ଓଡ଼ିଶାପାଣିପାଗ ଓ ପରିବେଶ

ଆସୁଛି ଆଉ ଏକ ପଶ୍ଚିମା ଝଡ

ଭୁବନେଶ୍ୱର: ରାଜ୍ୟରେ ଆଉ ଏକ ପଶ୍ଚିମା ଝଡର ସମ୍ଭାବନା । ପଶ୍ଚିମା ଝଡର ଭୟ ରାଜ୍ୟବାସୀଙ୍କ ମନରୁ ନଯାଉଣୁ ଆଉ ଏକ ପଶ୍ଚିମା ଝଡର ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ ବିଭାଗ । ପାଣିପାଗ ବିଭାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ କହିବା ଅନୁଯାୟୀ ରାଜ୍ୟରେ ଆଜି ରାତିରୁ ପଶ୍ଚମା ଝଡ ଆରମ୍ଭ ହୋଇ 26 ତାରିଖ ପର୍ଯ୍ୟନ୍ତ ରହିବାର ସମ୍ଭାବନା ରହିଅଛି ।

ପଶ୍ଚମା ଝଡର ପ୍ରଭାବରେ ଆଜି ରାତିରୁ ରାଜ୍ୟର କିଛି ଜାଗରେ ବର୍ଷା ହେବାର ସମ୍ଭାବନା ଅଛି । ସେହିପରି 25 ତାରିଖ ବେଳେକୁ ଆଭ୍ୟନ୍ତରୀଣ ଓଡିଶାର କିଛି ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି ।

ଦୁଇଦିନ ପୂର୍ବରୁ ରାଜ୍ୟରେ ପଶ୍ଚିମା ଝଡ ପ୍ରଭାବରେ ଲୋକମାନଙ୍କ ବ୍ୟାପକ କ୍ଷୟ କ୍ଷତି ହୋଇଥିଲା । କେତେକ ଜାଗାରେ କୁଆ ପଥର ମାଡ ହେବା ହେତୁ ଚାଷୀଙ୍କ ପରିବା ଚାଷ ମଧ୍ୟ ନଷ୍ଟ ହୋଇଥିଲା । ଏବେ ପଶ୍ଚିମା ଝଡକୁ ନେଇ ପାଣିପାଗ ବିଭାଗର ପୂର୍ବନୁମାନରେ ଚାଷୀକୂଳ ଚିନ୍ତାରେ ପଡିଛନ୍ତି ।

ଶ୍ରୀ ଦାସଙ୍କ କହିବା ଅନୁଯାୟୀ ରାଜ୍ୟରେ ଆସୁଥିବାର ପଶ୍ଚିମା ଝଡର ପ୍ରଭାବରେ 26 ତାରିଖ ବେଳକୁ ଉପକୂଳ ଓଡିଶା ସମେତ ଉତ୍ତର ଓଡିଶା ଏବଂ ଉପକୂଳ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବର୍ଷା ସହ ପବନ ହେବାର ସମ୍ଭାବନା ଅଛି ।

Leave a Reply

Your email address will not be published.

Back to top button