pathan

  • ବାହୁବଳୀ-୨ ଓ କେଜିଏଫ ଚାପ୍ଟର-୨ର ରେକର୍ଡ ଭାଙ୍ଗିଲା ପଠାନ

    () ରେକର୍ଡ ରଚିଲା ପଠାନ୍। ବାହୁବଳୀ-୨ ଓ କେଜିଏଫ-୨ର କଲେକ୍ସନ ରେକର୍ଡ ଭାଙ୍ଗିଲା ପଠାନ୍। ହିନ୍ଦୀ ଫିଲ୍ମ କ୍ୟାଟେଗୋରୀରେ ଡେ ଓ୍ୱାନର କଲେକ୍ସନ ଦେଖିଲେ ସବୁଠୁ ବିଗ୍ ଓପନର ଫିଲ୍ମ ଭାବେ ମାନ୍ୟତା ପାଇବାକୁ ସକ୍ଷମ ହୋଇଛି। ବହୁ ବାଦ ବିବାଦ ଭିତରେ ରିଲିଜ ହୋଇଥିବା ପଠାନ ବକ୍ସ ଅଫିସରେ ଧମାକା କରିଛି।

    ଓ୍ୱାର୍ଲଡଓ୍ୱାଇଡ୍ କଲେକ୍ସନ ୧୦୦ କୋଟି। କେବଳ ଭାରତରେ ୫୭ କୋଟି। କିଙ୍ଗ୍ ଖାନ୍ ଶାହାରୁଖ ଖାନଙ୍କ ଅଭିନୀତ ପଠାନ ଇତିହାସ ରଚିଛି। ଡେ ଓ୍ୱାନର କଲେକ୍ସନ ଓ ଓପନିଂ ଏମିତି ଜବରଦସ୍ତ ହୋଇଛି ଯେ, ଏହା ବହୁ ଚର୍ଚ୍ଚିତ ବାହୁବଳୀ-୨ ଓ କେଜିଏଫ ଚାପ୍ଟର-୨ର ରେକର୍ଡକୁ ଭାଙ୍ଗିଦେଇଛି। ବୁଧବାର ଫିଲ୍ମ ରିଲିଜ୍ ହୋଇଥିଲା। ଯଦିଓ ଏହା କୌଣସି ହଲିଡେ ନଥିଲା କି ଫ୍ରାଇଡେ ନଥିଲା। ତା ସତ୍ତ୍ୱେ ବକ୍ସ ଅଫିସ କଲେକ୍ସନ ସମସ୍ତଙ୍କ ହୋସ୍ ଉଡ଼ାଇଦେଇଛି। ଆଉ ଗଣତନ୍ତ୍ର ଦିବସରେ ତ ହାଉସଫୁଲ୍। ୟାସରାଜ୍ ଫିଲ୍ମର ସିଇଓ ଅକ୍ଷୟ ଓ୍ୱିଧାନି କହିଛନ୍ତି କି, ଇଣ୍ଡିଆନ ସିନେମାରେ ଏହା ଏକ ଐତିହାସିକ ଦିନ। ଏଣ୍ଟରଟେନ୍ କରିବାର ଭରପୁର ମସାଲା ଲୋକେ ପାଇଛନ୍ତି ପଠାନରୁ। ୟାସରାଜ ଫିଲ୍ମ ବ୍ୟାନରର ପଠାନ୍ ହେଉଛି ତୃତୀୟ ଫିଲ୍ମ ଯିଏ ଓପନିଂରେ ହିଁ ୫୦ କୋଟିରୁ ଉର୍ଦ୍ଧ୍ୱ ନେଟ୍ କଲେକ୍ସନ କରିପାରିଛି। ଏହା ଆଗରୁ ଓ୍ୱାର୍ ପ୍ରଥମ ଦିନରେ ୫୩ କୋଟି ୩୫ ଲକ୍ଷ ଆୟ କରିଥିଲା ବେଳେ ଥଗସ ଅଫ ହିନ୍ଦୁସ୍ତାନ ୫୨ କୋଟି ୨୫ ଲକ୍ଷ ଆୟ କରିଥିଲା। କିନ୍ତୁ ପଠାନ୍ ଓପନିଂରେ ୫୭ କୋଟି ଆୟ କରି ଟପ୍ ରେ ରହିଲା। ଅଲ ଇଣ୍ଡିଆ କଲେକ୍ସନ ଦେଖିଲେ ହିନ୍ଦୀରେ ୫୫ କୋଟି, ଡବ୍‌ରେ ୨ କୋଟି ହୋଇ ମୋଟ୍ ୫୭ କୋଟି କଲେକ୍ସନ ହୋଇଛି। ବଚ୍ଚା ଔର ଜବାନ୍ , ଦେଖେଗା ପଠାନ୍ କହି ଶାହାରୁଖ ଫ୍ୟାନ୍ସ ଏଭଳି ରେକର୍ଡରେ ଖୁସି ମନାଇଛନ୍ତି। ଇନଷ୍ଟାଗ୍ରାମରେ ସେୟାର କରି କରନ ଜୋହର ଘୋଷଣା କରିଛନ୍ତି କି, ପଠାନ୍ ସେଞ୍ଚୁରୀ ମାରିଲା। ପଠାନ୍ ସବୁଠୁ ବିଗେଷ୍ଟ ବ୍ଲକବଷ୍ଟର ପ୍ରମାଣିତ ହୋଇଛି।  ଓଭରସିଜ୍ କଲେକ୍ସନ ପ୍ରାୟ ୪.୫ ମିଲିୟନ ଡଲାର ବୋଲି ବକ୍ସ ଅଫିସ ରିପୋର୍ଟ କହୁଛି। ଆଉ ପଠାନ ଫିଲ୍ମର କ୍ରେଜ୍ ଏମିତି ଯେ, ଆଜି ଛୁଟି ଦିନରେ ଟିକଟ ପାଇଁ ଯେଭଳି ନାକେଦମ ସ୍ଥିତି ଉପଜୁଥିଲା ବିଭିନ୍ନ ହଲରେ, ତାହା ହିଁ ପ୍ରମାଣିତ କରୁଥିଲା। ପ୍ରକାଶ ରାଜ ଟ୍ୱିଟରରେ କହିଛନ୍ତି କି, କିଙ୍ଗ ଖାନ୍ ବ୍ୟାକ୍। ତଥାପି ଏଭଳି ବିପୁଳ ସଫଳତା ହାସଲ କରିଥିବା ପଠାନ ଫିଲ୍ମକୁ ଆଜି ବି ଅନେକ ଜାଗାରେ ବିରୋଧ ହୋଇଥିଲା। ଫରିଦାବାଦରେ ଫାଷ୍ଟ ଡେ ଫାଷ୍ଟ ସୋ ଫିଲ୍ମକୁ ଅଧାରୁ ଜୟଶ୍ରୀ ରାମ ସ୍ଲୋଗାନ ଦେଇ ବନ୍ଦ କରିଥିଲେ ବଜରଙ୍ଗଦଳ। ପୋଷ୍ଟର ଚିରିଥିଲେ। କିନ୍ତୁ ପୁଲିସ ପହଞ୍ଚିବା ପରେ ୧୦ ମିନିଟ ଲାଗି ବନ୍ଦ ଥିବା ସୋ ପୁଣି ଥରେ ଚାଲିଥିଲା। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଯିଏ କି ପ୍ରଥମ ପଲିଟିସିଆନ୍ ଭାବେ ପଠାନକୁ ବିରୋଧ କରିଆସୁଥିଲେ, ଏଥିରେ ଆପତ୍ତିଜନକ ଦୃଶ୍ୟକୁ ବାଦ୍ ଦେବା ପରେ ଏହାକୁ ବିରୋଧ କରିବାର କୌଣସି ଅର୍ଥ ନାହିଁ ବୋଲି କହିଛନ୍ତି। ହିନ୍ଦୀ ଲାଙ୍ଗୁଏଜ ସ୍ପାଏ ଥ୍ରିଲର ଫିଲ୍ମ ପଠାନ ବକ୍ସ ଅଫିସରେ ଧମାକା କରୁଛି।

    ପ୍ରଦୀପ ନାୟକଙ୍କ ରିପୋର୍ଟ

Back to top button