PADMAPUR

  • ୩୯୯ ବୁଥରେ ମତଦାନ କରିବେ ୨,୫୭,୪୭୪

    ପଦ୍ମପୁର: ୫ ତାରିଖରେ ପଦ୍ମପୁର ଭୋଟ୍। ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ପ୍ରଶାସନ ବ୍ୟାପକ ପ୍ରସ୍ତୁତ କରିଛି। କୌଣସି ପ୍ରକାର ବିଶୃଙ୍ଖଳାକୁ ଏଡ଼ାଇବାକୁ ପଦକ୍ଷେପ ନିଆଯାଇଛି। ପଦ୍ମପୁର ଆରଏମସିରେ ଷ୍ଟ୍ରଙ୍ଗରୁମର ବ୍ୟବସ୍ଥା କରାଯାଇଛି। ଅପରାହ୍ନ ୪ଟା ସୁଦ୍ଧା ବାହାର ନେତାଙ୍କୁ ପଦ୍ମପୁର ଛାଡିବାକୁ କୁହାଯାଇଥିଲା।

    ସରିଲା ପଦ୍ମପୁର ପ୍ରଚାର। ଦିନକ ପରେ ପଡ଼ିବ ପଦ୍ମପୁର ଭୋଟ୍। ୫ ତାରିଖରେ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏ ମତଦାନ କରିବେ ଭୋଟର୍। ପଦ୍ମପୁର ଉପ-ନିର୍ବାଚନକୁ ଶୃଙ୍ଖଳିତ, ଅବାଧ ଓ ନିରପେକ୍ଷ କରିବାକୁ ପ୍ରଶାସନ ପୁରା ସଜାଗ ରହିଛି। ୩୯୯ ବୁଥରେ ୨ ଲକ୍ଷ ୫୭ହଜାର ୪୭୪ ଭୋଟର ମତସାବ୍ୟସ୍ତ କରିବେ। ୬ଟି ପିଙ୍କ୍ ବୁଥ୍ ସହ ୧୫ଟି ମଡେଲ ମତଦାନ କେନ୍ଦ୍ର କରାଯାଇଛି। ମତଦାନରେ ୩୬୦ଟି ପୋଲିଂ ପାର୍ଟି ସାମିଲ୍ ହେବେ। ପୁଲିଂ ପାର୍ଟି ଇଭିଏମ ଧରି ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ରବିବାର ସକାଳ ସୁଦ୍ଧା ପହଞ୍ଚିବାକୁ କୁହାଯାଇଛି। ପଦ୍ମପୁର ଆରଏମସି ମାର୍କେଟୟାର୍ଡରୁ ପୋଲିଂ ପାର୍ଟି ବାହାରିଛନ୍ତି।

    ପ୍ରଚାର ଅବଧି ସରିଯାଇଥିବାରୁ ଅପରାହ୍ନ ୪ଟା ସୁଦ୍ଧା ନିର୍ବାଚନମଣ୍ଡଳୀ ବାହାର ନେତାଙ୍କୁ ଏରିଆ ଛାଡ଼ ବୋଲି ଏସପି କହିଥିଲେ। ପଦ୍ମପୁର ଆରଏମସିରେ ଷ୍ଟ୍ରଙ୍ଗ ରୁମ୍ କରାଯାଇଛି। ମାଓ ପ୍ରଭାବିତ ଅଞ୍ଚଳ ହେତୁ ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି।

    ୫ରେ ପଦ୍ମପୁରରେ ଭୋଟ ପଡ଼ିବ। ୮ରେ ପ୍ରାର୍ଥୀଙ୍କ ଭାଗ୍ୟଫଳ। ତେବେ ଉପ-ନିର୍ବାଚନକୁ ସୁରୁଖୁରୁରେ ସମ୍ପନ୍ନ କରିବାକୁ ପ୍ରଶାସନ ପୁରା ପ୍ରସ୍ତୁତ ବୋଲି କହିଛି।

    ଧୃବ କର୍ମୀଙ୍କ ରିପୋର୍ଟ

  • ଆଜି ବିଜୟଙ୍କ ଶେଷକୃତ୍ୟ

    ଦେବଗଡ: ଆଜି ପଦ୍ମପୁରରେ ସମ୍ପୂର୍ଣ୍ଣ ହେବ ବିଜୟ ଙ୍କର ଅନ୍ତେଷ୍ଟି। ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କର ପାର୍ଥିବ ଶାରୀର କାଲି ସନ୍ଧ୍ୟାରେ ପଦ୍ମପୁରରେ ପହଁଞ୍ଚିବ। ପରେ ଶେଷ ଦର୍ଶନ ପାଇଁ ନେତା ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକେଙ୍କ ଭିଡ ଲାଗିଥିଲା। ଆଜି ସକାଳୁ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ,  ପ୍ରଦୀପ ପୁରୋହିତ, ମୁକେଶ ମହାଲିଙ୍ଗ, ସ୍ନେହଙ୍ଗିନୀ ଚୁରିଆ, ମନ୍ତ୍ରୀ ରିତା ସାହୁ ପ୍ରମୂଖ ଶେଷ ଦର୍ଶନ ପାଇଁ ପହଞ୍ଚିଛନ୍ତି l ଆଉ କିଛି ସମୟ ପରେ ସ୍ଵର୍ଗତଃ ବିଧାୟକଙ୍କର ପାର୍ଥିବ ଶାରୀର କୁ ଅନ୍ତିମ ଶୋଭା ଯାତ୍ରା ସହ ପଦ୍ମପୁର ରାଜଘାଟ କୁ ନେଇ ଅନ୍ତେଷ୍ଟି କ୍ରିୟା ସମ୍ପୂର୍ଣ୍ଣ କରାଯିବ।

Back to top button