ଜାତୀୟରାଜନୀତି

୧୬ରେ ବିହାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ

ପାଟନା: ବିହାରରେ ନୀତିଶ କୁମାରଙ୍କ ନୂଆ ସରକାରରେ କାହାକୁ କେଉଁ ବିଭାଗ ଦିଆଯିବ, ତାକୁ ନେଇ ତେଜସ୍ୱୀ ଯାଦବଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସହମତି ହୋଇଛି । ଅଗଷ୍ଟ ୧୬ ତାରିଖରେ ଜେଡିୟୁ ଓ ମହାମେଣ୍ଟ ସରକାରର ମନ୍ତ୍ରୀମଣ୍ଡଳ ବିସ୍ତାର ହେବାକୁ ଯାଉଛି । ଏହା ପୂର୍ବରୁ ନୀତିଶ ଓ ତେଜସ୍ୱୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ରୁଦ୍ଧ ଦ୍ୱାର ବୈଠକ ହୋଇଥିଲା, ଯେଉଁଥିରେ ଉଭୟ ନେତା ଏକ ନିର୍ଯାସରେ ପହଞ୍ଚିଥିବା ଜଣାପଡିଛି ।
ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଦିଲ୍ଲୀରେ ନିଜ ସହଯୋଗୀ ଦଳର ବଡ ନେତାଙ୍କ ସହ ସାକ୍ଷାତ କରିଥିଲେ । ଯେଉଁଠି ସହମତି ପାଇବା ପରେ ତେଜସ୍ୱୀ ବିହାର ଫେରିଥିଲେ ଓ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିଥିଲେ । ତେଜସ୍ୱୀ ସ୍ପଷ୍ଟ କରିଥିଲେ କି, ମନ୍ତ୍ରୀପଦକୁ ନେଇ ନାମ ସ୍ଥିର ହୋଇସାରିଛି ।
ତେଜସ୍ୱୀ ନିକଟରେ ଦିଲ୍ଲୀ ଯାଇ ସୋନିଆ ଗାନ୍ଧୀଙ୍କ, ଭାକପା ନେତା ଡି ରାଜୁ ଓ ସୀତାରାମ ୟେଚୁରୀଙ୍କ ସହ ସାକ୍ଷାତ କରିଥିଲେ । ସେମାନଙ୍କ ସହ ବିହାର ମନ୍ତ୍ରୀମଣ୍ଡଳ ଉପରେ ଆଲୋଚନା କରିଥିଲେ ।

Related Articles

Leave a Reply

Your email address will not be published.

Back to top button