Nuapadaଓଡ଼ିଶା

ପୋଖରୀରେ ବୁଡି ଦୁଇ ନାବାଳକ ମୃତ

ନୂଆପଡା: ଗାଧଉଥିବା ବେଳେ ପୋଖରୀରେ ବୁଡି ଦୁଇ ନାବାଳକଙ୍କ ଚାଲିଯାଇଛି ଜୀବନ  । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଚୌରା ଗ୍ରାମରେ। ସୂଚନା ମୁତାବକ, ଦୁଇ ସାଙ୍ଗ ସ୍କୁଲ ସାରି ଫେରି ଗାଧେଇବାକୁ ଦିନ 4 ଟା ବେଳେ ପୋଖରୀକୁ ଯାଇଥିଲେ । ସେଠାରେ କୌଣସି କାରଣବଶତଃ ସେମାନେ ପୋଖରୀରେ ବୁଡିଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ପୋଖରୀରୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ମୃତକ ଦୁଇ ଜଣ ହେଉଛନ୍ତି ବୃଷଭ ବନ୍ଦଛୋର (9) ଓ ହମିତ ବନ୍ଦଛୋର (7)।  ଘଟଣା ପରେ ପରିବାର  ଓ ଚୌରା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତେବେ ଆଜି ଉଭୟ ନାବାଳକଙ୍କ ମୃତ ଶରୀରକୁ ବ୍ୟବଛେଦ ପାଇଁ ପଠାଯାଇଛି ।

Leave a Reply

Your email address will not be published.

Back to top button