ଜାତୀୟ

ଆତଙ୍କି ଫଣ୍ଡିଂ ମାମଲାରେ ହନ୍ଦବାଡାରେ ତିନୋଟି ରିଅଲ ଇଷ୍ଟେଟ ସମ୍ପତିକୁ ସଂଲଗ୍ନ କଲା ଏନଆଇଏ

କୁପୱାଡ଼ା : ଆତଙ୍କି ଫଣ୍ଡିଂ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ଟିମ୍ ସୋମବାର କୁପୱାଡ଼ାର ହନ୍ଦବାଡାରେ ଜହୁର ଅହମ୍ମଦ ଶାହ ବଟାଲିର ତିନୋଟି ରିଅଲ ଇଷ୍ଟେଟ ସମ୍ପତିକୁ ସଂଲଗ୍ନ କରିଛି ।

ଜହୁର ବଟାଲିକୁ ୨୦୧୭ରେ ଏଜେନ୍ସୀ ଗିରଫ କରିଥିଲା । ଉତର କାଶ୍ମୀରର କୁପୱାଡ଼ା ଜିଲ୍ଲା ଅନ୍ତର୍ଗତ ହନ୍ଦବାଡ଼ାର ବଘାଟପୋରା ଅଂଚଳରେ ତାର ସମ୍ପତି ରହିଛି । ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ମାମଲାରେ ସଂଲଗ୍ନ କରାଯାଇଥିବାଏହି ସମ୍ପତି ମଧ୍ୟରେ ୧୩.୩ ମାର୍ଲା, ୮.୬ ମାର୍ଲା ଏବଂ ୧୦.୩ ମାର୍ଲା ଭୂମି ସାମିଲ୍ ରହିଛି । ଏନଆଇଏ ସ୍ଵତନ୍ତ୍ର କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Related Articles

Leave a Reply

Your email address will not be published.

Back to top button