ଓଡ଼ିଶା

ଅର୍ଥ ସାଜିଛି ବାଧକ

ଭଦ୍ରକ: ସ୍ୱପ୍ନ ଥିଲା ଇଂଜିନିୟର ହେବି । ବାପାଙ୍କ ଆଶାକୁ ସଫଳ କରିବି। ତେବେ ଏହି ସ୍ୱପ୍ନ ଏବେ ସ୍ୱପ୍ନ ରହିଗଲା ।  ବିଟେକ ପଢ଼ୁଥିବା ପୁନମଙ୍କର ଦୁଇଟି କିଡନୀ ନଷ୍ଟ ହେବା ପରେ ପାଠପଢାରେ ଏବେ ଡୋରି ଲାଗିଛି। ଆଉ ଝିଅକୁ ଭଲ କରିବା ପାଇଁ ଯାହା ସମ୍ବଳ ଥିଲା ଚିକିତ୍ସାରେ ଖର୍ଚ୍ଚ ହେବା ପରେ, ଏବେ ଝିଅକୁ ଭଲ କରିବା ପାଇଁ ବାର ଦୁଆରେ ଶୁଣ୍ଢିପିଣ୍ଡା ହେଉଛନ୍ତି ବାପା ମା। ଅନ୍ୟପକ୍ଷରେ ସରକାରୀ ଓ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ମିଳିଲେ,  ପୁନମଙ୍କୁ ତାଙ୍କ ମା ଗୋଟିଏ କିଡନୀ ଦାନ କରି ଝିଅକୁ ବଞ୍ଚାଇ ପାରିବେ ବୋଲି ଆଶା ରଖିଛନ୍ତି । ତେବେ  ଭଦ୍ରକ ସହର ଡାହାଣିଗଢିଆ ଅଞ୍ଚଳରୁ ଦେଖିବା ଏହି ରିପୋର୍ଟ                         

ଆଖିରେ ପୁଳାଏ ସ୍ବପ୍ନ, ମନରେ ଭବିଷ୍ୟତ ଚିନ୍ତା । ପାଠପଢ଼ି ଦିନେ ବଡ ଚାକିରି କରିବାର ରଖିଥେିଲେ ଆଶା । ଗରିବ ବାପାଙ୍କ ବୋଝକୁ ଟିକେ ହାଲୁକା କରିଥାନ୍ତେ । ଆମେ କହୁଛୁ ଭଦ୍ରକ ସହର ଡାହାଣିଗଢିଆ ମହାବୀର କୋଲିନୀରହୁ ଥିବା ପୁନମ ଦାସଙ୍କ କଥା । ପୁନମଙ୍କ ପରିବାର କହିଲେ ୨ ଭାଇ ଓ ବାପା ମା । ପୁନମ ଙ୍କ ବାପା ଜଣେ ଟଲି ଚାଳକ ହୋଇଥିବା ବେଳେ ପୁନମ ଭଲ ପାଠ ପଢ଼ୁ ଥିବାରୁ ତାଙ୍କୁ ଭୁବନେଶ୍ୱର ବାରଙ୍ଗରେ ଏକ ଘରୋଇ ଇଂଜିନିୟରିଂ କଲେଜରେ ବିଟେକ  ପଢାଉଥିଲେ  । ହେଲେ ହଠାତ ପୁନମଙ୍କ ଦେହ ଖରାପ ହୋଇଥିଲା । ଡାକ୍ତରଙ୍କୁ ଦେଖାଇବା ପରେ ଜଣାପଡ଼ିଥିଲା ପୁନମଙ୍କ ୨ଟି କିଡନି ନଷ୍ଟ ହୋଇଯାଇଛି । ଯାହା ପରେ  ଯେତିକି ଅର୍ଥ ଥିଲା ବିକି ଭାଙ୍ଗି ଝିଅକୁ ଚିକିତ୍ସା କରିବା ପରେ ,ଆଉ ସମ୍ବଳ ନ ଥିବାରୁ ଝିଅକୁ ଭଲ କରିବା ପାଇଁ  ସରକାରୀ ଓ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି ପୁନମଙ୍କ ବାପା।

ଅନ୍ୟପକ୍ଷେ ଝିଅକୁ ବଞ୍ଚାଇବା ପାଇଁ ପୁନମଙ୍କ ବାପା,ମା ସାହାଯ୍ୟ ପାଇଁ ବାରଦୁଆରେ ସୁଣ୍ଡି ପିଣ୍ଡା ହେଉଛନ୍ତି । ଗୋଟିଏ କିଡନୀ ଦାନ କରି ଝିଅକୁ ବଞ୍ଚାଇବା ପାଇଁ କହିଛନ୍ତି ପୁନମଙ୍କ ମା । ତେବେ  ଏଭଳି ଜଣେ ମେଧାବୀ ଛାତ୍ରୀଙ୍କୁ  ସରକାରୀ ,ବେସରକାରୀ, ବିଶେଷ କରି ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ଓ ସହଯୋଗ ମିଳିଲେ କିଡନୀ ପାଇଁ ଭଲ ହୋଇପାରନ୍ତେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା।

ଯଦି ଆପଣ ମାନେ ପୁନମଙ୍କୁ ସହଯୋଗ କରିବା ପାଇଁ ଚାହୁଁଛନ୍ତି ତାହେଲେ ୭୮୭୩୫୦୭୯୦୯ ନଂରେ ଫୋନ ପେ କରି ପାରିବେ।

ସାନ୍ତନୁ ପଣ୍ଡାଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button