାରୀ ଦେଇଥିବା ଟିପ୍ପଣୀ ରୁଚିକର ନୁହେଁ। ଭାଷଣ ଦେବା ବେଳେ ଆବେଦନକାରୀ ଅଧିକ ସାବଧାନତା ଅବଲମ୍ବନ କରିବା ଉଚିତ।

    କିନ୍ତୁ, ଅଯୋଗ୍ୟତାର ପରିଣାମ କେବଳ ବ୍ୟକ୍ତି ଅଧିକାରକୁ ପ୍ରଭାବିତ କରୁନାହିଁ ଭୋଟର୍‌ମାନଙ୍କୁ ବି ପ୍ରଭାବିତ କରୁଛି ବୋଲି ସୁପ୍ରିମ୍‌ କ‌ୋର୍ଟ କହିଛନ୍ତି।

  • ନୂଆ ଟିମ୍ ଘୋଷଣା କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

    ନିଜର ନୂଆ ଟିମ୍ ଘୋଷଣା କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଆଜି ବିଜେପି ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା କରିଛନ୍ତି । ମନମୋହନ ସାମଲ ୩୫ ଜଣିଆ ତାଲିକା ଜାରି କରିଥିବା ବେଳେ ଏଥିରେ ୧୦ ଜଣ ଉପସଭାପତି ଓ ୫ ଜଣ ସାଧାରଣ ସମ୍ପାଦକ ଅଛନ୍ତି । ଉପସଭାପତି ଭାବେ ନାଉରି ନାୟକ, ଅପରାଜିତା ଷଡଙ୍ଗୀ, ରବି ନାଏକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗୋଲକ ପ୍ରସାଦ ମହାପାତ୍ର, କୁସୁମ ଟେଟେ, ଲେଖାଶ୍ରୀ ସାମନ୍ତସିଂହାର, ସୁକେଶୀ ଓରାମ, ବିରଂଚି ନାରାୟଣ ତ୍ରିପାଠୀ ଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଯତୀନ ମହାନ୍ତି, ପୂର୍ଣ୍ଣିମା କେର୍କେଟା, ସାରଦା ପ୍ରସାଦ ଶତପଥୀ, ମାନସ କୁମାର ମହାନ୍ତି, ସୀମାଂଚଳ ଖଟେଇ ପ୍ରମୁଖ ରହିଛନ୍ତି ।
    ସେହିପରି ସମ୍ପାଦକ ଭାବେ ରମେଶ ଚନ୍ଦ୍ର ସାହୁ, ଟଙ୍କଧର ତ୍ରିପାଠୀ, ନବୀନ ରାମ, ସିପ୍ରୋ ବାଜପେୟୀ, ଅଭିମନ୍ୟୁ ସେଠୀ, ସରୋଜ କୁମାର କର, କୃଷ୍ଣଚନ୍ଦ୍ର ମହାପାତ୍ର, କସ୍ତୁରୀ ମିଶ୍ର, ପୂର୍ଣ୍ଣିମା ନାୟକ, ଇରାସିସ ଆଚାର୍ଯ୍ୟ ପ୍ରମୁଖ ରହିଛନ୍ତି । ସେହିଭଳି ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ହୋଇଥିବା ବେଳେ ମହିଳା ମୋର୍ଚ୍ଚା ସଭାପତି ହୋଇଛନ୍ତିଐଶ୍ୱର୍ଯ୍ୟା ବିଶ୍ୱାଳ । କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ, ଏସଟି ମୋର୍ଚ୍ଚାର ସଭାପତି ଭାବେ ନିତ୍ୟାନନ୍ଦ ଗଣ୍ଡ, ଏସସି ମୋର୍ଚ୍ଚା ସଭାପତି ଭାବେ ବିଭୁ ପ୍ରସାଦ ତରାଇ, ଓବିସି ମୋର୍ଚ୍ଚା ସଭାପତି ଭାବେ ସୁରଥ ବିଶ୍ୱାଳଙ୍କୁ ଦାୟିତ୍ୱ ଦିଆଯାଇଛି ।

  • ୪ଟି ଗେଟ ଖୋଲିଲା ହୀରାକୁଦ, ମୋଟ ୧୨ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ

    ଆହୁରି ୪ଟି ଗେଟ ଖୋଲିଲା ହୀରାକୁଦ | ମୋଟ ୧୨ଟି ଗେଟ ଦେଇ ହୀରାକୁଦ ଜଳ ନିଷ୍କାସନ ହେଉଛି | ଗତ ରବିବାର ୫ଟି ଗେଟ ଖୋଲି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ କରିଥିବା ବେଳେ, ଆସନ୍ତାକାଲି ୩ଟି ଗେଟ ଓ ଆଜି ପୁଣି ୪ଟି ଗେଟ ଖୋଲିଛି ହୀରାକୁଦ ଡ୍ୟାମ | ତେବେ ହୀରାକୁଦ ଗେଟ ଖୋଲିବା ପରେ ବୃଦ୍ଧି ପାଉଛି ଜଳସ୍ତର | ଫଳରେ ସୋନପୁର ମହାନଦୀର ଜଳସ୍ତର ବୃଦ୍ଧି ପାଇଛି | ବର୍ତ୍ତମାନ ସୁଦ୍ଧା ହୀରାକୁଦର ଜଳସ୍ତର ୬୨୪.୦୪ ଫୁଟ ରହିଛି |

  • ବଦଳିଲା ଟ୍ବିଟରର ଚିହ୍ନ, “ନୀଳ ଚଢେଇ” ନୁହେଁ “ଏକ୍ସ” ଏହାର ପରିଚୟ

    ବଦଳିଲା ଟ୍ୱିଟର ଲୋଗୋ। ଟ୍ୱିଟର ତା’ର ଦୀର୍ଘଦିନର ପରିଚୟ ଚର୍ଚ୍ଚିତ ନୀଳ ଚଢ଼େଇକୁ ହରାଇଛି। ନୂଆ ମାଲିକ ଏଲନ୍‌ ମସ୍କ ଟ୍ବିଟରର ଚର୍ଚ୍ଚିତ ନୀଳ ଚଢ଼େଇକୁ ହଟାଇ ସେହି ସ୍ଥାନରେ ଇଂରାଜୀ ଅକ୍ଷର ‘ଏକ୍ସ’ ବ୍ୟବହାର କରିଛନ୍ତି। ବର୍ତ୍ତମାନ ଏହି ପରିବର୍ତ୍ତନ ଡେସ୍କଟପ୍‌ରେ କରାଯାଇଥିବା ବେଳେ ମୋବାଇଲ୍‌ ଆପ୍‌ରେ କିନ୍ତୁ ନୀଳ ଚଢ଼େଇ ଏବେବି ରହିଛି। ଟ୍ବିଟରର ଆମେରିକା ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସାମ୍ନାରେ ମଧ୍ୟ ‘ଏକ୍ସ’ ଲେଖାଯାଇଛି। ସେହି ଫଟୋକୁ ମସ୍କ ଆଜି ଟ୍ବିଟରରେ ସେୟାର କରିଛନ୍ତି।

    ‘ଏକ୍ସ’ ଅକ୍ଷର ପ୍ରତି ମସ୍କଙ୍କ ଅହେତୁକ ଦୁର୍ବଳତା ରହିଛି। ଟେସ୍‌ଲାର କାର୍‌ ମଡେଲ୍‌ର ନାମ ଏକ୍ସ ରଖିବାଠାରୁ ଆରମ୍ଭ କରି ମହାକାଶ ଗବେଷଣା ସଂସ୍ଥା ସ୍ପେସ୍‌ଏକ୍ସ ରଖିବା ପର୍ଯ୍ୟନ୍ତ ତାଙ୍କ ଜୀବନରେ ‘ଏକ୍ସ’ର ଅକ୍ଷରର ବେଶ ମହତ୍ବ ରହିଛି । ୧୯୯୯ ପରଠାରୁ ସେ ଏକ୍ସ ପ୍ରେମ୍‌ରେ ପଡ଼ିଥିବା ଜଣାପଡ଼ିଛି। ଚୀନ୍‌ର ୱିଚାଟ୍ ଭଳି ମସ୍କ ଏକ ସୁପର୍‌ ଆପ୍ ବିକାଶ କରିବାକୁ ଚାହୁଛନ୍ତି ଯାହାର ନାମ ସେ ‘ଏକ୍ସ’ ରଖିବାକୁ ଚାହୁଛନ୍ତି। ସେହି ବୃହତ ଯୋଜନାର ଅଂଶ ଭାବେ ଗତବର୍ଷ ସେ ଟ୍ବିଟରକୁ ୪୪୦୦ କୋଟି ଟଙ୍କାରେ କିଣିଥିଲେ। ଟ୍ବିଟରକୁ ଏକ୍ସରେ ରୂପାନ୍ତରୀତ କରିବା ଲାଗି ସେ ନୂଆ ସିଇଓ ଲିଣ୍ଡା ୟାକାରିନୋଙ୍କୁ ଦାୟିତ୍ବ ଦେଇଛନ୍ତି। ଗତକାଲି ରାତିରେ ସେ twitter.comକୁ ବଦଳାଇ X.com କରିଥିଲେ। ଆଜି ଡେସ୍କଟପ୍‌ରେ ନୂଆ ଲୋଗୋ ‘ଏକ୍ସ’କୁ ଲାଗୁ କରିଛନ୍ତି।

  • ଆଜି ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି

    ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଅପରାହ୍ଣରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ମହାମହିମ | ଏହି ଗସ୍ତରେ ରାଷ୍ଟ୍ରପତି ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବାର ଯୋଜନା ରହିଛି | ଏନେଇ ସୁରକ୍ଷାକୁ ନଜରରେ ରଖି କମିଶନରେଟ ପୋଲିସ ପକ୍ଷରୁ ୫୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୩୦୦ ଅଫିସର ନିୟୋଜିତ ହୋଇଛନ୍ତି । ସେଥିପାଇଁ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଗତକାଲି କଟକ ଓ ଭୁବନେଶ୍ୱରରେ କାରକେଡ୍ ରିହର୍ସାଲ କରାଯାଇଛି । ବ୍ଲୁ-ବୁକ୍ ଗାଇଡଲାଇନ୍ ଅନୁସାରେ ରାଷ୍ଟ୍ରପତିଙ୍କ କାରକେଡ ତାଙ୍କ ଗନ୍ତବ୍ୟସ୍ଥଳକୁ ଯିବେ ।
    ମହାମହିମ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଓ ଅନ୍ୟ ବିଶିଷ୍ଠ ବ୍ୟକ୍ତିମାନେ ତାଙ୍କୁ ସ୍ୱାଗତ କରିବା ସହ ଗାର୍ଡ ଅଫ ଅନର ପ୍ରଦାନ କରାଯିବ । ଏହା ପରେ ସେ ରାଜଭବନରେ ଆପାଦଗ୍ରସ୍ତ ଜନଜାତି ଗୋଷ୍ଠୀ ପ୍ରତିନିଧିଙ୍କ ସହ ସାକ୍ଷାତ କରିବେ । ୨୬ ତାରିଖରେ କଟକ ଏସସିବିର ବାର୍ଷିକ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ୨୭ ତାରିଖରେ ତମାଣ୍ଡୋ ଦଶବାଟିଆ ଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ୍ ହାଉସ କଂପ୍ଲେକ୍ସ କାର୍ଯ୍ୟକ୍ରମରେ ଯୋଗଦେବେ । ଏହା ପରେ ମହାମହିମ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି | ।

  • ୩ ଦିନିଆ ଓଡିଶା ଗସ୍ତରେ ମହାମହିମ, ୫୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୩୦୦ ଅଫିସର ନିୟୋଜିତ


    ଆସନ୍ତାକାଲି ୩ ଦିନିଆ ଓଡିଆ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ସୁରକ୍ଷାକୁ ନଜରରେ ରଖି କମିଶନରେଟ ପୋଲିସ ପକ୍ଷରୁ ୫୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୩୦୦ ଅଫିସର ନିୟୋଜିତ ହେବେ । ସେଥିପାଇଁ ରାଷ୍ଟ୍ରପତିଙ୍କ ଗ୍ରସ୍ତ ପୂର୍ବରୁ ଆଜି କଟକ ଓ ଭୁବନେଶ୍ୱରରେ କାରକେଡ୍ ରିହର୍ସାଲ କରାଯାଇଛି । ବ୍ଲୁ-ବୁକ୍ ଗାଇଡଲାଇନ୍ ଅନୁସାରେ ରାଷ୍ଟ୍ରପତିଙ୍କ କାରକେଡ ତାଙ୍କ ଗନ୍ତବ୍ୟସ୍ଥଳକୁ ଯିବେ ।
    ଆସନ୍ତ କାଲି ମହାମହିମ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଓ ଅନ୍ୟ ବିଶିଷ୍ଠ ବ୍ୟକ୍ତିମାନେ ତାଙ୍କୁ ସ୍ୱାଗତ କରିବା ସହ ଗାର୍ଡଅଫ ଅନର ପ୍ରଦାନ କରାଯିବ । ଏହା ପରେ ସେ ରାଜଭବନରେ ଆପାଦଗ୍ରସ୍ତ ଜନଜାତି ଗୋଷ୍ଠୀ ପ୍ରତିନିଧିଙ୍କ ସହ ସାକ୍ଷାତ କରିବେ । ୨୬ ତାରିଖରେ କଟକ ଏସସିବିର ବାର୍ଷିକ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ୨୭ ତାରିଖରେ ତମାଣ୍ଡୋ ଦଶବାଟିଆ ଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ୍ ହାଉସ କଂପ୍ଲେକ୍ସ କାର୍ଯ୍ୟକ୍ରମରେ ଯୋଗଦେବେ । ଏହା ପରେ ମହାମହିମ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

  • ଖୋଲିଲା ହୀରାକୁଦର ଆଉ ୩ଟି ଗେଟ

    ଆଜି ପୁଣି ହୀରାକୁଦ ଜଳଭଣ୍ଡାର ଆଉ ୩ଟି ଗେଟ୍ ଖୋଲି ବନ୍ୟାଜଳ ନିଷ୍କାସନ କରିଛି l ଗତକାଲି ହୀରାକୁଦ ଜଲଭଣ୍ଡାରର 5ଟି ଗେଟ୍ ଖୋଲି ପ୍ରଥମ ବନ୍ୟାଜଳ ନିଷ୍କାସନ କରିଥିଲା l ହୀରାକୁଦ ଜଳସ୍ତର ଧିରେ ଧିରେ ବଢୁଥିବା ଯୋଗୁଁ ପୁଣି ଆଉ 3ଟି ଗେଟ ଖୋଲିବା ପାଇଁ ନିଷ୍ପତି ନେଲେ କର୍ତ୍ତୃପକ୍ଷ l ତେବେ ଆଗକୁ ବଡ଼ ବର୍ଷା ଥିବାରୁ ହୀରାକୁଦ ଜଲଭଣ୍ଡାରର ଧିରେ ଧିରେ ଜଲସ୍ତର ଆହୁରି ବଢ଼ିବାର ସମ୍ଭାବନା ରହୁଛି l ତାକୁ ନଜରରେ ରଖି ଡ୍ୟାମ କର୍ତ୍ତୃପକ୍ଷ ଏହି ନିଷ୍ପତି ନେଇଛନ୍ତି l ତେବେ 8ଟି ଗେଟ ଖୋଲାଥିବା ସତ୍ୱେ କୌଣସି ବନ୍ୟାଭୟ ନଥିବା କହିଛନ୍ତି ଜିଲ୍ଲା ଜରୁରୀକାଳୀନ ଅଧିକାରୀ l ଗେଟ ଖୋଲିବାକୁ ନେଇ ତାଳମୁଣ୍ଡରେ ଥିବା ଅଂଚଳ ପ୍ରତି ଦୃଷ୍ଟି ରଖାଯାଇଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ କହିଛନ୍ତି l

  • ଭଣ୍ଡାରୀପୋଖରୀରେ ଡବଲ ମର୍ଡର, ନିଜ ପୁଅ ଓ ସ୍ତ୍ରୀ କୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

    ଭଦ୍ରକ: ଭଣ୍ଡାରୀପୋଖରୀ ବନ୍ତ ଅଂଚଳର ଉମେଶ ନାୟକ କୁଶ ଗଡିଆ ଗ୍ରାମରେ ନିଜ ପୁଅ ଓ ସ୍ତ୍ରୀ ସହିତ ରହୁଥିଲେ | ତେବେ ବିଭିନ୍ନ ସମୟ ଉମେଶ ମଦ୍ୟପାନ କରି ନିଜ ସ୍ତ୍ରୀ କୁ ମାଡ଼ ମାରି ଥାଏ | ଏହାକୁ ନେଇ ବିଭିନ୍ନ ସମୟରେ ପାରିବାରିକ ଅଶାନ୍ତି ଦେଖା ଦେଇଥାଏ | ତେବେ ଗତ କାଲି ବିଳମ୍ବିତ ରାତ୍ରିରେ ଉମେଶ ନିଜ ସ୍ତ୍ରୀ କାଞ୍ଚନ ଓ 8 ବର୍ଷର ପୁଅ ଉତ୍କଳ ଶୋଇଥିବା ବେଳେ ତାଙ୍କ ତଣ୍ଟି ଚିପି ହତ୍ୟା କରି ଫେରାର ହୋଇ ଯାଇଥିଲା | ତେବେ ଏହି ଖବର ସକାଳୁ ଜଣା ପଡିବା ପରେ ଗ୍ରାମବାସୀ ମାନେ ପୋଲିସକୁ ଖବର ଦେବା ସହିତ ଫେରାର ଉମେଶକୁ ଖୋଜିଥିଲେ | ପରେ ଗଛ ଉପରେ ଚଢି ଲୁଚି ଥିବା ଉମେଶ କୁ କାବୁ କରି ପୋଲିସ କୁ ହସ୍ତାନ୍ତର କରିଥିଲେ | ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ପୋଲିସ ପହଂଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି |

  • ୨୫ରେ ଲଘୁଚାପ, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

    ଆଜି ପଶ୍ଚିମ କେନ୍ଦ୍ରୀୟ ତଥା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଅର୍ଥାତ୍‌ ୨୫ ତାରିଖ ଆଡ଼କୁ ସେହି ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବ‌ରେ ରାଜ୍ୟରେ ୨୫ ତାରିଖରୁ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ।
    ଏହାର ପ୍ରଭାବରେ ଆଜି ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗୀର ଆଦି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ୨୫ ତାରିଖରୁ ରାଜ୍ୟରେ ଲଘୁଚାପଜନିତ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

    ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆ‌ସନ୍ତା ୨୫ ତାରିଖ ଦିନ କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ରାୟଗଡ଼ା ଓ ବଲାଙ୍ଗୀର ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିସହ ସୁବର୍ଣ୍ଣପୁର, ବୌଦ୍ଧ, କଟକ, ଖୋର୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଓ ନୟାଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲା ପାଇଁ ୟେ‌ଲୋୱାର୍ଣ୍ଣିଂ ଜାରି କରାଯାଇଛି। ୨୬ ଓ ୨୭ରେ ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
    ଆଜି ରାଜଧାନୀ ଭୁବ‌ନେଶ୍ବରର ପାଗ ଆଂଶିକ ମେଘୁଆ ରହିବ। ମଝିରେ ମଝିରେ କିଛି ବର୍ଷା ସମ୍ଭାବନା ମଧ୍ୟ ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ଓ ରାତି ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ।

  • ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର, ପରିଚୟ ପତ୍ର ଦେଖାଇ କରିପାରିବେ ପ୍ରବେଶ

    ଦୀର୍ଘଦିନ ପରେ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ଖୋଲିଛି | ପ୍ରାୟ ଦେଢ଼ ବର୍ଷ ପରେ ଭକ୍ତ ପାଇଁ ଏହି ଦ୍ୱାର ଖୋଲିଥିଲେ ବି ପ୍ରଥମ ପର୍ଯ୍ୟାୟରେ କେବଳ ପୁରୀ ସହରବାସୀ ପଶ୍ଚିମ ଦ୍ବାର ଦେଇ ଦର୍ଶନ ପାଇଁ ଯାଇପାରିବେ। ପଶ୍ଚିମ ଦ୍ବାର ସମ୍ମୁଖରେ ଛୋଟ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ସହରବାସୀ ପରିଚୟପତ୍ର ଦେଖାଇ ପ୍ରବେଶ କରୁଛନ୍ତି । ପଶ୍ଚିମ ଦ୍ବାର ନିକଟରେ ଥିବା ସେଲଟର୍‌ ପ୍ୟାଭିଲିୟନରେ ଜୋତା ଓ ଅନ୍ୟ ଆସବାବ ରଖି ଧାଡ଼ିରେ ପ୍ରବେଶ କରୁଛନ୍ତି । ସୂଚନାଯୋଗ୍ୟ ଯେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ରବିବାର ଦିନ ଜିଲ୍ଲାପାଳଙ୍କୁ ଏ ପ୍ରସଙ୍ଗରେ ଚିଠି ଲେଖି ପୁରୀ ବାସିନ୍ଦାଙ୍କ ଭାବାବେଗକୁ ଗୁରୁତ୍ବ ଦେଇ ଅନ୍ତତଃ ଆଉ ଗୋଟିଏ ଦ୍ବାର ବାଟେ ତୁରନ୍ତ ସର୍ବସାଧାରଣ ଭକ୍ତଙ୍କ ପ୍ରବେଶ ଅନୁମତିଦେବାକୁ ଦାବି କରିଥିଲେ। ଯଦି ଏନେଇ ତ୍ବରିତ ନିଷ୍ପତ୍ତି ନିଆନଯାଏ, ତେବେ ସୋମବାରଠାରୁ ସେ ପଶ୍ଚିମ ଦ୍ବାର ସମ୍ମୁଖରେ ବସି ରହି ମହାପ୍ରଭୁଙ୍କୁ ପ୍ରାର୍ଥନା କରିବେ ବୋଲି କହିଥିଲେ।

Back to top button