population

  • ଆଗାମୀ ବର୍ଷମାନଙ୍କରେ ହ୍ରାସ ପାଇବ ଦେଶର ଜନସଂଖ୍ୟା

    ନୂଆଦିଲ୍ଲୀ: ବିଶ୍ୱ ଜନସଂଖ୍ୟା କ୍ଷେତ୍ରରେ ଭାରତ ଦ୍ଵିତୀୟ ସ୍ଥାନରେ ରହିଛି, ଯାହା ଅତ୍ୟନ୍ତ ଉଦ୍‌ବେଗ ଓ ଚିନ୍ତାର କାରଣ ହୋଇଛି। ତେବେ ଏହି ସଂଖ୍ୟା ଆଗାମୀ ଦିନରେ ଚିନ୍ତାଜନକ ଭାବେ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି, ଯାହା ବିଶ୍ବାସ ଯୋଗ୍ୟ ନୁହେଁ ଆଦୌ। କିନ୍ତୁ ଷ୍ଟେନଫୋର୍ଡ ୟୁନିଭର୍ସିଟି ପକ୍ଷରୁ ଏକ ତଥ୍ୟ ସାମ୍ନାକୁ ଆସିଛି। ଷ୍ଟେନଫୋର୍ଡ ତଥ୍ୟ ଅନୁଯାୟୀ, ଭାରତର ଜନସଂଖ୍ୟା ଧୀରେ ଧୀରେ ଶେଷ ଆଡକୁ ଯାଉଛି।

    ବର୍ତ୍ତମାନ ଦେଶର ଜନସଂଖ୍ୟା ବୃଦ୍ଧି ନକାରାତ୍ମକ ରହିଛି। କିନ୍ତୁ ଲୋକଙ୍କ ମଧ୍ୟରେ ସଚେତନତା, ଜ୍ଞାନ ଓ ଜୀବନରେ ସ୍ଥିରତା ଉଭେଇ ଯାଏ। ସର୍ଭେ ଅନୁଯାୟୀ ଆଗାମୀ ଦିନରେ ଦେଶର ଜନସଂଖ୍ୟା ଘନତ୍ବ ଦ୍ରୁତ ବେଗରେ ହ୍ରାସ ପାଇବ। ୭୮ ବର୍ଷରେ ଜନସଂଖ୍ୟା ୪୮କୁ ହ୍ରାସ ପାଇବ ବୋଲି ସର୍ଭେରେ କୁହାଯାଇଛି। ତେବେ ଜନସଂଖ୍ୟାକୁ ନେଇ ଚୀନ ଓ ଭାରତ ମଧ୍ୟରେ ଅଧିକ ପ୍ରଭେଦ ନ ଥିବା ବେଳେ କିନ୍ତୁ କେବଳ ଭାରତର ଜନସଂଖ୍ୟା ହ୍ରାସ ପାଇବ। ଉଭୟ ରାଷ୍ଟ୍ରର ଜଳବାୟୁ ପ୍ରାୟତଃ ସମାନ ଥିବା ବେଳେ ଭାରତର ଜନସଂଖ୍ୟା ହ୍ରାସ ପାଇବ ବୋଲି ସର୍ଭେରେ କୁହାଯାଇଛି। ସର୍ଭେ ଅନୁଯାୟୀ, ଭାରତରେ ପ୍ରତି ବର୍ଗ କିମିରେ ୪୭୬ ଲୋକ ଥିବା ବେଳେ ଏହା ଚୀନରେ ୧୪୮ ରହିଛି।

    ୨୧୦୦ ପର୍ଯ୍ୟନ୍ତ ଭାରତର ଜନସଂଖ୍ୟା ଘନତ୍ବ ଏହି ଜାଗା ଉପରେ ୩୩୫ ହେବ। ଏହା ବିଶ୍ବ ଜନସଂଖ୍ୟା ଘନତ୍ବ ତୁଳନାରେ ବହୁ ମାତ୍ରାରେ ଅଧିକ ରହିବ। ଜନସଂଖ୍ୟା ସଂକୋଚନକୁ ନେଇ ଅନୁମାନ କରାଯାଉଛି କି, ୨୦୨୨ରେ ଦେଶର ଜନସଂଖ୍ୟା ୧୪୧ କୋଟି ରହିଛି, ଯାହା ୨୧୦୦ରେ ହ୍ରାସ ପାଇ ୧୦୦. ୩ କୋଟି ହେବ। ସେହିପରି ଆମେରିକା, ଚୀନ ଆଦି ଦେଶର ଜନସଂଖ୍ୟା ମଧ୍ୟ ହ୍ରାସ ପାଇବ ବୋଲି ସର୍ଭେରେ ଦର୍ଶା ଯାଉଥିବା ବେଳେ କିନ୍ତୁ ଭାରତର ହ୍ରାସ ଅଧିକ ରହିବ ବୋଲି କୁହାଯାଇଛି।

    • ଶିଳା ରାୟଙ୍କ ରିପୋର୍ଟ
  • ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ୟୁପି ସରକାରର ନୂଆ ପଦକ୍ଷେପ

    ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଜି ବିଶ୍ବ ଜନସଂଖ୍ୟା ଦିବସ ଅବସରରେ ଲକ୍ଷ୍ନୌରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଏକ ପ୍ରଜେଷ୍ଟ ଆରମ୍ଭ କରିଛନ୍ତି। ଏହାର ନାମ ଜନସଂଖ୍ୟା ସ୍ଥିରତା ପଙ୍ଖୱାଡା। ଏହି ଜନସଂଖ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ସଫଳତା ସହ ଆଗେଇ ନିଆଯିବ। ଏହା ସହ ସମାନ ସମୟରେ ଜନସଂଖ୍ୟା ଅସନ୍ତୁଳ ପାଇଁ ଅନୁମତି ଦିଆଯିବ ନାହିଁ।

    ମୁଖ୍ୟମନ୍ତ୍ରୀ କହିଛନ୍ତି, ଗୋଟିଏ ସେକ୍ସନର ଜନସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବା ଉଚିତ ନୁହେଁ। ତେଣୁ ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବ। ବର୍ତ୍ତମାନ ଉତ୍ତରପ୍ରଦେଶର ଜନସଂଖ୍ୟା ୨୪ କୋଟି ରହିଛି, ଯାହା ୨୫ କୋଟି ଛୁଇଁବାକୁ ଯାଉଛି। ଏହା ରାଜ୍ୟ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ବ୍ରାଜେଶ ପଟ୍ଟନାୟକ ଓ ରାଜ୍ୟ ସ୍ବାସ୍ଥ୍ୟ  ମନ୍ତ୍ରୀ ମୟଙ୍କେଶ୍ବର ସାରାନ ସିଂହ ମଧ୍ୟ ଉପସ୍ଥିତ ରହୁଥିଲେ।    

  • ୨୦୨୩ ରେ ବିଶ୍ୱର ଜନବହୁଳ ଦେଶ ହେବ ଭାରତ

    ଆଜି ବିଶ୍ୱ ଜନସଂଖ୍ୟା ଦିବସ। ତେବେ ଆଜିର ଦିନରେ ଜାତିସଂଘର ଚମକାଇଦେଲା ଭଳି ରିପୋର୍ଟ ପ୍ରକାଶ କରିଛି। ଜାତିସଂଘର ରିପୋର୍ଟ ଅନୁଯାୟୀ ଜନସଂଖ୍ୟାରେ ଭାରତ ଚୀନକୁ ଟପିଯିବ। ଯାହା ଅତ୍ୟନ୍ତ ଚିନ୍ତାର ବିଷୟ। ୨୦୨୩ ରେ ବିଶ୍ୱର ଜନବହୁଳ ଦେଶ ହେବ ଭାରତ। ତେବେ ଭାରତର ଜନସଂଖ୍ୟାକୁ ନେଇ ୟୁଏନ୍‌ ଦେଇଥିବା ରିପୋର୍ଟ ଉପରେ ପକାଇବା ନଜର।

    ଜୁଲାଇ ୧୧ ତାରିଖକୁ ବିଶ୍ୱ ଜନସଂଖ୍ୟା ଦିବସ ରୂପେ ପାଳନ କରାଯାଏ।

    ୨୦୧୧ ମସିହାରେ ଶେଷଥର ପାଇଁ ଭାରତରେ ଜନସଂଖ୍ୟା ଗଣନା କରାଯାଇଥିଲା। ତେବେ ବିଶ୍ୱ ଜନସଂଖ୍ୟା ଦିବସରେ ଜାତିସଂଘର ରିପୋର୍ଟ ପ୍ରକାଶ ପାଇଛି। ତେବେ ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୩ ସୁଦ୍ଧା  ବିଶ୍ୱର ଜନସଂଖ୍ୟା ୮ ଆରବରେ ପହଞ୍ଚିବା ଆଶଙ୍କା। ବିଶ୍ବରେ ପ୍ରତି ମିନିଟରେ ୨୭୦ ଶିଶୁ ଜନ୍ମ ନେଉଛିନ୍ତି। ୧୯ ଶତାଦ୍ଧିରେ ବିଶ୍ୱ ଜନସଂଖ୍ୟା ୮ ଆରବ ହେବାକୁ ଯାଉଛି। ୧ରୁ ୨ ଆରବରେ ଜନସଂଖ୍ୟା ପହଞ୍ଚିବା ପାଇଁ ୧୨୩ ବର୍ଷ ଲାଗିଥିଲା ସେହିପରି ୬ ରୁ ୭ ଆରବ ପହଞ୍ଚିବା ପାଇଁ କେବଳ ୧୨ ବର୍ଷ ସମୟ ଲାଗିଥିଲା । ଏଭଳି ଦ୍ରୁତ ଗତିରେ ଜନସଂଖ୍ୟା ବୃଦ୍ଧି ପାଇଛି।

    ସେହିପରି ମିଳିତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ବ୍ୟାପାର ର ଜନସଂଖ୍ୟା ବିଭାଗ କହିଛି ଯେ ଗ୍ଲୋବାଲ ପପୁଲେସନ ୨୦୩୦ ନଭେମ୍ୱର ସୁଦ୍ଧା ୮୫୦ କୋଟି କୁ ବୃଦ୍ଧି ପାଇବ।  ୨୦୫୦ ସୁଦ୍ଧା ଜନସଂଖ୍ୟା ୯୭୦କୋଟି ହେବ। ତେବେ ୨ୟ ବିଶ୍ୱଯୁଦ୍ଧ ପରେ ବିଶ୍ୱର ଜନସଂଖ୍ୟା ୨୦୮୦ ମସିହାରେ ୧୦.୪ ବିଲିୟନରେ ପିକ୍‌ ଛୁଇଁବ ଏବଂ ୨୧୦୦ ମସିହା ପର୍ଯ୍ୟନ୍ତ  ଏହି ସମାନ ସ୍ତର ରହିବ ବୋଲି ଆକଳନ କରିଛି ଜାତିସଂଘ। ତେବେ ଜାତିସଂଘ ଦ୍ୱାରା ପ୍ରକାଶିତ କିଛି ମୁଖ୍ୟ ତଥ୍ୟ ଉପରେ ନଜର ପକାଇବା

    ଜାତିସଂଘ ରିପୋର୍ଟ ଅନୁଯାୟୀ  ୨୦୨୨ରେ ଭାରତର ଜନସଂଖ୍ୟା  ୧୪୧.୨ କୋଟି ଥିବା ବେଳେ ଚୀନର ଜନସଂଖ୍ୟା ୧୪୨.୬ କୋଟି ରହିଛି। ତେବେ ୨୦୨୩ ସୁଦ୍ଧା ଭାରତର ଜନସଂଖ୍ୟା ଚୀନକୁ ଟପିବ ଯିବ । ଏହାସହ ୨୦୫୦ ସୁଦ୍ଧା ଭାରତ ସମେତ ଆଉ ୮ ଟି ଦେଶ  ଜନସଂଖ୍ୟା ବିଶ୍ୱର ବର୍ଦ୍ଧିତ ଜନସଂଖ୍ୟାର  ଅର୍ଦ୍ଧାଧିକ ହେବ।

    ବିଶ୍ୱ ଜନସଂଖ୍ୟା ଦିବସ ଜନସଂଖ୍ୟା ସହ ଜଡିତ ସମସ୍ତ ସମସ୍ୟାକୁ ଦୂର କରିବା  ଏବଂ ସଚେତନତା ସୃଷ୍ଟି କରିବା ପାଇଁ ପାଳନ କରାଯାଏ।  ପ୍ରସବ ଜନତ ସମସ୍ୟା, ସ୍ୱାସ୍ଥ୍ୟ, ଦାରିଦ୍ର, ପରିବାର ଯୋଜନା ଏବଂ ଲିଙ୍ଗଗତ ସମାନତା ଉପରେ ପ୍ରାଧାନ୍ୟ ଦିଆଯାଏ।

  • ବିଶ୍ୱର ୭୦ ପ୍ରତିଶତ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ

    ନୂଆଦିଲ୍ଲୀ: ଭାରତର ୭୦ ପ୍ରତିଶତ ଲୋକ ପାଉନହାଁନ୍ତି ସ୍ବାସ୍ଥ୍ୟକର ଖାଦ୍ୟ । ଏହାର ଅର୍ଥ ହେଉଚି ଦେଶର ୯୭ କୋଟି ରୁ ଅଧିକ ଲୋକଙ୍କୁ ଭଲ ଖାଦ୍ୟ ମିଳୁ ନାହିଁ । ବିଶ୍ବର ପ୍ରତି ୧୦ ପୁଷ୍ଟିହୀନଙ୍କ  ଭିତରୁ ୩ ଜଣ ହେଉଛନ୍ତି ଭାରତୀୟ । ମିଳିତ ଜାତିସଂଙ୍ଘର ରିପୋର୍ଟ ଅନୁଯାୟୀ ଭାରତରେ ୨୨ କୋଟିରୁ ଅଧିକ ଲୋକ ପୁଷ୍ଟିହୀନତାର ଶିକାର ଅଟନ୍ତି ।

     ଚୀନର ଜନସଙ୍ଖ୍ୟା ଭାରତ ତୁଳାନାରେ ଅଧିକ ହୋଇଥିଲେ ବି ସେଠାରେ ଅସ୍ବାସ୍ଥ୍ୟକର ଖାଦ୍ୟ ଗ୍ରହଣ କରିବା ଲୋକଙ୍କ ସଙ୍ଖ୍ୟା ଭାରତୀୟଙ୍କ ତୁଳନାରେ ୫ ଗୁଣା କମ୍ ରହିଛି । ବିଶ୍ବର ସର୍ବାଧିକ ଗହମ ଓ ଚାଉଳ ଉତ୍ପାଦନରେ ଭାରତ ଦ୍ବିତୀୟ ସ୍ଥାନରେ  ରହିଛି । କିନ୍ତୁ ଭାରତରେ ୭୦ ପ୍ରତିଶତରୁ ଅଧିକ ଲୋକ ପୁଷ୍ଟିକର ଖାଦ୍ୟ ପାଇବାରୁ ଅକ୍ଷମ ଥିବା ମିଳିତ ଜାତିସଙ୍ଘର ଖାଦ୍ୟ ସୁରକ୍ଷା ଓ ପୁଷ୍ଟିକର ଖାଦ୍ୟ ୨୦୨୨ ରିପୋର୍ଟରେ ଏହି ସୂଚନା ଦିଆଯାଇଛି ।

     ରିପୋର୍ଟ ଅନୁଯାୟୀ ୨୦୨୦ ସୁଦ୍ଧା ବିଶ୍ବରେ ୩୦୭.୪୨ କୋଟି ଅର୍ଥାତ୍ ବିଶ୍ବର ୪୨ ପ୍ରତିଶତ ଲୋକ ପୁଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଏହି ରିପୋର୍ଟରେ କୁହାଯାଇଛି କି, ଜଣେ ବ୍ୟକ୍ତି ପ୍ରତିଦିନ ପୁଷ୍ଟିକର ଖାଦ୍ୟ ଖାଇବା ପାଇଁ ତାକୁ ୨୩୫ ଟଙ୍କା ଖର୍ଚ୍ଚକରିବାକୁ ପଡିଥାଏ। ଭାରତର ସ୍ଥିତିରେ ସୁଧାର ଆସିଥିଲା କିନ୍ତୁ କରୋନା ମହାମାରୀ ପାଇଁ  ଏହା ବାଧିତ ହୋଇଥିଲା। ୨୦୧୭ ରେ ୭୫ ପ୍ରତିଶତ ଭାରତୀୟ ପୁଷ୍ଟିକର ଖାଦ୍ୟ ଗ୍ରହଣ କରୁନଥିଲେ । ୨୦୧୮ ରେ ଏହି ସଙ୍ଖ୍ୟା ୭୧.୫ କୁ ଓ ୨୦୧୯ ରେ ୬୯.୪ କୁ ଖସି ଆସିଛି କିନ୍ତୁ ୨୦୨୨ ରେ ଏହି ସଙ୍ଖ୍ୟା ପୁଣି ୭୦ ପ୍ରତିଶତକୁ ବୃଦ୍ଧି ପାଇଛି । କରୋନ ପାଇଁ ପାଖାପାଖି ୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ସାମାଜିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି। ତେବେ ଏହି ସ୍ଥିତିରେ ସୁଧାର ଆସିବା ପାଇଁ କିଛି ସମୟ ଲାଗିବ ।

     ସ୍ମରଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ  

Back to top button