ଓଡ଼ିଶାଦୁର୍ଘଟଣାପ୍ରତିରକ୍ଷାଭୁବନେଶ୍ୱର

ଟ୍ରେନରୁ ଜବତ ହେଲା ବିସ୍ଫୋରକ

ଭୁବନେଶ୍ୱର: ଭୁବନେଶ୍ୱର ଷ୍ଟେସନରୁ ଜବତ ହୋଇଛି ବିସ୍ଫୋରକ ସାମଗ୍ରୀ । ଯାହାକୁ ନିଷ୍କ୍ରିୟ କରିଛନ୍ତି ବମ୍ ସ୍କ୍ୱାର୍ଡ । ବିସ୍ଫୋରକ ପଦାର୍ଥକୁ  ନଦୀ ରେ ପକାଇ ନିଷ୍କ୍ରିୟ କରାଯାଇଥିବା ସୂଚନା ।

ଖବର ଅନୁଯାୟୀ ବୁଧୁବାର ରାତିରେ କୋଣାର୍କ ଏକ୍ସପ୍ରେସ୍ ମୁମ୍ୱାଇରୁ ଭୁବନେଶ୍ୱର ଆସି 2 ନମ୍ବର ପ୍ଲାଟଫର୍ମରେ ରହିଥିଲା । ଭୋର ସମୟରେ ଟ୍ରେନ ସଫେଇ କର୍ମଚାରୀ ଟ୍ରେନ ସଫାକରିବା ବେଳେ ଟ୍ରେନରେ କିଛି ବହି ରଖାଯାଇଥିବା ଦେଖିବାକୁ ପାଇଥିଲେ । ଯେଉଁଥିରୁ ଧୁଆଁ ବାହାରୁଥିଲା । କର୍ମଚାରୀ ମାନେ ସନ୍ଦେହ କରି ସଙ୍ଗେ ସଙ୍ଗେ ଜିଆରପି ପୋଲିସ କୁ ଜଣାଇଥିଲେ । ଏବଂ ପରେ ଜିଆରପି ପୋଲିସ ବମ୍ ସ୍କ୍ୱାର୍ଡକୁ ଜଣାଇବା ସହ ସନ୍ଧାନକାରୀ କୁକୁର ଆଣିଥିଲେ।

ବମ୍ ନିଷ୍କ୍ରିୟକାରୀ ଅଧିକାରୀ ଏହାକୁ ଦେଖି ଏହା ବିସ୍ଫୋରକ ସାମଗ୍ରୀ ବୋଲି ଜାଣିପାରିଲେ । ଏବଂ ଅତି ସାବଧାନର ସହ ଏହାକୁ ଟ୍ରେନରୁ ବାହାରକରି ନଦୀରେ ପକାଇ ଦେଇଥିଲେ । ଯେଉଁଠାରେ ଏହା ନିଷ୍କ୍ରୟ ହୋଇଥିଲା ।

ଏହାକୁନେଇ ଭୁବନେଶ୍ୱର ଆରପିଏଫ ଥାନାରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରାଯାଇଛି । ତେବେ ଏହି ସାମଗ୍ରୀ କେଉଁ ଉଦ୍ଧେଶ୍ୟରେ କେଉଁଠାରୁ ଅଣାଯଇଥିଲା ତାହା ଏପର୍ଯ୍ୟନ୍ତ ଅସ୍ଫଷ୍ଟ ରହିଛି ।  

Leave a Reply

Your email address will not be published.

Back to top button