rajsthan

  • ଏନଆଇଏକୁ ବଡ ସଫଳତା

    ରାଜସ୍ଥାନ  ଉଦୟପୁର ନିକଟରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏକୁ ବଡ ସଫଳତା । ହତ୍ୟାକାଣ୍ଡରେ ସାମିଲ ୭ ମ ଅପରାଧୀକୁ ଏନଆଇଏ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ୩୧ ବର୍ଷୀୟ ଫରହଦ ମହମ୍ମଦ । ଫରହଦ ମୁଖ୍ୟ ଅଭିଯୁକ୍ତ ରିଆଜ ଅଟାରୀ ସହ ମିଶି ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା। ଶନିବାର ଫରହଦକୁ ଗିରଫ କରିଛି ତଦନ୍ତକାରୀ  ସଂସ୍ଥା ।

    ପୂର୍ବରୁ ହତ୍ୟା ମାମଲାରେ ୬ ଜଣ ଗିରଫ ହୋଇସାରିଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ଏନଆଇଏ ପଚରା ଉଚୁରା କରୁଛି । ସନ୍ଦେହ କରାଯାଉଛି ଏମାନଙ୍କର ତାଲିବାନୀ ଓ ପାକିସ୍ତାନ ସହ ଲିଙ୍କ ରହିଛି । ନିକଟରେ ଉଦୟପୁର କହ୍ନେୟାଲାଲ ନାମକ ଜଣେ ଦରଜୀଙ୍କୁ ହତ୍ୟା କରାଯାଇଥିଲା । ବିଜେପିର ପୂର୍ବତନ ମୁଖପାତ୍ର ନୁପୁର ଶର୍ମାଙ୍କ ସମର୍ଥନରେ ଲେଖିଥିବାରୁ ମୁସଲିମ୍ ସମ୍ପ୍ର୍ଦାୟର ଦୁଇ ଯିବକ ତାଙ୍କ ଦୋକାନ ଭିତରେ ପଶି ଦିନ ଦ୍ବିପହରରେ ବେକ କାଟିଦେଇଥିଲେ । ତାଲିବାନୀ ଶୈଳୀରେ ଏହି ହତ୍ୟା କରାଯାଇଥିଲା । ହତ୍ୟା ପରେ ସାରା ଦେଶରେ ଆନ୍ଦୋଳନ ଏବଂ ଆକ୍ରୋଶ ଦେଖାଦେଇଥିଲା ।

     ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Back to top button