ଓଡ଼ିଶା

ସେଲିବ୍ରେସନ ପାଇଁ ସବୁଠି ଚାଲିଛି ପ୍ରସ୍ତୁତି

ଭୁବନେଶ୍ବର:  ଚାରିଆଡେ ନୂଆ ବର୍ଷକୁ ସ୍ବାଗତ ପାଇଁ ପ୍ରସ୍ତୁତି l ହୋଟେଲ ଠୁ ନେଇ ବାର ରେସଟୁରାଣ୍ଟରେ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା l ଏବେ ଠୁ ସଜେଇ ହେଲାଣି ହୋଟେଲ ଆଉ କ୍ଳବ l ଜିରୋ ନାଇଟ ସେଲିବ୍ରେସନ ପାଇଁ ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି l

ଆସୁଛି ନୂଆବର୍ଷ । ସେଲିବ୍ରେସନ ପାଇଁ ସବୁଠି ଚାଲିଛି ପ୍ରସ୍ତୁତି।  କୋଭିଡ କଟକଣାରେ ପାଳନ ହେବ ଜିରୋ ନାଇଟ ସେଲିବ୍ରେସନ l ହୋଟେଲ, ବାର, କ୍ଳବ ଓ ରେଷ୍ଟୁରାଣ୍ଟରେ ବ୍ୟାପକ ପ୍ରସ୍ତୁତି l ନାଚ ଗୀତରେ ଝୁମିବେ ଗ୍ରାହକ l ଥାଟି ଫାଷ୍ଟରେ କମ୍ପିବ ରାଜଧାନୀ l ଦୁଇ ବର୍ଷର କୋଭିଡ କଟକଣା ପରେ ନୂଆବର୍ଷକୁ ସ୍ୱାଗତ ପାଇଁ ଚାରିଆଡେ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଁଚିଥିବା ବେଳେ ଏବେ ଠୁ ସମସ୍ତେ ଟିକେଟ ବୁକିଂ କରିସାରିଲେଣି । ଡିଜେ, ଷ୍ଟାର ସିଙ୍ଗର ଓ ଲାଇଭ କନସର୍ଟର କାର୍ଯ୍ୟକ୍ରମ ରଖିଛନ୍ତି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ l

ସେପଟେ କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ବ୍ୟବସାୟୀ ମାନଙ୍କ ସହ ଆଲୋଚନା ମଧ୍ୟ ହୋଇଛି l ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଛି କମିଶନରେଟ ପୋଲିସ l ଦୁଇବର୍ଷ କୋଭିଡ ପରେ ଚଳିତ ବର୍ଷ ସେଲିବ୍ରେସନର ସୁଯୋଗ ମିଳିଥିବାରୁ ଭଲ ବ୍ୟବସାୟର ଲକ୍ଷ୍ୟ ରଖିଛନ୍ତି ହୋଟେଲ କର୍ତ୍ତୃପକ୍ଷ  l ଅନ୍ୟପଟେ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଏବେଠୁ ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି l

ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ଥିବାରୁ ସମସ୍ତ ଜାଗାରେ କୋଭିଡ ନିୟମ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି l କୌଣସି ବିଶୃଙ୍ଖଳା ପରିସ୍ଥିତି ଯେପରି ନ ହେଉ ସେଥିପାଇଁ ଗ୍ରାହକ ମାନଙ୍କୁ ନିବେଦନ କରାଯାଇଛି l

 ସିମ୍ପୁଲ ନାୟକ 

Leave a Reply

Your email address will not be published.

Back to top button