PM

  • ଏଚଏଏଲର ହେଲିକପ୍ଟର କାରଖାନା ଦେଶ ପ୍ରତି ସମର୍ପଣ କଲେ ମୋଦି

    ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କର୍ଣ୍ଣାଟକ ଗସ୍ତ କାଳରେ ସୋମବାର ସେ ତୁମକୁରୁରେ ହିନ୍ଦୁସ୍ତାନ ଏରୋନେଟିକ ଲିମିଟେଡ ବା ଏଚଏଏଲର ହେଲିକପ୍ଟର କାରଖାନାକୁ ଦେଶ ପ୍ରତି ସମର୍ପିତ କରିଛନ୍ତି। ଏହି ଅବସରରେ ମୋଦି ତୁମକୁରୁରେ ଲାଇଟ ୟୁଟିଲିଟି ହେଲିକପ୍ଟରକୁ ଅନାବରଣ କରିଛନ୍ତି।  କାର୍ଯ୍ୟକ୍ରମରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ସିଏମ ବସବରାଜ ବୋମ୍ମଇ ଉପସ୍ଥିତ ଥିଲେ।

    ଏହି କାର୍ଯ୍ୟକ୍ରମରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି କି, ଆଗାମୀ ଦିନରେ ଭାରତ ବିଶ୍ବ ପ୍ରତିରକ୍ଷା ନିର୍ମାଣର କେନ୍ଦ୍ର ହେବାକୁ ଯାଉଛି। ଏହାର ଆରମ୍ଭ ହୋଇସାରିଛି। ଆଜିର ଏହି ସମାରୋହ ତାର ବଡ ପ୍ରମାଣ। ଏହା ରକ୍ଷାକ୍ଷେତ୍ରରେ ଭାରତର ଆତ୍ମନିର୍ଭରତା ଯାତ୍ରାରେ ଏକ ମାଇଲଖୁଣ୍ଟି।

    ଏସମ୍ପର୍କରେ ରକ୍ଷାମନ୍ତ୍ରୀ ଶନିବାର କହିଥିଲେ କି, ପ୍ରାରମ୍ଭରେ ଏହି କାରଖାନାରେ ବାର୍ଷିକ ପ୍ରାୟ ୩୦ ହେଲିକପ୍ଟର ନିର୍ମାଣ ହେବ। ପରବର୍ତ୍ତୀ ସମୟରେ ଏହି କ୍ଷମତା ୬୦-୯୦ ହେବ ବୋଲି ରକ୍ଷା ମନ୍ତ୍ରୀ କହିଥିଲେ।  ସେ ଆହୁରି କହିଥିଲେ କି, ଗ୍ରୀନଫିଲ୍ଡ ହେଲିକପ୍ଟର ଫ୍ୟାକ୍ଟୋରୀ ଏସିଆର ସବୁଠାରୁ ବଡ ହେଲିକପ୍ଟର ନିର୍ମାତା । ଯାହା ପ୍ରାରମ୍ଭରେ ଲାଇଟ ୟୁଟିଲିଟି ହେଲିକପ୍ଟର ଉତ୍ପାଦନ କରିବ।

    ସୂଚନାଯୋଗ୍ୟ, ୬୧୫ ଏକରରେ ବ୍ୟାପ୍ତ ଗ୍ରୀନଫିଲ୍ଡ ହେଲିକପ୍ଟର କାରଖାନାରେ ଭାରତର ସବୁଠାରୁ ବଡ ହେଲିକପ୍ଟର ନିର୍ମାଣ ସୁବିଧା ରହିଛି ଓ ଏଲୟୁଏଚ ସ୍ବଦେଶୀ ଜ୍ଞାନ କୌଶଳରେ ଡିଜାଇନ ଓ ବିକଶିତ ୩ ଟନ କ୍ଲାସ, ସିଙ୍ଗଲ ଇଞ୍ଜିନ ମଲ୍ଟିପରପଜ ୟୁଟିଲିଟି ହେଲିକପ୍ଟର।

  • ୨୦୨୩ର ପ୍ରଥମ ମନ କି ବାତ

    ନୂଆଦିଲ୍ଲୀ: ୨୦୨୩ର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କି, ଚଳିତ  ଥରର ଗଣତନ୍ତ୍ର ଦିବସ ସମାରୋହର ବହୁ ଦିଗକୁ ପ୍ରଶଂସା କରିଛନ୍ତି। ୨୬ ଜାନୁଆରୀର ପରେଡ କାଳରେ କର୍ତ୍ତବ୍ୟ ପଥର ନିର୍ମାଣ କରିଥିବା ଶ୍ରମିକଙ୍‌କୁ ଦେଖି ଭାରି ଖୁସି ଲାଗିଲା। ଏହି ପରେଡରେ ପ୍ରଥମ ଥର ଭାଗ ନେଇଥିବା ମହିଳା ଓଟ ସବାର ଓ ସିଆରପିଏଫର ମହିଳା ଦଳର ମଧ୍ୟ ପ୍ରଶଂସା କରିଛନ୍ତି।

    ଏଥିସହ ପଦ୍ମପୁରସ୍କାର ପାଉଥିବା ବ୍ୟକ୍ତି ବିଶେଷଙ୍କ ସମ୍ପର୍କରେ ଜନତାଙ୍କୁ ଜାଣିବା ଆବଶ୍ୟକ ବୋଲି ମୋଦି କହିଛନ୍ତି। ଜନଜାତି ସମୁଦାୟ ସହ ଜଡିତ ଜିନିଷର ସଂରକ୍ଷଣ ଓ ଏହା ଉପରେ ଗବେଷଣାର ଚେଷ୍ଟା ହୋଇଥାଏ। ଏମିତି ହିଁ ଟୋଟୋ, ହୋ, କୁଇ, କୁଭି, ମାଣ୍ଡା ପରି ଜନଜାତିଙ୍କ ଭାଷା ଉପରେ କାମ କରୁଥିବା ବହୁ ମହାନୁଭବଙ୍କୁ ପଦ୍ମ ପୁରସ୍କାର ମିଳିଛି। ଏହା ଆମ ପାଇଁ ସମସ୍ତଙ୍କ ପାଇଁ ଗର୍ବର କଥା କହିଛନ୍ତି ପ୍ରଧାନନ୍ତ୍ରୀ। ଏହା ବ୍ୟତୀତ ସାରା ବିଶ୍ବରେ ସବୁଠାରୁ ବଡ ଲୋକତନ୍ତ୍ର ଆମର ରହିଛି ଓ ଆମ ଦେଶ ଗଣତନ୍ତ୍ରର ଜନନୀ ଭାବେ ଆମେ ଗର୍ବିତ। ଲୋକତନ୍ତ୍ର ଆଗ ଶିରା ପ୍ରଶାରାରେ ରହିଛି।

    ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି କି,  ଡ ଆମ୍ବେଦକର ବୌଦ୍ଧ ଭିକ୍ଷୁ ସଂଘର ତୁଳନା ଭାରତୀୟ ସଂସଦ ସହ କରିଥିଲେ। ସେ ଏମିତି ସଂସ୍ଥା ସମ୍ପର୍କରେ କହିଥିଲେ, ଯେଉଁଠି ପ୍ରସ୍ତାବ, ସଂକଳ୍ପ, କୋରମ ଓ ଭୋଟ ଗଣତିକୁ ନେଇ ବହୁ ନିୟମ ଥିଲା। ବାବା ସାହବଙ୍କ ବିଶ୍ବାସ ଥିଲା କି, ଭଗବାନ ବୁଦ୍ଧକୁ ଏହି ପ୍ରେରଣା ସେତେବେଳେର ରାଜନୈତିକ ବ୍ୟବସ୍ଥାରୁ ମିଳିଥିଲା।

    ଅନ୍ତରାଷ୍ଟ୍ରୀୟସ୍ତରରେ ଭାରତର ଗୁରୁତ୍ବ ସମ୍ପର୍କରେ କହିବାକୁ ଯାଇ ମୋଦି କହିଥିଲେ କି, ଭାରତର ପ୍ରସ୍ତାବ ପରେ ୟୁଏନ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଓ ଅନ୍ତରାଷ୍ଟ୍ରୀୟ ବାଜରା ବର୍ଷ ଘୋଷଣା କରିଛି। ଯୋଗ ସ୍ବାସ୍ଥ୍ୟ ସହ ଜଡିତ ଥିବା ବେଳେ ବାଜରା ବି ସ୍ବାସ୍ଥ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ। ଉଭୟ ଅଭିଯାନ ଜନତାଙ୍କ ଭାଗିଦାରିତା କାରଣରୁ ଏକ କ୍ରାନ୍ତିର ରାସ୍ତା ବାହାର କରିଛି।

  • ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

    ଜଣାଶୁଣା ଟିଭି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ବର୍ତ୍ତମାନ ଦିଲ୍ଲୀର AIIMS ହସ୍ପିଟାଲରେ ଜୀବନ ଓ ମୃତ୍ୟୁ ମଧ୍ୟରେ ସଂଘର୍ଷ କରୁଛନ୍ତି। ଆଡମିଶନ ପରେ ତାଙ୍କ ଅବସ୍ଥା ଗୁରୁତର ରହିଛି l ରାଜୁ ଶ୍ରୀବାସ୍ତବଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର ରାତି ୧୦ଟାରେ ରାଜୁଙ୍କ ପତ୍ନୀ ଶିଖା ଶ୍ରୀବାସ୍ତବଙ୍କୁ ଫୋନ୍ କରି ରାଜୁଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏହା ସହ ଚିକିତ୍ସା ପାଇଁ ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଦେବାକୁ କହିଛନ୍ତି। ଅପର ପକ୍ଷରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ରାଜୁଙ୍କ ସ୍ଵାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ସୂଚନା ଅନୁଯାୟୀ ହାସ୍ୟ ଅଭିନେତା ରାଜୁଙ୍କ ସ୍ଵାସ୍ଥ୍ୟାବସ୍ଥା ବର୍ତ୍ତମାନ ଗମ୍ଭୀର ରହିଛି।

    ଚେତା ନଫେରିବାରୁ ସେ ଏବେ ଭେଣ୍ଟିଲେଟର ସପୋର୍ଟ ସିଷ୍ଟମରେ ଅଛନ୍ତି। ତାଙ୍କର ସ୍ଵାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନାହିଁ। ହୃଦ୍‌ଘାତ ହେବା ଫଳରେ ତାଙ୍କର ବ୍ରେନ୍ ଡ୍ୟାମେଜ୍ ହୋଇଯାଇଛି। ଗତ ୨ ଦିନ ହେଲା ସେ ଚେତାଶୂନ୍ୟ ଅଛନ୍ତି। ରାଜୁଙ୍କ ଝିଅ ଅନ୍ତରା ଶ୍ରୀବାସ୍ତବ ଏବଂ ବନ୍ଧୁ ସୁନୀଲ ପାଲ ତାଙ୍କ ସ୍ଵାସ୍ଥ୍ୟାବସ୍ଥାର ଅପଡେଟ୍ ଦେଇ ପ୍ରାର୍ଥନା କରିବାକୁ ଅପିଲ୍ କରିଛନ୍ତି। ରାଜୁଙ୍କ ଚିକିତ୍ସା କରୁଥିବା କାର୍ଡିଓଲୋଜିଷ୍ଟ ଡଃ ସନ୍ଦୀପଙ୍କ ମୁତାବକ ହୃଦ୍‌ଘାତ ହେବାର ୪୮ ଘଣ୍ଟା ମଧ୍ୟରେ ରାଜୁ ଗୋଟିଏ ଥର ପାଦ ହଲାଇଛନ୍ତି। ଯାହାକି ଏକ ଭଲ ସଙ୍କେତ ବୋଲି ଡାକ୍ତର କହିଛନ୍ତି।

    ଅଭିଷେକ ପୁରୋହିତଙ୍କ ରିପୋର୍ଟ

  • ବିଚାରାଧୀନ ବନ୍ଦୀଙ୍କୁ ମୁକ୍ତ କରିବାକୁ ତ୍ୱରିତ ପଦକ୍ଷେପ ନିଅ : ପ୍ରଧାନମନ୍ତ୍ରୀ

    ବିଚାରାଧୀନ ବନ୍ଦୀଙ୍କୁ ମୁକ୍ତ କରିବାକୁ ତ୍ୱରିତ ପଦକ୍ଷେପ ନିଅ। ସେମାନଙ୍କୁ ଆଇନଗତ ସହାୟତା ଯୋଗାଇଦିଅ। ଜିଲ୍ଲା ଲିଗାଲ୍ ସର୍ଭିସ ଅଥୋରିଟିଙ୍କୁ ଏଭଳି ବାଗରେ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସର୍ବଭାରତୀୟ ଜିଲ୍ଲା ଲିଗାଲ୍ ସର୍ଭିସ ଅଥୋରିଟିର ପ୍ରଥମ ବୈଠକରେ ଏହାକୁ ନେଇ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ। ଲୋକଙ୍କ ବିଶ୍ୱାସ ନ୍ୟାୟିକ ବ୍ୟବସ୍ଥା ଉପରେ ଅତୁଟ ରହିଛି। ଏଥିଲାଗି ଯେ, ନ୍ୟାୟାଳୟର ଦ୍ୱାର ତାଙ୍କ ଲାଗି ସବୁବେଳେ ଖୋଲା। କେହି ସେମାନଙ୍କ ଅସୁବିଧା ନ ଶୁଣିଲେ ବି ଅଦାଲତ ଅଛି ବୋଲି ଏ ବିଶ୍ୱାସ ମନରେ ରହିଛି। ଗଲା ୮ ବର୍ଷ ଭିତରେ ସରକାର ନ୍ୟାୟାଳୟର ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଏଥିଲାଗି ୯ ହଜାର କୋଟି ଟଙ୍କା ବି ମଞ୍ଜୁରୀ ପାଇଛି। ଜିଲ୍ଲା କୋର୍ଟରେ ୧ କୋଟି, ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟରେ ୬୦ ଲକ୍ଷ ମାମଲା ଭର୍ଚ୍ଚୁଆଲରେ ଶୁଣାଣୀ ହୋଇଛି। ବିଶେଷ କରି କୋଭିଡ୍ ସମୟରେ ଭର୍ଚ୍ଚୁଆଲ ଶୁଣାଣୀରେ ଗୁରୁତ୍ୱ ବାରି ହୋଇପଡ଼ିଥିଲା। ସମ୍ୱିଧାନସମ୍ମତ ନିଜର ଅଧିକାର ଓ କର୍ତ୍ତବ୍ୟ ବାବଦରେ ଲୋକଙ୍କୁ ସଚେତନ କରିବା ଅଧିକ ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ।

    ଲୋକଙ୍କ ବିକାଶ ପାଇଁ ପରବର୍ତ୍ତୀ ପୀଢିକୁ ଟେକ୍ନୋଲୋଜି ଉପରେ ଅଧିକ ଫୋକସ୍ କରିବାକୁ ହେବ ବୋଲି ପରାମର୍ଶ ଦେଇଛନ୍ତି ମୋଦି। ସେପଟେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମଣା କହିଛନ୍ତି କି, ଜିଲ୍ଲା ନ୍ୟାୟିକ ବ୍ୟବସ୍ଥା ଏବେକାର ସମୟ ପାଇଁ ଅତି ଅପରିହାର୍ଯ୍ୟ ହୋଇପଡ଼ିଛି। ବିଶେଷ କରି ତଳକୋର୍ଟକୁ ସୁଦୃଢ଼ କରିବା ଅଧିକ ଆବଶ୍ୟକ। କାରଣ ଜିଲ୍ଲା କୋର୍ଟ ହିଁ ଲୋକଙ୍କୁ ନ୍ୟାୟ ଦେବାର ପ୍ରଥମ କଣ୍ଟାକ୍ଟ ପଏଣ୍ଟ। ପ୍ରତି ପ୍ରଗତିଶୀଳ ନୀତି ଏକ ସୁଦୃଢ଼ ମୂଳଦୁଆ ଆବଶ୍ୟକ କରେ। ଆଉ ଏହି ସମାନ କଥା ଜୁଡିସିଆରୀରେ ବି ଦରକାର। ଲୋକମତରେ ଜିଲ୍ଲା କୋର୍ଟରୁ ହିଁ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ କି ଅନୁଭୂତି ସାଉଁଟିଛନ୍ତି, ଏଇଠୁ ହିଁ ଲୋକେ ଅଭିଜ୍ଞତା ହାସଲ କରିନିଅନ୍ତି। ସେଥିଲାଗି ତ ତଳକୋର୍ଟର କାନ୍ଧରେ ବଡ଼ ଗୁରଭାର ରହିଛି। କାରଣ ତଳକୋର୍ଟ ହିଁ ଲୋକଙ୍କ ଅସୁବିଧା ଓ ସାମାଜିକ ପ୍ରସଙ୍ଗକୁ ଠିକ୍ ଭାବରେ ବୁଝିପାରିବାର ପ୍ରକୃଷ୍ଠ କ୍ଷେତ୍ର ଅଟେ। ଆଉ ଏଥିପାଇଁ ମଲଟିଫେସେଟ୍ ଟାସ୍କ ଓ ରୋଲ୍ ନିର୍ବାହ କରିବାକୁ ପଡ଼ିବ ଜିଲ୍ଲା କୋର୍ଟଗୁଡିକୁ ବୋଲି ପରାମର୍ଶ ଦେଇଛନ୍ତି ପ୍ରଧାନ ବିଚାରପତି।

    ଯଦି କୋର୍ଟ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଲୁଚାଇବ, ଚାପରେ ରହିବ ଓ ଠିକଣା ଭାବରେ ଜଣାଇବନି, ତେବେ ସିଷ୍ଟମ ହଲିଯିବ। ଏପରିକି ପ୍ରଧାନ ବିଚାରପତି ଆଶଙ୍କା ବି କରିଛନ୍ତି କି, ଏଭଳି ମନୋଭାବ ରହିଲେ, ସାମାଜିକ ନ୍ୟାୟ ଦେବାରେ ଅଦାଲତ ନିଜର ସାମ୍ୱିଧାନିକ ଦାୟିତ୍ୱ ନିର୍ବାହ କରିପାରିବନି। ସେଥିଲାଗି ଡିବେଟ୍ ଓ ଡିସାଇଡ୍ ଥିଓରୀକୁ ଅନୁସରଣ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ରମଣା। ଚାକିରୀର ସର୍ତ୍ତ, ପାରିଶ୍ରମିକ ଓ ଭିତ୍ତିଭୂମିର ଆହ୍ୱାନ ଯେମିତି ଚାପର ଗୋଟିଏ ଗୋଟିଏ ଆଧାର ବୋଲି ଦର୍ଶାଇଛନ୍ତି ଜଷ୍ଟିସ ରମଣା। ବିଚାରାଧୀନ ବନ୍ଦୀଙ୍କ ବାବଦରେ ତ୍ୱରିତ ଶୁଣାଣୀ ଓ ବିଚାରକୁ ନେଇ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନ ବିଚାରପତି। ଓକିଲଙ୍କ ପ୍ରଭାବଶାଳୀ ଯୁକ୍ତି ଓ ତର୍କ ଯେତିକି ଜରୁରୀ। ସେଭଳି ଭାବରେ ଓକିଲ ବି ସମର୍ପିତ ହେବା ଦରକାର।

    କାରଣ ବିଚାରାଧୀନ ବନ୍ଦୀ ତଥା ସେମାନଙ୍କ ମହକିଲର ସ୍ଥିତି ଓ ଆବଶ୍ୟକତାକୁ ହୃଦୟଙ୍ଗମ କରିବା ଦରକାର ଓକିଲ। ସେଥିଲାଗି ଜେଲକୁ ଭିଜିଟ୍ କରି ମହକିଲଙ୍କ ବାସ୍ତବତାକୁ ବୁଝିବା ଦରକାର। ଏଡିଆର ଓ ଲୋକଅଦାଲତକୁ ସୁଦୃଢ କଲେ ଅଦାଲତରେ ଗଡ଼ୁଥିବା ମାମଲାର ବୋଝ ଓ ବ୍ୟାକଲଗ୍ ଦୂର ହୋଇପାରିବ ବୋଲି ମତପୋଷଣ କରିଛନ୍ତି ପ୍ରଧାନ ବିଚାରପତି। କାରଣ ଏହି ଦୁଇଟି ପ୍ଲାଟଫର୍ମରେ ଲକ୍ଷ ଲକ୍ଷ ଲୋକ ନିଜର ଅଭିଯୋଗର ସମାଧାନ ପାଇପାରୁଛନ୍ତି। ଦେଶର ଶକ୍ତି ହେଉଛନ୍ତି ଯୁବବର୍ଗ। ଯଦି ସେମାନଙ୍କୁ ଉପଯୁକ୍ତ ତାଲିମ ଦିଆଯାଏ, ତେବେ ସେମାନଙ୍କର ଦକ୍ଷତାକୁ ସାମାଜିକ ଓ ଅର୍ଥନୈତିକ ପ୍ରଗତିରେ ଲଗାଯାଇପାରିବ। ଜନସଂଖ୍ୟାର ୭୦ ପ୍ରତିଶତ ଲୋକଙ୍କୁ ମାଗଣା ଆଇନଗତ ସହାୟତା ଯୋଗାଇଦେବାର ଲକ୍ଷ୍ୟ ରହିଛି। ସେପଟେ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜ୍ଜୁ କହିଛନ୍ତି କି, ଫ୍ୟାମିଲି କୋର୍ଟରେ ଗଡ଼ୁଥିବା ମାମଲାକୁ ତ୍ୱରିତ ସମାଧାନ ଲାଗି ସୁନିଶ୍ଚିତ କରାଯାଉଛି। ଏବେ ୧୧ ଲକ୍ଷରୁ ବେଶୀ ମାମଲା ପେଣ୍ଡିଂ ଅଛି। ପରିବାରରେ ବଡ଼ଙ୍କ ଭିତରେ ବିବାଦରୁ କାହିଁକି ଛୋଟ ପିଲା ଭୋଗିବେ।

    ସେଥିଲାଗି ପରିବାର ଅଦାଲତରେ ଗଡ଼ୁଥିବା ମାମଲାର ତ୍ୱରିତ ବିଚାର ଲାଗି ଜିଲ୍ଲା ଜଜ୍ ଙ୍କୁ ଅପିଲ୍ କରିଛନ୍ତି ମନ୍ତ୍ରୀ ରିଜ୍ଜୁ। ଲୋକସଭାରେ ଫ୍ୟାମିଲି କୋର୍ଟ ଆମେଣ୍ଡମେଣ୍ଟ୍ ବିଲ୍ ୨୦୧୧ ପାରିତ ହୋଇସାରିଛି। ଆସନ୍ତା ସପ୍ତାହରେ ରାଜ୍ୟସଭାରେ ଉପସ୍ଥାପିତ ହେବ। ଟେଲି- ଲ ପ୍ରୋଗ୍ରାମ ପାଇଁ ପ୍ରତି ଜିଲ୍ଲାରେ ନାଲସା ୭ଶହ ଆଇନଜୀବିଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଏହି ଏମପ୍ୟାନେଲ୍ ଲୟର ରେଫେରାଲ ଲୟର ଭାବରେ ପରିଗଣିତ ହେବେ ଓ ସମସ୍ୟାକୁ ଏଡ଼ାଇବା ସହ ପ୍ରି-ଲିଟିଗେସନ ଷ୍ଟେଜ୍‌ରୁ ସମସ୍ୟା ତୁଟାଇବାକୁ ପ୍ରୟାସ କରିବେ। ନ୍ୟାୟବନ୍ଧୁ ଯୋଜନାରେ ୧୧୨ ଆକାଙ୍କ୍ଷୀ ଜିଲ୍ଲାରେ ଲୋକଙ୍କୁ ଆଇନଗତ ଶିକ୍ଷା, ସଚେତନ କରାଇବାକୁ ପ୍ରୟାସ ଜାରି ରହିଛି। ଅଗଷ୍ଟ ୧୫ ନଚେତ୍ ତା ଆଗରୁ ଅଧିକରୁ ଅଧିକ ବିଚାରାଧୀନ କଏଦୀଙ୍କୁ ମୁକ୍ତ କରିବାକୁ ଟାର୍ଗେଟ ରହିଛି। ଆଜାଦି କି ଅମୃତ ମହୋତ୍ସବ ପାଳନ କରୁଥିବାରୁ ଏହି ଟାର୍ଗେଟ ରହିଛି ବୋଲି କହିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ।

    • ପ୍ରଦୀପ ନାୟକଙ୍କ ରିପୋର୍ଟ
  • ଝାଡଖଣ୍ଡକୁ ମିଳିଲା 16,800 କୋଟିର ଉପହାର

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଝାରଖଣ୍ଡର ଦେଓଗର ଗସ୍ତରେ ଯାଇ 16,800 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ଉନ୍ମୋଚନ କରିବାସହ ଦେଓଗର ବିମାନବନ୍ଦରର ଉଦଘାଟନ କରିଛନ୍ତି । ଏହାପୂର୍ବରୁ ମେ 25, 2018 ରେ ପ୍ରଧାନମନ୍ତ୍ରୀ ମୋଦୀ ବିମାନବନ୍ଦରର ମୂଳଦୁଆ ପକାଇଥିଲେ। ଦେଓଗର ବିମାନବନ୍ଦର ହେଉଛି ଝାରଖଣ୍ଡର ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନବନ୍ଦର | ଏହା ଝାରଖଣ୍ଡର ରାଜଧାନୀ ରାଞ୍ଚି ପରେ ଏହା ଦ୍ୱିତୀୟ ବିମାନବନ୍ଦର ପାଲଟିଛି।

    ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ମୁଁ 4 ବର୍ଷ ପୂର୍ବେ ଦେଓଗର ବିମାନବନ୍ଦରର ଭିତ୍ତି ପ୍ରସ୍ତର ସ୍ଥାପନ କରିବାର ସୁଯୋଗ ପାଇଲି। କରୋନାର ଅସୁବିଧା ସତ୍ୱେ ଏହା ଉପରେ କାର୍ଯ୍ୟ ଶୀଘ୍ର କରାଯାଇଥିଲା ଏବଂ ଆଜି ଝାରଖଣ୍ଡ ଆଉ ଏକ ବିମାନବନ୍ଦର ମିଳୁଛି | ପ୍ରତିବର୍ଷ ପ୍ରାୟ 5 ଲକ୍ଷ ଯାତ୍ରୀ ଦେଓଗର ବିମାନ ବନ୍ଦରରୁ ଯାଇପାରିବେ। ଏକ ରିପୋର୍ଟ ଅନୁଯାୟୀ, 2014 ପୂର୍ବରୁ ଭାରତରେ କେବଳ 74 ବିମାନବନ୍ଦର ଥିଲା ବୋଲି କୁହାଯାଉଛି। ଏଥି ସହିତ, ବିଜେପିର ସରକାର ପରେ ଏପ୍ରିଲ 2022 ସୁଦ୍ଧା ଭାରତରେ ବିମାନବନ୍ଦର ସଂଖ୍ୟା 140 କୁ ବୃଦ୍ଧି ପାଇଛି।

    • ଅଭିଷେକ ପୁରୋହିତଙ୍କ ରିପୋର୍ଟ
  • ମୋଦିଜୀ ଆପଣଙ୍କୁ ଅନୁରୋଧ…”ଆମ ଦଳର ସମସ୍ତ ମନ୍ତ୍ରୀ ଓ ନେତା ଙ୍କୁ ଗିରଫ କରନ୍ତୁ”

    ନିକଟରେ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତୀନ୍ଦର ଜୈନ ଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିବା ପରେ କ୍ଷୁବ୍ଧ ହୋଇ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି l

    ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତୀନ୍ଦର ଜୈନ

    ସେ କହିଛନ୍ତି ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରୁଛି ଯେ ଆମ ଆଦମୀ ପାର୍ଟି ର ସମସ୍ତ ମନ୍ତ୍ରୀ ଏବଂ ବିଧାୟକଙ୍କୁ ଗିରଫ କରନ୍ତୁ ଏବଂ ସମସ୍ତ କେନ୍ଦ୍ରୀୟ ଏଜେନ୍ସି ଏକାଥରେ ଅନୁସନ୍ଧାନ କରିବାକୁ କୁହନ୍ତୁ | ଆପଣ ଯେତେ ଚାହିଁବେ ଆକ୍ରମଣ କରନ୍ତୁ | ଆପଣ ବାରମ୍ବାର ଜଣେ ଜଣେ ମନ୍ତ୍ରୀଙ୍କୁ ଗିରଫ କରୁଛନ୍ତି , ଏହା ସାଧାରଣ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି l

    କିଛି ଲୋକ ଆଗାମୀ ହିମାଚଳ ପ୍ରଦେଶ ନିର୍ବାଚନ ହେତୁ ଏହା ହେଉଛି ବୋଲି କହିଛନ୍ତି ଆଉ କିଛି ପଞ୍ଜାବ ନିର୍ବାଚନ ର ପ୍ରତିଶୋଧ ବୋଲି କହିଛନ୍ତି, ସେ ଯାହା ହେଉନା କାହିଁକି, ଆମେ ଗିରଫ ହେବାକୁ ଭୟ କରୁନାହୁଁ | ସତ୍ୟ ପାଇଁ ଲଢିଛୁ ସତ୍ୟ ପାଇଁ ଲଢ଼ିବୁ ବୋଲି କେଜ୍ରିୱାଲ କହିଛନ୍ତି |

Back to top button