principal

  • ବିଧାୟକ ମାରିଲେ ପ୍ରିନ୍ସିପାଲଙ୍କୁ ଚାପୁଡା…

    ବାଙ୍ଗାଲୁରୁ: ବିଧାୟକ ମାରିଲେ କଲେଜ ପ୍ରିନ୍ସିପାଲଙ୍କ ଗାଲକୁ ଚାପୁଡା। କଲେଜକୁ ଗସ୍ତ କରିଥିବା ବେଳେ ବିଧାୟକ ସର୍ବସମ୍ମୁଖରେ ପ୍ରିନ୍ସିପାଲଙ୍କ ଗାଲକୁ କସିଦେଇଥିଲେ ଚାପୁଡା। ଏହା ଦେଖି ସେଠାରେ ଥିବା ଅନ୍ୟମାନେ ତାଟକା ହୋଇଯାଇଥିବା ବେଳେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। କର୍ଣ୍ଣାଟକର ଏକ ଘରୋଇ କଲେଜରେ ଅଭାବନୀୟ ଘଟଣା ଘଟିଛି। ଯାହାକୁ ଦେଖିଲେ ଆପଣମାନେ ବିଶ୍ୱାସ କରିପାରିବେ ନାହିଁ। କର୍ଣ୍ଣାଟକର JDS ର ଜଣେ ବିଧାୟକ ଭୁଲି ଯାଇଛନ୍ତି ତାଙ୍କର ହିତାହିତ ଜ୍ଞାନ। ବିଧାୟକ କଲେଜ ପ୍ରିନ୍ସପାଲଙ୍କୁ ମାଡ ମାରିଥିବା ଘଟଣା ଏବେ ସାମ୍ନାକୁ ଆସିଛି। ମାଣ୍ଡିଆରୁ JDS ବିଧାୟକ ଏମ୍.ଶ୍ରୀନିବିଶା ନାଲଭାଡି କ୍ରିଷ୍ଣାରାଜା ୱାଡିୟର କଲେଜ ପରିଦର୍ଶନରେ ଯାଇଥିଲେ। କଲେଜରେ ଥିବା କମ୍ପୁଟର ଲ୍ୟାବ୍ ସମ୍ପର୍କରେ ପ୍ରିନ୍ସିପାଲଙ୍କୁ କମ୍ପୁଟର ବିଷୟରେ କିଛି ପ୍ରଶ୍ନ ପଚାରିଥିଲେ। କିନ୍ତୁ ପ୍ରିନ୍ସିପାଲ କିଛି ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦେଇ ପାରିନଥିଲେ। ଏହାପରେ ଏମ୍. ଶ୍ରୀନିବାସା ସେଠାରେ ଠିଆ ହୋଇଥିବା ସମସ୍ତ ଲୋକଙ୍କ ସାମ୍ନାରେ ପ୍ରିନ୍ସପାଲଙ୍କ ଗାଲକୁ ଚାପୁଡା ମାରିବା ସହ ତାଙ୍କୁ ଲଗାତାର ଠେଲା ମାରି ଚାଲିଥିଲେ।
    ଏହି ଘଟଣା ସୋମବାର ଦିନ ଘଟିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ସହିତ, ପ୍ରିନ୍ସପାଲଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଚାରିଆଡେ ଅସନ୍ତୋଷ ବ୍ୟକ୍ତ ହୋଇଛି। ଅନ୍ୟପଟେ ସୋସିଆଲ ମିଡିଆରେ ୟୁଜରମାନେ ବିଧାୟକଙ୍କ ବିରୋଧରେ ଦୃଢ କାର୍ଯ୍ଯଅନୁଷ୍ଠାନ ଗ୍ରହଣ କରାଯିବା ନେଇ ଦାବି କରିଛନ୍ତି।
    ଏକ ମିଡିଆ ରିପୋର୍ଟ ଅନୁଯାୟୀ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତ ଯେ, ନୂଆ ଭାବେ ନିର୍ମିତ ହୋଇଥିବା ଆଇଟିଆଇ କଲେଜର ଉଦଘାଟନ ସମୟରେ ପ୍ରିନ୍ସପାଲ ନାଗାନନ୍ଦ କମ୍ପୁଟର ଲ୍ୟାବୋରଟୋରୀର କାର୍ଯ୍ୟ ବିଷୟରେ ସଠିକ୍ ସୂଚନା ନଦେବାରୁ ବିଧାୟକ ଏମ୍.ଶ୍ରୀନିବାସ ରାଗି ଯାଇ ତାଙ୍କୁ ମାଡ ମାରିଥିଲେ। ଏବେ ଦେଖିବାକୁ ବାକି ରହିଲା କି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି ନା ତାଙ୍କୁ ଛାଡି ଦିଆଯଆଉଛି।

    • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ
Back to top button