prize

  • ୨୩ କୋଟି ର ଲଟେରୀ…

    ଭାଗ୍ୟ ସାଙ୍ଗରେ ଥିଲେ ଗଧ ବି ଶକ୍ତିଶାଳୀ ପ୍ରମାଣିତ ହୁଏ। କେତେବେଳେ କାହା ଭାଗ୍ୟ ଖୋଲିବ ତାହା କହିହେବ ନାହିଁ। ସେଥିପାଇଁ ତ କଥାରେ ଅଛି କାହା ଭାଗ୍ୟ ପତର ତଳ ତ ଆଉ କାହା ଭାଗ୍ୟ ପଥର ତଳେ । ସମୟ ପରିବର୍ତ୍ତନ ହେବା ପାଇଁ ବେଶି ସମୟ ଲାଗେ ନାହିଁ । ଅଚାନକ ଧନ ଲାଭ ହେଲେ ଲଟେରୀ ଲାଗିଛି ବୋଲି କଥା ଛଳରେ କୁହନ୍ତି । ଜଣେ ଗରିବ ରାତାରାତି କୋଟିପତି ହୋଇଗଲା । କୋଟିପତି ମାନେ କୋଟିଏ ଟଙ୍କା ନୁହଁ ୩୦ କୋଟି ଟଙ୍କାର ମାଲିକ । ଏହି ଲୋକ ଖାଇବା ପାଇଁ କଷ୍ଟ ହେଉଥିଲା ଜୀବନଯାପନ କରିବା ପାଇଁ ସଂଙ୍ଘର୍ଷ କରି ହତୋତ୍ସାହିତ ହୋଇପଡିଥିଲା ।ଦେଶ ଛାଡି ଅନ୍ୟ ଦେଶକୁ ପଳାଇଲେ ।

    ଶେଷରେ ରାସ୍ତା ଖୋଜୁ ଖୋଜୁ ଭାଗ୍ୟ ସାଥ ଦେଲା ଲକ୍ଷ୍ମୀ ଆସିଲେ ଜୀବନର ଗତିପଥ ବଦଳିଗଲା । ସ୍ୱପ୍ନ ସତ ହୁଏ ସମସ୍ତ ଜାଣିଥିବେ। ଯାହା ସ୍ୱପ୍ନରେ ଭାବିନଥିବେ ତାହା ହେଲେ ଆପଣ କଣ କରିବେ । ହଠାତ୍ ୨୩ କୋଟି ଟଙ୍କାର ଘର ମିଳିଳା ୭ କୋଟି ଟଙ୍କା ର କ୍ୟାସ ପ୍ରାଇଜ ମିଳିଲା । ଅଷ୍ଟ୍ରେଲିଆରେ ରହୁଥିବା ଏକ ରିଫ୍ୟୁଜି ଫ୍ୟାମିଲି ର କଥା । ପୂର୍ବ ଆଫ୍ରିକା ଦେଶ ବୁରୁଣ୍ଡି ରୁ ଜୀବନ ବଞ୍ଚାଇ ଫେରାର ହୋଇ ପଳାଇ ଆସିଥିଲେ । ତାଙ୍କ ସହ ଛୋଟ ଝିଅ ଟିଏ ମଧ୍ୟ୍ୟ ଥିଲା ।

    ଦକ୍ଷିଣ ଅଷ୍ଟ୍ରେଲିଆ ଏକ ହେଲଥ ସେକ୍ଟର ରେ ଦ ହସପିଟାଲ ରିର୍ସର୍ଚ୍ଚ ଫାଉଣ୍ଡେସନ ହୋମ ଲଟେରୀ ର ଟିକେଟ କିଣିଲେ ଏହି କପଲ ଙ୍କ ଲଟେରୀ ଲାଗିଲା ତିନି ମିଲିୟନ ଡଲାର, (୨୩ କୋଟି ରୁ ଧିକ) ଏକ ଘର ଜିତିଲେ । ତାହା ସହ ୧ ମିଲିୟନ ଡଲାର ( ୭ କୋଟି ରୁ ଅଧିକ ) ମିଳିଲା ।୨ ଲକ୍ଷ ଲୋକ ଟିକେଟ କିଣିଥିବା ଲିଷ୍ଟିରେ ଥିଲେ ଏମାନେ । କିନ୍ତୁ ଶେଷରେ ୨ ଲକ୍ଷ ଲୋକଙ୍କ ପଛରେ ପକାଇ ପୁରସ୍କାର ଜିତିଲେ। ଏହାକୁ କହନ୍ତି ଭାଗ୍ୟ। ସେଥିପାଇଁ ତ କଥାରେ ଅଛି ଭାଗ୍ୟ ଫଲନ୍ତି ସର୍ବତ୍ରଂ ନଚଃ ବିଦ୍ୟା ନଚଃ ପୌରୁଷଂ ।

    • ସ୍ମରିଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
Back to top button