passed away

  • ଜ୍ଞାନବ୍ୟାପୀ ମାମଲାରେ ମୁସଲିମ ପକ୍ଷ ଓକିଲଙ୍କ ଦେହାନ୍ତ

    ବାରାଣସି:  ଜ୍ଞାନବ୍ୟାପୀ ମାମଲାରେ ମୁସଲିମ ପକ୍ଷର ଓକିଲ ଅଭୟନାଥ ଯାଦବଙ୍କ ପରଲୋକ। ଶୃଙ୍ଗାରଗୌରୀ ଓ ଜ୍ଞାନବ୍ୟାପୀ ମାମଲାରେ ମୁସଲିମ ପକ୍ଷ ପାଇଁ ଲଢୁଥିବା ଅଭୟନାଥଙ୍କ ଗତକାଲି ବିଳମ୍ୱିତ ରାତିରେ ହୃଦଘାତ ହୋଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଶୃଙ୍ଗାରଗୌରୀ ଓ ଜ୍ଞାନବ୍ୟାପୀ ମାମଲାରେ ସମସ୍ତ ପକ୍ଷର ବିତର୍କ ଶେଷ ହୋଇଛି। ଆସନ୍ତା ୪ ତାରିଖରେ ମୁସଲିମ ପକ୍ଷଙ୍କ ପକ୍ଷରୁ କୋର୍ଟରେ ଉତ୍ତର ରଖାଯାଇଥାନ୍ତା। ହେଲେ ମୁସଲିମ ପକ୍ଷର ଓକିଲ ଅଭୟନାଥ ଯାଦବ ଗୁରୁତ୍ୱପୂର୍ଣ୍ଣ  ଭୂମିକା ଗ୍ରହଣ କରିଥିବା ଜଣାପଡିଛି। ସେପଟେ ହିନ୍ଦୁ ପକ୍ଷ ତରଫରୁ ହରିଶଙ୍କର ଜୈନ ଓ ବିଷ୍ଣୁ ଶଙ୍କର ଜୈନ ପକ୍ଷ ରଖୁଛନ୍ତି। ଏହାସହ ଉଭୟ ପକ୍ଷର ଶୁଣାଣି ଜାରି ରହିଛି। ବାରଣାସୀରେ ଜିଲ୍ଲା ବିଚାରପତି ଏକେ ବିଶ୍ୱେଶଙ୍କ ଅଦାଲତରେ ମାମଲାର ଶୁଣାଣି ଜାରି ରହିଛି।

    • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ    
Back to top button