ranveer singh

  • ରଣବୀର କହିଲେ ତାଙ୍କ ଫଟୋ ଟାମ୍ପର ହୋଇଛି

    ମୁମ୍ବାଇ: ନଗ୍ନ ଫଟୋ ସୁଟ କରି ବିବାଦରେ ଛନ୍ଦି ହୋଇପଡିଥିବା ବଲିଉଡ ଅଭିନେତା ରଣବୀର ସିଂହ ମୁମ୍ବାଇ ପୁଲିସ ନିକଟରେ ଉପସ୍ଥିତ ହୋଇଛନ୍ତି। ପୁଲିସରେ ହାଜର ହୋଇ ରଣବୀର କହିଛନ୍ତି କି, କେହି ତାଙ୍କ ଫଟୋ ସହ ଛେଡଛାଡ କରିଛି। ଏକ ମାଗାଜିନ ପାଇଁ ରଣବୀର କେତେକ ନଗ୍ନ ଫଟୋ ସୁଟ କରିବା ପରେ ବିବାଦରେ ଛନ୍ଦି ହୋଇପଡିଥିଲେ।

    ନଗ୍ନ ଫଟୋ ସୁଟ ମାମଲାରେ ଗତମାସରେ ରଣବୀରଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିଲା। ଏହାକୁ ନେଇ ରଣବୀରଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା। ମୁମ୍ବାଇ ପୁଲିସର ସୂଚନା ଅନୁଯାୟୀ ଏହି ବୟାନରେ ରଣବୀର କହିଥିଲେ କି, କେହି ତାଙ୍କ ଫଟୋକୁ ଟାମ୍ପର କରିଛି ।

    ରଣବୀରଙ୍କ ନାମରେ ଜୁଲାଇ ୨୬ ତାରିଖରେ ଏଫଆଇର ରେଜିଷ୍ଟର ହୋଇଥିଲା ଚେମ୍ବୁର ପୁଲିସ ଷ୍ଟେସନରେ। ଏପରି ଫଟୋ ମାଧ୍ୟମରେ ଅଭିନେତା ମହିଳାଙ୍କ ଭାବନା ସହ ଖେଳିବାକୁ ନେଇ ଏକ ଏନଜିଓ ଅଭିଯୋଗ କରିଥିଲା।  ଏହା ଉପରେ ଅଗଷ୍ଟ ୨୯ରେ ରଣବୀରଙ୍କ ବୟାନ ରେକର୍ଡ କରାଯାଇଥିଲା।

    ଏହି ମାମଲାରେ ମୁମ୍ବାଇ ପୁଲିସ ରଣବୀରଙ୍କ ବିରୋଧରେ  ଆଇପିସିର ଧାରା ୨୯୨, ୨୯୩, ୫୦୯ ପରି ଏକାଧିକ ଧାରା ଲଗାଇଛି।

  • ନଗ୍ନ ଫୋଟୋସୁଟ କରି ରଣବୀର ସିଂ ଅଡୁଆରେ

    ବଲିଉଡ ଅଭିନେତା ଅଭିନେତ୍ରୀ ମାନେ ବିଭିନ୍ନ ପୋଜ ରେ ଫଟୋ ଉଠାଇ ପୋଷ୍ଟ କରିବା କିଛି ନୁଆ କଥା ନୁହେଁ । ଏହି ଫଟୋ କୁ ଦର୍ଶକ ମାନେ ବହୁ ମାତ୍ରାରେ ଦେଖିଥାନ୍ତି । ଖାଲି ଦେହରେ ଫଟୋ ଉଠାଇ ପୋଷ୍ଟ କରିବା ରେ ସଞ୍ଜୟ ଦତ୍ତ , ସଲମନ ଖାନ , ସନ୍ନି ଦେଓଲ , ସୁନୀଲ ସେଟ୍ଟୀ, ଅକ୍ଷୟ କୁମାର , ଏପରି ବହୁ ଅଭିନେତା ଅଛନ୍ତି । ତାଙ୍କ ଫଟୋ ନେଇ ଚାରିଆଜେ ଚର୍ଚ୍ଚା ହୁଏ । ସବୁଠାରୁ ଚର୍ଚ୍ଚାରେ ରହନ୍ତି ସଲୁ ମିୟାଁ ଓରଫ ଭାଇ ଜାନ ।

    କିନ୍ତୁ ଫଟୋ ଉଠାଇଲେ ଅଡୁଆ ହେବ ଏ କଥା କେବେ ବିଶ୍ୱାସ କରିନଥିବେ ବଲିଉଡ ଅଭିନେତା । ଖାଲି ଦେହରେ ଫଟୋ ଉଠାଇ ପୋଷ୍ଟ କରିବା ପରେ ବଲିଉଡ ଅଭିନେତା ରଣବୀର ସିଂଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଏ ନେଇ ମୁମ୍ଭାଇ ର ଚେମ୍ଭୁର ଥାନାରେ ମାମଲା ରୁଜୁ ହୋଇଛି । କୁହାଯାଇଛି ଏଭଳି ଫୋଟ ମହିଳା ମାନଙ୍କ ଭାବନା ପ୍ରତି ଆଘତ ଦେଇଛି । ରଣବୀର ସିଂ ଖାଲି ଦେହରେ ପ୍ରଥମେ ଫଟୋ ସୁଟକରି ଏହାକୁ ନିଜ ଇନଷ୍ଟାଗ୍ରାମଆକାଉଣ୍ଟରେ ପୋଷ୍ଟ କରିଥିଲେ । କିଛି କଳାକରା ଏହାକୁ ସପୋର୍ଟ କରିଥିଲେ । ଏହି ଫଟୋ କୁ ନେି ବିବାଦ ଦେଖାଦେବା ପରେ ଅର୍ଜୁନ କପୁର ଓ ଅଲିଆ ଭଟ୍ଟ ରଣବୀରଙ୍କ ସମର୍ଥନରେ ବାହାରିଥିଲେ ।

    ଏ ନେଇ ଆଲିଆ ଭଟ କହିଥିଲେ ମୋ ପସନ୍ଦର ଅଭିନେତା ବିରୋଧରେ ନାଁ ମୁଁ କିଛି ଶୁଣିପାରିବି ନାଁ ତାକୁ ନେଇ ପ୍ରଶ୍ନ ଉଠିଲେ ମୁଁ ସହ୍ୟ କରିପାରିବି । ସେ ପଟେ ଅର୍ଜୁନ କପୁର କହିଛନ୍ତି ରଣୀବର ଯାହା କରିଛନ୍ତି ତାଙ୍କ ଇଛାରେ କରିଛନ୍ତି । ତାଙ୍କୁ ଯାହା ଠିକ ଲାଗିଲା ସେ କରିଛନ୍ତି । ତେଣୁ ତାଙ୍କୁ ନେଇ ପ୍ରଶ୍ନ ଉଠାଇବାର ଆବଶ୍ୟକତା ନାହିଁ ।

    ଖାଲି ସେତିକି ନୁହେଁ ଏହି ଫଟୋକୁ ନେଇ ରଜାନୀତି ଆରମ୍ଭ ହୋଇଛି । ସମାଜବାଦୀ ପାର୍ଟୀ ମହାରାଷ୍ଟ୍ର ମୁଖ୍ୟ ଆବୁ ଆଜମୀ ଟୁଇଟ୍ କରି ଏଭଳି ଫଟୋକୁ ନେଇ ପ୍ରଶ୍ନ କରିଛନ୍ତି । ସେ ଲେଖିଛନ୍ତି ଯେ ସର୍ବସାଧାରଣ ସ୍ଥାନରେ ଖୋଲା ଦେହରେ ଫଟୋ ଉଠାଇ ପୋଷ୍ଟ କରିବା କଳା ନା ସ୍ୱାଧୀନତା । ଯଦି ଏଭଳି କରାଯାଇପାରିବ ତାହେଲେ ସରକାର ହିଜାବ ଉପରେ କାହିଁକି ଚାପ ପକାଉଛନ୍ତି ।

    • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
Back to top button