ନୂଆଦିଲ୍ଲୀ: ଦିଲ୍ଲୀ ବାୟୁ ପ୍ରଦୂଷଣରେ ବ୍ରେକ୍ ଲାଗୁନି। ଦିଲ୍ଲୀରେ ୧୦ ଗୁଣା ବଢିଲା ବାୟୁ ପ୍ରଦୂଷଣ। ଦିନରେ ଦ୍ୱିପହରେ ମଧ୍ୟ ରାସ୍ତା ସଫା ଦେଖା ଯାଉନାହିଁ। ଦୀପାବଳୀରେ କଟକଣା ସତ୍ୱେ ବାଣ ଫୁଟାଇବାରୁ ବଢିଲା ବାୟୁ ପ୍ରଦୂଷଣ। ଫଳରେ ଦିଲ୍ଲୀ ଏନସିଆର ବାୟୁ ପ୍ରଦୁଷଣ ଏକ ବଡ ଚିନ୍ତାର ବିଷୟ ପାଲଟିଛି। ତେବେ ଗତ ସପ୍ତାହରେ ସୁପ୍ରିମକୋର୍ଟ ଏକ ପିଟିସନରେ ବାଣ ଫୁଟାଇବାକୁ ମନା କରିଥିଲେ। ରାଜଧାନୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସର ବୃଦ୍ଧି ବିରୋଧରେ ପଦକ୍ଷେପ ଗ୍ରହଣ କଲେ ମ୍ୟୁନିସିପାଲିଟି କର୍ପୋରେସନ ଅଫ୍ ଦିଲ୍ଲୀ। ଏନେଇ ଆନନ୍ଦ ବିହାର ଫୁଟ ଓଭର ବ୍ରିଜ୍ ପରିସରରେ ଜଳ ସିଞ୍ଜନ କରାଯାଇଛି।
pollution
-
ଦିଲ୍ଲୀ ବାୟୁରେ ବିଷ
-
ଡ଼ମ୍ପିଂୟାର୍ଡ ପ୍ରସଙ୍ଗରେ ଆଜି ଚୂଡାନ୍ତ ନିଷ୍ପତ୍ତି
ଭୁଆଶୁଣି ଡ଼ମ୍ପିଂୟାର୍ଡ ପ୍ରସଙ୍ଗରେ ଆଜି ହେବ ଚୂଡାନ୍ତ ନିଷ୍ପତ୍ତି। ଆଜି ଲୋକସେବା ଭବନରେ 11ଟା 30ମିନିଟ ସମୟରେ ଉଚ୍ଚସ୍ତରୀୟ ବୈଠକ ବସିବ । ତେବେ ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ, ସଚିବ, ବିଏମସି ମେୟର ଓ କମିଶନରଙ୍କ ସମେତ ଦାରୁଠେଙ୍ଗ ପଞ୍ଚାୟତର ପ୍ରତିନିଧି ଉପସ୍ଥିତ ରହିବେ । ଏହି ଆଲୋଚନାରେ ଜଟଣୀ ବିଧାୟକ ସୁର ରାଉତରାୟ ଓ ଦାରୁଠେଙ୍ଗ ସରପଞ୍ଚ ତପନ ଚକ୍ରବର୍ତ୍ତୀ ସାମିଲ ହେବେ ବୋଲି ଜଣାପଡିଛି। 3 ସପ୍ତାହରୁ ଅଧିକ ଦିନ ଧରି ଭୁଆଶୁଣି ଡ଼ମ୍ପିଂୟାର୍ଡ ଅଚଳ ପଡିଛି । ତେବେ ବିବାଦର ସମାଧାନ ହେଲେ ସ୍ମାର୍ଟସିଟିର ପରିମଳ ବ୍ୟବସ୍ଥା ସୁଧୁରିବ ବୋଲି ଆଶା କରାଯାଉଛି।
-
ସମୁଦ୍ରରେ ପରିସ୍ରା କଲେ ଦେବାକୁ ପଡିବ ଫାଇନ…
ସ୍ପେନର ବିଗୋ ନାମକ ସହରରେ ନୂଆ ନିୟମ ଲାଗୁ ହୋଇଛି। ସହରରେ ଥିବା ସମୁଦ୍ର ରିସର୍ଟ ଗୁଡିକରେ ପରିସ୍ରା କରୁଥିବା ଲୋକଙ୍କ ଉପରେ ୬୪୫ ପାଉଣ୍ଡ ବା ୬୧ ହଜାର ଜରିମାନା ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଖବର ଅନୁଯାୟୀ, ଉତ୍ତର ଗୌଲିସିୟା ଅଞ୍ଚଳରେ ଅବସ୍ଥିତ ଭିଗୋ କର୍ତ୍ତୁପକ୍ଷ ସମୁଦ୍ରକୁ ବଞ୍ଚାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି। ସମୁଦ୍ରରେ ପରିସ୍ରା କଲେ ବା ସମୁଦ୍ରକୁ ଅପରିଷ୍କାର କଲେ ଆପଣମାନଙ୍କୁ ଦେବାକୁ ପଡି ପାରେ ଫାଇନ। ଫାଇନ ପୁଣି ୧୦୦ କି ହଜାର ନୁହେଁ ପୁରା ୬୧ ହଜାର ଟଙ୍କାର ଫାଇନ୍। ସମୁଦ୍ରରେ ଗାଧୋଇବା ସମୟରେ ସମୁଦ୍ରକୁ କୌଣସି ବର୍ଜ୍ୟବସ୍ତୁ ଦ୍ୱାରା ଯଦି ଅପରିଷ୍କାର କରନ୍ତି ବା ପରିସ୍ରା କରନ୍ତି ତେବେ ଫାଇନ ଦେବାକୁ ପଡିବ। ହଁ ଯାହା ଶୁଣିଲେ ସତ। ଏଭଳି ନିଷ୍ପତ୍ତି ନେଇଛି ସ୍ପେନ୍ ସରକାର।
ସ୍ପେନର ବିଗୋ ନାମକ ସହରରେ ଏହି ନିୟମ ଲାଗୁ ହୋଇଛି। ତେବେ ସମୁଦ୍ରକୁ ଯାଉଥିବା ପର୍ଯ୍ୟଟକଙ୍କ ପାଇଁ ଏହି ନିୟମ ଲାଗୁ କରାଯିବ। ଖବର ଅନୁଯାୟୀ, ଉତ୍ତର ଗୌଲିସିୟା ଅଞ୍ଚଳରେ ଅବସ୍ଥିତ ଭିଗୋ କର୍ତ୍ତୃପକ୍ଷ ସମୁଦ୍ରକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି। ଅଧିକାରୀମାନେ କହିଛନ୍ତି କି, ବେଳାଭୂମି ନିକଟରେ ଏକ ସର୍ବସାଧାରଣ ଶୌଚାଳୟ ନିର୍ମାଣ କରାଯିବ। ତଥାପି କୌଣସି ବ୍ୟକ୍ତିଙ୍କୁ ସମୁଦ୍ରରେ ପରିସ୍ରା କରୁଥିଲେ ତାଙ୍କୁ ଛଡା ଯିବ ନାହିଁ। ବର୍ତ୍ତମାନ ଏହା ସ୍ପଷ୍ଟ ହୋଇନାହିଁ ଯେ,କିପରି ଜଣାପଡିବ ସମୁଦ୍ରରେ କିଏ ପରିସ୍ରା କରୁଛି ଓ କିଏ କରୁ ନାହିଁ। ଏହା ଉପରେ କିଛି କୁହାଯାଇ ନାହିଁ।ସ୍ପେନ୍ର ସମୁଦ୍ରକୁ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ଅନ୍ୟ କେତେକ ନିୟମ ମଧ୍ୟ ପ୍ରସ୍ତୁତ କରାଯାଇଛି ବୋଲି କୁହାଯାଉଛି। ସମୁଦ୍ରକୁ ସାମ୍ପୁ ଓ ସାବୁନ୍ ନେଇ ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ସମୁଦ୍ରରେ ଘର କରଣା ଡିସ୍ ଧୋଇବାର ମଧ୍ୟ ପ୍ରଶ୍ନ ଉଠୁ ନାହିଁ। ଯଦି କେହି ଏହା କରୁଥିବା ଦେଖିବାକୁ ମିଳେ, ତେବେ ତାଙ୍କୁ ୬୨୦ ପାଉଣ୍ଡ ବା ୫୯ ହଜାର ୫୩୪ ଟଙ୍କା ଜରିମାନା ଦେବାକୁ ପଡିବ।
ଏହା ବ୍ୟତୀତ ସୁସ୍ଥ ପରିବେଶକୁ ଧ୍ୟାନରେ ରଖି ଏହି ସମୁଦ୍ର କୂଳରେ ଧୂମ୍ରପାନ କରିବା ନିଷେଧ କରାଯାଇଛି। ଅଧିକାରୀମାନେ ଆଶା କରୁଛନ୍ତି ଯେ, ଏଭଳି ପ୍ରତିବନ୍ଧକ ଲଗାଇବା ଦ୍ୱାରା ଉପକୂଳ ଅଞ୍ଚଳକୁ ପ୍ରଦୂଷଣମୁକ୍ତ ରଖାଯାଇ ପାରିବ। ସେହିଭଳି, ଯେଉଁମାନେ ଛୁଟି କାଟିବା ପାଇଁ ସମୁଦ୍ର କୂଳକୁ ଆସନ୍ତି, ଯଦି ସେମାନେ ଉଲଗ୍ନ ହୋଇ ସମୁଦ୍ର କୂଳକୁ ଯାଆନ୍ତି , ତେବେ ସେମାନଙ୍କୁ ମଧ୍ୟ ଏଥିପାଇଁ ଜରିମାନା ଦେବାକୁ ପଡିବ। ଆପଣଙ୍କୁ କହିରଖୁ କି, କେବଳ ସମୁଦ୍ର କୂଳରେ ଏହି ପ୍ରତିବନ୍ଧକ ଲଗାଯାଇ ନାହିଁ। ଅନେକ ସମୁଦ୍ର ପାର୍ଶ୍ୱରେ ଥିବା ରେଷ୍ଟୁରାଣ୍ଟଗୁଡିକରେ ମଧ୍ୟ କଟକଣା ଜାରି କରାଯାଇଛି। ଏଠାରେ ପୋଷାକ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ମଧ୍ୟ ସାମିଲ ଅଛି। ଫୁଟବଲ ଜର୍ସି ପିନ୍ଧି କିମ୍ୱା ବିନା ସାର୍ଟରେ ସମୁଦ୍ର କୂଳକୁ ଆସିବାକୁ ଅନୁମତି ନାହିଁ। ଏହା ବ୍ୟତୀତ ରାସ୍ତା କଡରେ ଥିବା ବ୍ରିକେତାଙ୍କ ଠାରୁ ସ୍ୱିମିଂ ପୋଷାକ, ସର୍ଟ ଇତ୍ୟାଦି କିଣିବା ମଧ୍ୟ ନିଷେଧ କରାଯାଇଛି। ପ୍ରକାଶିତ ସୂଚନା ଅନୁଯାୟୀ, ବାର୍ସିଲୋନା ଏବଂ ମଲ୍ଲୋର୍କାରେ ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ଜରିମାନା ଆଦାୟ କରାଯାଇଛି।- ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ