rise

  • ଆଗାମୀ ବର୍ଷମାନଙ୍କରେ ହ୍ରାସ ପାଇବ ଦେଶର ଜନସଂଖ୍ୟା

    ନୂଆଦିଲ୍ଲୀ: ବିଶ୍ୱ ଜନସଂଖ୍ୟା କ୍ଷେତ୍ରରେ ଭାରତ ଦ୍ଵିତୀୟ ସ୍ଥାନରେ ରହିଛି, ଯାହା ଅତ୍ୟନ୍ତ ଉଦ୍‌ବେଗ ଓ ଚିନ୍ତାର କାରଣ ହୋଇଛି। ତେବେ ଏହି ସଂଖ୍ୟା ଆଗାମୀ ଦିନରେ ଚିନ୍ତାଜନକ ଭାବେ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି, ଯାହା ବିଶ୍ବାସ ଯୋଗ୍ୟ ନୁହେଁ ଆଦୌ। କିନ୍ତୁ ଷ୍ଟେନଫୋର୍ଡ ୟୁନିଭର୍ସିଟି ପକ୍ଷରୁ ଏକ ତଥ୍ୟ ସାମ୍ନାକୁ ଆସିଛି। ଷ୍ଟେନଫୋର୍ଡ ତଥ୍ୟ ଅନୁଯାୟୀ, ଭାରତର ଜନସଂଖ୍ୟା ଧୀରେ ଧୀରେ ଶେଷ ଆଡକୁ ଯାଉଛି।

    ବର୍ତ୍ତମାନ ଦେଶର ଜନସଂଖ୍ୟା ବୃଦ୍ଧି ନକାରାତ୍ମକ ରହିଛି। କିନ୍ତୁ ଲୋକଙ୍କ ମଧ୍ୟରେ ସଚେତନତା, ଜ୍ଞାନ ଓ ଜୀବନରେ ସ୍ଥିରତା ଉଭେଇ ଯାଏ। ସର୍ଭେ ଅନୁଯାୟୀ ଆଗାମୀ ଦିନରେ ଦେଶର ଜନସଂଖ୍ୟା ଘନତ୍ବ ଦ୍ରୁତ ବେଗରେ ହ୍ରାସ ପାଇବ। ୭୮ ବର୍ଷରେ ଜନସଂଖ୍ୟା ୪୮କୁ ହ୍ରାସ ପାଇବ ବୋଲି ସର୍ଭେରେ କୁହାଯାଇଛି। ତେବେ ଜନସଂଖ୍ୟାକୁ ନେଇ ଚୀନ ଓ ଭାରତ ମଧ୍ୟରେ ଅଧିକ ପ୍ରଭେଦ ନ ଥିବା ବେଳେ କିନ୍ତୁ କେବଳ ଭାରତର ଜନସଂଖ୍ୟା ହ୍ରାସ ପାଇବ। ଉଭୟ ରାଷ୍ଟ୍ରର ଜଳବାୟୁ ପ୍ରାୟତଃ ସମାନ ଥିବା ବେଳେ ଭାରତର ଜନସଂଖ୍ୟା ହ୍ରାସ ପାଇବ ବୋଲି ସର୍ଭେରେ କୁହାଯାଇଛି। ସର୍ଭେ ଅନୁଯାୟୀ, ଭାରତରେ ପ୍ରତି ବର୍ଗ କିମିରେ ୪୭୬ ଲୋକ ଥିବା ବେଳେ ଏହା ଚୀନରେ ୧୪୮ ରହିଛି।

    ୨୧୦୦ ପର୍ଯ୍ୟନ୍ତ ଭାରତର ଜନସଂଖ୍ୟା ଘନତ୍ବ ଏହି ଜାଗା ଉପରେ ୩୩୫ ହେବ। ଏହା ବିଶ୍ବ ଜନସଂଖ୍ୟା ଘନତ୍ବ ତୁଳନାରେ ବହୁ ମାତ୍ରାରେ ଅଧିକ ରହିବ। ଜନସଂଖ୍ୟା ସଂକୋଚନକୁ ନେଇ ଅନୁମାନ କରାଯାଉଛି କି, ୨୦୨୨ରେ ଦେଶର ଜନସଂଖ୍ୟା ୧୪୧ କୋଟି ରହିଛି, ଯାହା ୨୧୦୦ରେ ହ୍ରାସ ପାଇ ୧୦୦. ୩ କୋଟି ହେବ। ସେହିପରି ଆମେରିକା, ଚୀନ ଆଦି ଦେଶର ଜନସଂଖ୍ୟା ମଧ୍ୟ ହ୍ରାସ ପାଇବ ବୋଲି ସର୍ଭେରେ ଦର୍ଶା ଯାଉଥିବା ବେଳେ କିନ୍ତୁ ଭାରତର ହ୍ରାସ ଅଧିକ ରହିବ ବୋଲି କୁହାଯାଇଛି।

    • ଶିଳା ରାୟଙ୍କ ରିପୋର୍ଟ
  • ଉପରମୁହାଁ କରୋନା ଗ୍ରାଫ

    ଉପରମୁହାଁ କରୋନା ଗ୍ରାଫ। ଦେଶରେ କରୋନା ମହାମରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣଆୟତ୍ତ ହେବାରେ ଲାଗିଛି। ଦିନକରେ ଦେଶରେ ୧୪ ହଜାର ୫୦୬ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ ହଜାର ୬୦୨ କୁ ବୃଦ୍ଧି ପାଇଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୫ ହଜାର ୭୭ କୁ ବୃଦ୍ଧି ପାଇଛି। । ସଂକ୍ରମଣ ଆରମ୍ଭ ହେବାଠାରୁ ଇତିମଧ୍ୟରେ ସୁସ୍ଥ ହୋଇଛନ୍ତି ୪ କୋଟି ୨୮ ଲକ୍ଷ ୮ ହଜାର ୬୬୬ ଆକ୍ରାନ୍ତ। ବର୍ତ୍ତମାନ ସୁଧା ୪କୋଟି ୩୪ ଲକ୍ଷ ୩୩ ହଜାର ୩୪୫ ଜଣ ଆକ୍ରାନ୍ତ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ କରୋନାରେ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟଗୁଡିକ ହେଉଛି ମହାରାଷ୍ଟ୍ର, କେରଳ, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, ପଶ୍ଚିମବଙ୍ଗ। ମହାରାଷ୍ଟ୍ରରେ ୩,୪୮୨ଜଣ, କେରଳରେ ୨୯୯୩ ଜଣ ଏବଂ ଦିଲ୍ଲୀରେ ୮୭୪ ଜଣ, ତାମିଲନାଡୁରେ ୧୪୮୪ ଜଣ, କର୍ଣ୍ଣାଟକରେ ୯୬୮ଜଣ, ପଶ୍ଚିମବଙ୍ଗରେ ୮୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

    ସେହିପରି ଉତ୍ତରପ୍ରଦେଶ ୫୧୯, ଗୋଆରେ ୧୬୮, ରାଜସ୍ଥାନରେ ୧୩୪ ଜଣ, ବିହାରରେ ୨୧୧ଜଣ, ପଞ୍ଜାବ ୧୯୪ଜଣ, ଆନ୍ଧ୍ରପ୍ରଦେଶରେ ୧୭୨ ଜଣ, ଛତିଶଗଡରେ ୧୮୬ଜଣ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ସେପଟେ ରାଜ୍ୟରେ ସେଞ୍ଚୁରୀ ପାର କଲା କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୫ ଜିଲ୍ଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ହୋଇଛନ୍ତି ୧୬୧ ସଂକ୍ରମିତ। ଖୋର୍ଦ୍ଧରୁ ସର୍ବାଧିକ 60 ଓ କଟକରୁ 32ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ ୧୩, ସୋନପୁରରୁ ୮, ପୁରୀରୁ ୫, ରାୟଗଡାରୁ ୫, ସମ୍ୱଲପୁରରୁ ୧, କେନ୍ଦୁଝରରୁ ୧ , ମୟୁରଭଞ୍ଜରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ସକ୍ରିୟ ମାମଲା ୬୨୯କୁ ବୃଦ୍ଧି ହୋଇଛି। ତେବ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୮୯ ହଜାର ୬୦୨କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୨ ଲକ୍ଷ ୭୯ହଜାର ୭୯୪ ଜଣ। ବର୍ତ୍ତମାନ ଠାରୁ ସଚେତନ ଓ ସର୍ତକ ନରହିଲେ ଆଗକୁ ସ୍ଥିତି ପୁଣି ବିସ୍ପୋରକ ହେବାର ଆଶଙ୍କା କରାଯାଉଛି। ଦୀର୍ଘ ୪ ମାସ ପରେ ସଂକ୍ରମଣର ହାର ତିନି ଅଙ୍କ ପାର କରିଥିବା ବେଳେ ଏବେ ରାଜ୍ୟରେ ଚତୁର୍ଥ ଲହର ଆଶଙ୍କା ଘନାଇବାରେ ଲାଗିଛି। ଅପରପଟେ ୭ ର ୧୨ ବର୍ଷ ବୟସର ପିଲାଙ୍କ ପାଇଁ କୋଭିଡ୍ ଟିକାକୁ ଅନୁମତି। ପୁଣି ସ୍ଥିତ ସେରମ୍ ଇନଷ୍ଟିଚ୍ୟଟର କୋଭୋଭ୍ୟାକ୍ସ ଟିକାକୁ ଅନୁମତି ଦେଲେ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ।

    • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ
Back to top button