Balangir

ବାଲି ମାଫିଆଙ୍କ ଆକ୍ରମଣରେ ଫାସଡ଼ ଆରଆଇ ଗୁରୁତର

ବଲାଙ୍ଗିର : ବାଲି ମାଫିଆଙ୍କ ଆକ୍ରମଣରେ ଫାସଡ଼ ରାଜସ୍ଵ ନିରୀକ୍ଷକ (ଆରଆଇ) ସୁଶାନ୍ତ ପଟେଲ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ନିମନ୍ତେ ଡୁଙ୍ଗୁରିପାଲି ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ, ବଲାଙ୍ଗିର ଜିଲ୍ଲା ସାଲେଭଟା ଫାଣ୍ଡି ଅନ୍ତର୍ଗତ ମୁରସୁଣ୍ଢ ଅଙ୍ଗ ନଦୀରୁ ଆଜି ପୂର୍ବାହ୍ନରେ ବାଲି ଚୋରାଚାଲାଣ ବେଳେ ଫାସଡ଼ ଆରଆଇ ସୁଶାନ୍ତ ପଟେଲ ବାଲି ବୋଝେଇ ଗାଡିକୁ ଅଟକାଇଥିଲେ । ଏତିକି ବେଳେ ତାଙ୍କୁ ବାଲି ମାଫିଆମାନେ ଆକ୍ରମଣ କରିଛନ୍ତି । ଖବର ପାଇ ସାଲେଭଟା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ ତହସିଲଦାର ଏ ସମ୍ପର୍କରେ ଲୋଇସିଂହା ଥାନାରେ ଏତଲା କରିଥିବା ଜଣାପଡିଛି ।

Related Articles

Leave a Reply

Your email address will not be published.

Back to top button