operation

  • ପେଟରୁ ବାହାରିଲା ଷ୍ଟିଲ ଗ୍ଲାସ

    ଗଞ୍ଜାମ: ପେଟ ଭିତରୁ ବାହାରିଲା ଷ୍ଟିଲ ଗ୍ଲାସ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏଭଳି ହତବାକ୍ କଲାପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ବ୍ରହ୍ମପୁର ଏମକେସିଜି ମେଡିକାଲରେ ଏକ ବିରଳ ଅସ୍ତ୍ରୋପଚାର ପରେ  ଏପରି ଆଶ୍ଚର୍ଯ୍ୟ ଚକିତ କଲାପରି ଘଟଣା ସାମ୍ନାକୁ ଆସିଛି। ଦୀର୍ଘ ଅଢେଇ ଘଣ୍ଟାର ଅପେରସନ ପରେ ରୋଗୀଙ୍କ ପେଟରୁ ବାହାରିଛି ଗୋଟିଏ ଷ୍ଟିଲ ଗ୍ଲାସ।

    ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ବାଲିପଦର ଅଞ୍ଚଳର ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ଅପରେସନ ପରେ ପେଟରୁ ଗ୍ଲାସ ବାହାରିଛି।  କିଛି ଦୁର୍ବୃତ୍ତ ମଦ୍ୟପାନ କରି ମଳଦ୍ବାର ଭିତରେ ଗ୍ଲାସଟି ପୁରାଇ ଦେଇଥିଲେ । ଲାଜରେ ସେ କାହାରିକୁ କିଛି କହିନଥିଲେ। ହେଲେ ମଳଦ୍ବାର ବନ୍ଦ ହୋଇଯାଇଥିଲା।

    ଦିନକୁ ଦିନ ପେଟ ଫୁଲିବାକୁ ଲାଗିଥିଲା। ପେଟ ଯନ୍ତ୍ରଣା ହେବାରୁ ଶେଷରେ ବାଧ୍ୟ ହୋଇ ସେ ସୁରତ ଛାଡି ନିଜ ଗାଁକୁ ଚାଲି ଆସିଥିଲେ। ପରେ ଏମକେସିଜିକୁ ଆସି ଡାକ୍ତରଙ୍କୁ ଦେଖାଇବାରୁ ଡାକ୍ତର ଅପରେସନ ପାଇଁ ପରାମର୍ଶ ଦେଇଥିଲେ।

    ଶେଷରେ ଶଲ୍ୟ ଚିକିତ୍ସା ବିଭାଗ ମୁଖ୍ୟ ପ୍ରଫେସର ଡା ଚରଣ ପଣ୍ଡାଙ୍କ ନିର୍ଦେଶ କ୍ରମେ ସହକାରୀ ପ୍ରଫେସର ଓ ଟିମ ଦୀର୍ଘ ଦୁଇ ଘଣ୍ଟା ଧରି ଅ​‌ସ୍ତ୍ରାପଚାର କରି ପେଟରୁ ଗ୍ଲାସ ବାହାର କରିବାରେ ସଫଳ ହୋଇଛନ୍ତି। ଏମକେସିଜି ମେଡିକାଲରେ ଏହା ପ୍ରଥମ ଘଟଣା ହୋଇଥିବାବେଳେ ଅପରେସନ ହୋଇଥିବା ବ୍ୟକ୍ତି ଜଣଙ୍କ ସୁସ୍ଥ ଥିବା କହିଛନ୍ତି ଡାକ୍ତର ।

    ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

  • ମହିଳାଙ୍କୁ ଖୋଜିବାରେ ନୌସେନାର ୧ କୋଟି ପାଣିରେ

    ଆନ୍ଧ୍ରପ୍ରଦେଶର ବିଶାଖାପାଟନମରୁ ଏକ ଆଶ୍ଚାର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ମହିଳାଙ୍କୁ ଖୋଜିବାରେ ନେଭିର ୧କୋଟି ଟଙ୍କା ପାଣିରେ ପଡିଛି। ସେହି ମହିଳା ଜଣଙ୍କ ତାଙ୍କ ପ୍ରେମୀ ସହ ଧରାପଡିଛନ୍ତି। ମହିଳା ସମୁଦ୍ରରରେ ବୁଡିଯିବାର ସମ୍ଭାବନା ଥିବାରୁ ଭାରତୀୟ ନେଭି ସେନା ଏବଂ ତଟରକ୍ଷୀ ବାହିନୀ ମାନେ ୩୬ ଘଣ୍ଟା ଧରି ସର୍ଚ୍ଚ ଅପରେସନ କରିଥିଲେ। ସନ୍ଧାନରେ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ନିଖୋଜ ମହିଳାଙ୍କ ଅନୁସନ୍ଧନରେ ଏକ ହେଲିକପ୍ଟର ଏବଂ ୩ଟି ଜାହାଜ ନିୟୋଜିତ କରାଯାଇଥିଲା।

    ସୂଚନା ଅନୁଯାୟୀ, ଜଣେ ୨୩ ବର୍ଷୀୟ ବିବାହିତ ମହିଳା ସୋମବାର ଦିନ ତାଙ୍କ ସ୍ୱାମୀଙ୍କ ସହ ବିବାହ ବାର୍ଷୀକ ପାଳନ କରିବାକୁ ବିଶାଖପାଟନାମର ଆର.କେ ବିଚ୍ କୁ ଯାଇଥିଲେ। ସେଠାରେ ସମୁଦ୍ର କୂଳ ନିକଟରେ ତାଙ୍କ ସ୍ୱାମୀ ଫୋନରେ କଥା ହୋଇ ଦେଖିଲା ବେଳକୁ ସ୍ତ୍ରୀ ସେଠାରେ ନାହାନ୍ତି। ସ୍ୱାମୀ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସ୍ତ୍ରୀ ମିଳି ନଥିଲା। ସ୍ୱାମୀ ଟାଉନ ଥାନାରେ ସ୍ତ୍ରୀର ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ। ପୋଲିସ ଆଶଙ୍କା କରିଥିଲା କି, ମହିଳା ଜଣଙ୍କ ସମୁଦ୍ରରେ କାଳେ ଲହଡି ପାଇଁ ଭାସି ଯାଇଥିବେ। ଏହାକୁ ଦୃଷ୍ଟିରେ ରଖି ପୋଲିସ ଭାରତୀୟ ନୌସେନା ଏବଂ ତଟରକ୍ଷୀ ବାହିନୀର ସହାୟତା ନେଇଥିଲା। ଏକା ସାଙ୍ଗରେ ସମୁଦ୍ର ଭିତରେ ମତ୍ସ୍ୟଜୀବୀମାନେ ଖୋଜାଖୋଜି କରିଥିଲେ।

    ଏଥିରେ ୧ ହେଲିକାପ୍ଟର ଏବଂ ୩ଟି ଜାହାଜ ନିୟୋଜିତ ଥିଲା କିନ୍ତୁ ମହିଳାଙ୍କର କୌଣସି ସନ୍ଧାନ ମିଳିପାରିନଥିଲା। ମହିଳା ଜଣଙ୍କ ନିଖୋଜ ହେଇନଥିବା ସୂଚନା ଦେଇ କହିଥିଲେ ଯେ, ସେ ନିରାପଦାରେ ବର୍ତ୍ତମାନ ନେଲୋରରେ ଅଛନ୍ତି। ଇନ୍ସପେକ୍ଟର କେ.ରାମ ରାଓଙ୍କ ଅନୁଯାୟୀ, ଏହି ସର୍ଚ୍ଚ ଅପରେସନ ଦୁଇ ଦିନ ଧରି ଚାଲିଥିବାରୁ ଆନୁମାନିକ ମବଲ୍ୟ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

    • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ
Back to top button