pak court

  • ପାକ୍ ପ୍ରଧାନମନ୍ତ୍ରୀଙ୍କ ପୁଅ ମନି ଲଣ୍ଡରିଂ ମାମଲାରେ ଦୋଷୀ ସାବ୍ୟସ୍ତ

    ଇସଲାମବାଦ: ଶୁକ୍ରବାର ଦିନ ପାକିସ୍ତାନର ଏକ କୋର୍ଟ ପ୍ରଧନମନ୍ତ୍ରୀ ସେହବାଜ ସରିଫଙ୍କ ସାନପୁଅ ସୁଲେମାନ ସେହବାଜ ଓ ଅନ୍ୟ ଜଣଙ୍କୁ ମନି ଲଣ୍ଡରିଂ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ମନି ଲଣ୍ଡରିଂ ମାମଲାରେ ଲାହୋର କୋର୍ଟଙ୍କ ବାରମ୍ବାର ସମନ ପରେ ସୁଲେମାନ ଓ ତାହିର ନକବି କୋର୍ଟରେ ହାଜର  ନ ହେବାରୁ କୋର୍ଟ ତାଙ୍କୁ ଦୋଷୀ ଘୋଷଣା କରିଛନ୍ତି।

    ୨୦୨୦ରେ ଫେଡେରାଲ ଇଭେଷ୍ଟିଗେସନ ଏଜେନ୍ସ (ଏଫଆଇଏ) ସାହବାଜ ଓ ତାଙ୍କ ଦୁଇ ପୁଅ ହମାଜ ଓ ସୁଲେମାନଙ୍କ ବିରୋଧରେ ପ୍ରିଭେନ୍ସନ ଅଫ କରପସନ ଆକ୍ଟ ଓ ଆଣ୍ଟି ମନି ଲଣ୍ଡରିଂ ଆକ୍ଟରେ ମାମଲା ଦାୟର କରିଥିଲା। ଏପରି କି, ମେ ୨୮ ତାରିଖରେ ସୁଲେମନ ଓ ନକବିଙ୍କ ବିରୋଧରେ କୋର୍ଟ ଗିରଫ ପରୱାନା ଜାରି କରିଥିଲେ।  

    ଜୁନ ୧୧ ତାରିଖରେ ଏଫଆଇଏ ସୁଲେମନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା  ଉପରେ ରିପୋର୍ଟ ଦାଖଲ କରିଥିଲା।  ତଦନ୍ତକାରୀ ସଂସ୍ଥା ସୁଲେମାନ, ନକବି ଓ ମକସୁଦଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲା। ରିପୋର୍ଟରେ ସଂସ୍ଥା କୋର୍ଟଙ୍କୁ ଜଣାଇଥିଲା କି, ସୁଲେମନ ତାଙ୍କ ଠିକଣାରେ ମିଳିନଥିଲେ ଓ ସେ ବିଦେଶକୁ ଚାଲିଯାଉଛନ୍ତି। ଜାରି ପରୱାନାରେ ଥିବା ତୃତୀୟ ବ୍ୟକ୍ତିଙ୍କର ଗତ ମାସରେ ୟୁଏଇରେ ମୃତ୍ୟୁ ହୋଇଥିଲା।

Back to top button