peoples

  • ଧାରଣାଚ୍ୟୁତ ଟ୍ରେନ ବଗି

    ମହାରାଷ୍ଟ୍ରର ଗୋଦିୟାରେ ପାସେଞ୍ଜର ଟ୍ରେନର ୩ଟି ବଗି ଧାରଣାଚ୍ୟୁତ ହୋଇଛି। ୫୦ରୁ ଅଧିକ ଲୋକ ଗୁରୁତର ହୋଇଥିବା ଜଣାପଡିଛି। ଗତକାଲି ବିଳମ୍ୱିତ ରାତିରେ ମହାରାଷ୍ଟ୍ରର ଗୋଦିୟା ସହରରେ ପାସେଞ୍ଜର ଟ୍ରେନଟି ସିଗନାଲ ନ ପାଇବାରୁ ଏକ ମାଲଗାଡି ସହ ଧକ୍କା ହୋଇ ୩ଟି ବଗି ଧାରଣାଚ୍ୟୁତ ହୋଇଥିଲା। ତେବେ ଏହି ବଗିରେ ଥିବା ପ୍ରାୟ ୫୦ରୁ ଅଧିକ ଲୋକ ଗୁରୁତର ହୋଇଥିବା ବେଳେ ୧୩ଜଣ ଆହାତ ହୋଇଛନ୍ତି। ଏପର୍ଯ୍ୟନ୍ତ କାହାରି ମୃତ୍ୟୁ ସମ୍ପର୍କରେ ସୂଚନା ମିଳିନାହିଁ। ଗୁରୁତର ଯାତ୍ରୀ ମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

Back to top button