PICKUP VAN

  • ଡିଭାଇଡରେ ପିଟିହେଲା ପିକ୍ଅପ୍ ଭ୍ୟାନ, 4 ଗୁରୁତର

    ମୟୁରଭଞ୍ଜ: ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାରେ 4 ଗୁରୁତର । ଦୁର୍ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା 49 ନମ୍ୱର ଜାତୀୟରାଜପଥ ନିକଟ ଅଙ୍ଗରପଦା ଠାରେ  । ଭ୍ୟାନଟି ଦ୍ରୁତ ଗତିରେ ଆସି ଗଛ ପରେ ଡିଭାଇଡର ରେ ପିଟି ହୋଇଥିଲା । ଯେଉଁଥିରେ 4 ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ 2 ଜଣଙ୍କ ଅବସ୍ଥା ସଂଙ୍କଟାପର୍ଣ୍ଣ ଅଛି । ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ ହୋଇଛି ।

    ସୂଚନା ଅନୁଯାୟୀ ଶୁକ୍ରବାର 6 ଶ୍ରମିକ କୂଅ ଖନନ ପାଇଁ କେଉଁଝରରୁ ଯଶୀପୁର ଅଭିମୁଖେ ଯାଉଥିଲେ । କିନ୍ତୁ ଗାଡିଟି ଅଙ୍ଗରପଡା ନିକଟରେ ଭାରସ୍ୟାମ ହରାଇ ଗଛରେ ପିଟିହୋଇ ପରେ ଡିଭାଇଟରରେ ମାଡ ହୋଇଥିଲା । ଯେଉଁଥିରେ ଦୁଇଜଣଙ୍କର ସୁରକ୍ଷିତ ଅଛନ୍ତି ଓ ଅନ୍ୟ ଚାରିଜଣ ଆହତ ହୋଇଛନ୍ତି। ଆହତ ଶ୍ରମିକ ମାନଙ୍କୁ ଯଶିପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଆହତ ସମସ୍ତେ ଢେଙ୍କାନାଳର ବୋଲି ଜଣାପଡିଛି ।  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

  • ଗଛରେ ପିଟିହେଲା ପିକ୍ଅପ୍ ଭ୍ୟାନ, ଡ୍ରାଇଭର ମୃତ

    ମାଲକାନାଗିରି: ଭାରସାମ୍ୟ ହରାଇ ଗଛରେ ପିଟିହେଲା ପିକ୍ଅପ୍ ଭ୍ୟାନ । ଘଟଣା ସ୍ଥଳରେ ଡ୍ରାଇଭର ମୃତ୍ୟୁ । ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି ମାଲକାନାଗିରି ଜିଲ୍ଲା ନାୟକଗୁଡା ନିକଟରେ । ଗାଡିଟି ଦୁର୍ଘଟଣାରେ ସଂପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ଗାଡିରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର ଚାଲିଛି ।

    ସୂଚନା ଅନୁଯାୟୀ, ପିକ୍ଅପ୍ ଭ୍ୟାନଟି ମାଲକାନାଗିରି ରୁ ଜୟପୁର ଅଭିମୁଖେ ଯାତ୍ରା କରୁଥଲା । ଗାଡିଟି ଦ୍ରୁତଗତିରେ ଥିବାରୁ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା । ଏବଂ ଭାଙ୍ଗି ଚୁରମାର ହୋଇଯାଇଥିଲା ।  ଘଟଣା ବିଷୟରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ଏବଂ ଡ୍ରାଇଭରକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ହେଁ କୌଣସି ସଫଳତା ମିଳିନଥିଲା । ଶେଷରେ ପୋଲିସ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ଜାରିରଖିଛି । ସୂଚନାଯୋଗ୍ୟ ଡ୍ରାଇଭରଙ୍କୁ ଗାଡିରୁ ବାହାର କରିବା ପାଇଁ କଟର ମେସିନର ବ୍ୟବହାର କରାଯାଉଛି ।

    ଗାଡିଟି ଦୁର୍ଘଟଣାଗ୍ରସ୍ଥ କାହିଁକି ହେଲା । ଡ୍ରାଇଭର ନିଶାସକ୍ତ ଥିଲେ କି ଅବା ଗାଡିର ବ୍ରେକଫେଲ ହୋଇଥିଲା । ଏହା ପୋଷ୍ଟମୋର୍ଟମ ହେବାପରେ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।  

Back to top button