phone

  • ପୁର୍ବତନ ପୋଲିସ କମିସନରଙ୍କୁ ଗରିଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

    ଏନଏସଇ କର୍ମଚାରୀଙ୍କ ଫୋନ ଟ୍ୟାପିଙ୍ଗ ମାମାଲାରେ ମୁମ୍ଭାଇ ପୁର୍ବତନ ପୋଲିସ କମିସନର ସଞ୍ଜୟ ପାଣ୍ଡେଙ୍କୁ ଗରିଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ କିଛି ଦିନ ହେବ ଇଡି ଓ ସିବିଆଇ ତାଙ୍କୁ ପଚରା ଉଚାରା କରୁଥିଲା । ଏବେ ତାଙ୍କୁ ଗରିଫ କରାଯାଇଛି । ସୁଚନା ଅନୁସାରେ ୨୦୧୩ ରୁ ୨୦୧୬ ପର୍ଯ୍ୟନ୍ତ ଚିତ୍ରା ରାମକୃଷ୍ନ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଚ୍(ଏନଏସଇ) ରେ ପରିଚାଳନା ନିର୍ଦ୍ଦେଶକ ଥିଲେ । ସେ ସମୟରେ ସଞ୍ଜୟ ପାଣ୍ଡେ ‘ଆଇସେକ’ ନାମକ ଏକ ପ୍ରାଇଭେଟ କମ୍ପାନୀ ଜରିଆରେ ଏନଏସଇ କର୍ମଚାରୀ ଙ୍କ ଫୋନ ଟ୍ୟାପିଙ୍ଗ କରିଥିଲେ । ଚିତ୍ରା ରାମକୃଶ୍ନ ଙ୍କ କଥାରେ ଫୋନ ଟ୍ୟାପିଙ୍ଗ କରିଥିବା ଅଭିଯୋଗ ହୋଇଥିଲା । ଇଡି ଘଟଣା ସମ୍ପକରେ ଜାଣିବା ପରେ ଗୃହ ମନ୍ତ୍ରଣାଳୟ ଠାରୁ ତଦନ୍ତ ଅନୁମତି ଆଣିଥିଲା । ସିବିଆଇ ମଧ୍ୟ୍ୟ ମାମଲା ତଦନ୍ତ କରୁଥିଲା । କିଛି ଦିନ ପୁର୍ବରୁ ରାମକୃଷ୍ନଙ୍କୁ ମଧ୍ୟ୍ୟ ଗିରଫ କରାଯାଇଥିଲା ।

    ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ ସଞ୍ଜୟ ପାଣ୍ଡେଙ୍କ କମ୍ପାନୀକୁ ଟ୍ୟାପିଙ୍ଗ ପାଇଁ ୪.୪୫ କୋଟି ଟଙ୍କା ମିଳିଥିଲା ।ସଞ୍ଜୟ ପାଣ୍ଡେ ମୁମ୍ଭାଇ କମିସନର ହେବା ପୁର୍ବରୁ ମହାରାଷ୍ଟ୍ର ରାଜ୍ୟ ସୁରକ୍ଷା ନିଗମର ପ୍ରବନ୍ଧ ନିର୍ଦ୍ଦେଶକ ପଦ ସମ୍ଭାଳିଥିଲେ । ଏପ୍ରିଲ ୨୦୨୧ ରେ ଉଦ୍ଧବ ଠାକକରେ ସରକାର ତାଙ୍କୁ ଡିଜିପି ପଦର ଦାୟିତ୍ବ ଦେଇଥିଲେ । ଅବଶ୍ୟ ଆଇପିଏସ ରଜନୀଶ ସେଠଙ୍କୁ ମହାରାଷ୍ଟ୍ରର ଡିଜିପି ନିଯୁକ୍ତ କରାଯିବା ପରେ ତାଙ୍କ ଠାରୁ ଦାୟିତ୍ବ ପ୍ରତ୍ୟାହାର କରାଯାଇଥିଲା । ୧୯୮୬ ବ୍ୟାଚର ଆଇପିଏସ ଅଧିକାରୀ ମୁମ୍ଭାଇ ପୋଲିସର ୭୬ ତମ ପୋଲିସ କମିସନର ଥିଲେ । ସେ ଗତ ଜୁନ ୩୦ ରେ ଅବସର ନେଇଥିଲେ ।

    • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
Back to top button