ଜାତୀୟରାଜନୀତି

ତେଲେଙ୍ଗାନାରେ ତ୍ରୀରଙ୍ଗା ଉଡାଇବେ ସାହ, କେସିଆର

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଶନିବାର ଦିନ ହାଇଦ୍ରାବାଦରେ ବିଭିନ୍ନ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ପତାକା ଉତ୍ତୋଳନ କରିବେ। ଏହାକୁ ଦେଖି  ତେଲେଙ୍ଗାନା ରାଜନୀତିରେ ଶନିବାର ଏକ ଗୁରୁତ୍ବପୂର୍ଣ୍ଣ ଦିନ ହେବାକୁ ଯାଉଥିବା କୁହାଯାଉଛି।

ଦେଶ ସ୍ବାଧୀନତା ସମୟରେ ନିଜାମଙ୍କ ଶାସନାଧୀନ ହାଇଦ୍ରାବାଦ ରାଜ୍ୟ ଥିଲା। ଦେଶ ସ୍ବାଧୀନତାର ଏକ ବର୍ଷରୁ ଅଧିକ ସମୟ ପରେ ଏହା ଭାରତୀ ସଂଘୀୟ ବ୍ୟବସ୍ଥାରେ ୧୯୪୮ ସେପ୍ଟେମ୍ବର ୧୭ରେ ସାମିଲ ହୋଇଥିଲା। ଏହାକୁ ତେଲେଙ୍ଗାନା ଏକତା ଦିବସ ଭାବେ ପାଳନ କରିବାକୁ ରାଜ୍ୟ ସରକାର ଯୋଜନା କରିଛି। ଏଥିପାଇଁ ତିନି ଦିନିଆ କାର୍ଯ୍ୟକ୍ରମର ଘୋଷଣା ହୋଇଛି। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କେସିଆର ଏହି ଅବସରରେ ରାଜ୍ୟରେ ବିରୋଧୀ ମେଣ୍ଟକୁ ଏକଜୁଟ କରିବାକୁ ଯୋଜନା କରିଛନ୍ତି।

ସେପଟେ କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ୧୭ ସେପ୍ଟେମ୍ବରକୁ ହାଇଦ୍ରାବାଦ ସ୍ବତନ୍ତ୍ରତା ଦିବସ ପାଳନ କରିବାକୁ ଯାଉଛି। ଏହା ବିଜେପିର ବିଭାଜନ ଏଜେଣ୍ଡାର ଏକ ଅଂଶ ଭାବେ ସନ୍ଦେହ କରୁଛି ତେଲେଙ୍ଗାନା ରାଷ୍ଟ୍ର ସମିତି ବା ଟିଆରଏସ।

ଏହି କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଆଜି ହାଇଦ୍ରାବାଦରେ ପହଞ୍ଚିବେ। ୧୭ ସେପ୍ଟେମ୍ବରକୁ କେନ୍ଦ୍ର ମନ୍ତ୍ରୀ ସିକନ୍ଦରାବାଦରେ ଆର୍ମି ଗ୍ରାଉଣ୍ଡରେ କେନ୍ଦ୍ର ଯୋଜନାରେ ସାମିଲ ହେବେ। ଏହି କାର୍ଯ୍ୟକ୍ରମରେ ପଡୋଶୀ କର୍ଣ୍ଣାଟକ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସାମିଲ ହେବାକୁ ନିମୟନ୍ତ୍ରଣ କରାଯାଇଛି।  ଏହା ବ୍ୟତୀତ ଆସନ୍ତା କାଲି ସେବା କାଯ୍ୟକ୍ରମରେ ମଧ୍ୟ ସାମିଲ ହେବେ ସାହ। ବିଜେପି ଦ୍ବାରା ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନକୁ ତେଲେଙ୍ଗାନାରେ ସ୍ମରଣୀୟ କରିବାକୁ ଚେଷ୍ଟା କରାଯାଉଥିବା କୁହାଯାଉଛି।

ଉଭୟ ଟିଆରଏସ ଓ ବିଜେପି ପକ୍ଷରୁ ତେଲେଙ୍ଗାନାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସାହଙ୍କ କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି। କିନ୍ତୁ ତେଲେଙ୍ଗାନା ଏକତା ଦିବସ ପାଇଁ ଟିଆରସି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ପାଇଁ କେସିଆର ସାହଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ। ହେଲେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଉଭୟ ନେତା ଉଡାଇବେ ତ୍ରୀରଙ୍ଗା।  

Related Articles

Leave a Reply

Your email address will not be published.

Back to top button