RIVER

  • ୧୦ ବର୍ଷର ଛୁଆକୁ ଗିଳିଲା କୁମ୍ଭୀର

    ଚମ୍ୱଲ ନଦୀ କୂଳରେ ଗାଧୋଇବାକୁ ଯାଇଥିବା ବେଳେ ୧୦ ବର୍ଷର ଛୁଆକୁ ଗିଳିଦେଲା କୁମ୍ଭୀର। ଗ୍ରାମବାସୀ ଉକ୍ତ କୁମ୍ଭୀରକୁ ଜାଲ ପକାଇ ଧରିଥିଲେ। ଧରାପଡିବା ପରେ କୁମ୍ଭୀର ପେଟ ଭିତରୁ ପୁଅକୁ ଜୀବିତ ବାହାର କରିବାକୁ ଗ୍ରାମବାସୀ ଜିଦ୍ ଧରିଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶରେ। କୁମ୍ଭୀରଟି ବାଳକଟିକୁ ଗିଳିଦେବା ପରେ ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟଖେଳି ଯାଇଛି। ଏକଠାର ସୈପୁରସ୍ଥିତ ଚମ୍ୱଲ ନଦୀରେ ସୋମବାର ସକାଳେ ଜଣେ ୧୦ ବର୍ଷର ନାବାଳକ ଗାଧୋଉଥିବା ବେଳେ କୁମ୍ଭୀରଟି ଛକି ହୋଇ କୂଳରେ ରହିଥିଲା। ଏହାପରେ କୁମ୍ଭରଟି ବାଳକକୁ ନଦୀ ମଝିକୁ ଟାଣି ନେଇଯାଇଥିଲା। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ଏହାକୁ ଦେଖି ଘର ଲୋକଙ୍କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପରିବାର ଲୋକ ଏବଂ ସ୍ଥାନୀୟ ଲୋକେ ମିଶି ଜାଲ ବିଛେଇ କୁମ୍ଭୀରଟିକୁ ଧରିବାରେ ସଫଳ ହୋଇଥିଲେ।

    ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ଅଧିକାରୀ ଓ ପୁଲିସ ବିଭାଗ ପହଞ୍ଚି ଥିଲେ। ବନ ବିଭାଗ ଅଧିକାରୀ ଗ୍ରାମବାସୀଙ୍କୁ କୁମ୍ଭୀରଟିକୁ ଛାଡିବା ପାଇଁ କହିଥିଲେ କିନ୍ତୁ ସେମାନେ ରାଜି ହୋଇନଥିଲେ। ପରିବାର ଲୋକ କୁମ୍ଭୀର ପାଟି ଭିତରୁ ବାଳକଟିକୁ ବାହର କରିବା ପରେ ଯାଇ ସେମାନେ କୁମ୍ଭୀରଟିକୁ ଛାଡିବେ ବୋଲି ଅଡି ବସିଥିଲେ। ଗ୍ରାମବାସୀ କହିଛନ୍ତି ଯେ, ପିଲାଟି କୁମ୍ଭୀର ପେଟରେ ଅଛି। । କୁମ୍ଭୀର ପାଟିରେ ଗ୍ରାମବାସୀ ଏକ ବଡ ବାଉଁସ ଦେଇଥିଲେ। ଗ୍ରାମବାସୀ ବିଳମ୍ୱିତ ରାତି ପର୍ଯ୍ୟନ୍ତ କୁମ୍ଭୀରକୁ ବାନ୍ଧି ଚମ୍ୱଲ ନଦୀ କୂଳରେ ପିଲାଟି କୁମ୍ଭୀର ପେଟରୁ ବାହାରିବା ଅପେକ୍ଷାରେ ବସି ରହିଥିଲେ। ରଘୁନାଥପୁର ପୋଲିସ ଷ୍ଟେସନ ଦାୟୀତ୍ୱରେ ଥିବା ଶ୍ୟାମବୀର ସିଂ ତୋମାରଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ପିଲାଟି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ କୁମ୍ଭୀରଟି ପାଣି ଭିତରକୁ ଟାଣି ନେଇଥିବା କଥା ଗ୍ରାମବାସୀ କହିଛନ୍ତି।

    ଏହାର ତଦନ୍ତ ଜାରି ଅଛି ବୋଲି ପୋଲିସ ଅଧିକାରୀ କହିଛନ୍ତି। ସେପଟେ ଘଟଣାର କିଛି ସମୟ ପରେ ପରିବାର ଲୋକେ ଏବଂ ସର୍ମ୍ପକୀୟ ମିଶି ବାଳକକୁ ଖୋଜାଖୋଜି କରିଥିଲେ। କିନ୍ତୁ ପିଲାଟି କେଉଁଠି ମିଳିନଥିଲା। ଏହାସହ SDRF ଟିମ୍ ମଧ୍ୟ ବାଳକର ସନ୍ଧାନରେ ନିୟୋଜିତ ଅଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ। ଅଧିକାରୀ କହିଛନ୍ତି ଯେ, ଯଦି କୁମ୍ଭୀରଟି ବାଳକ ଉପରେ ଆକ୍ରମଣ କରିଛି, ତେବେ ସେ ଟିକେ ଖାଇବା ପରେ ତାଙ୍କୁ ଛାଡି ଦେଇଥାଏ।

    • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ
  • ପାଞ୍ଚ ରଙ୍ଗର ନଦୀ…

    ନଦୀ , ଗଛ , ଝରଣାକୁ ନେଇ ଗଠିତ ବିଶ୍ବ । ସମଗ୍ର ବିଶ୍ୱ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ଦକ୍ଷିଣ ଆମେରିକା ର କଲମ୍ୱିଆରେ ଏମିତି ଏକ ନଦୀ ଅଛି , ସେଥିରୁ ୫ ପ୍ରକାରର ରଙ୍ଗ ବାହାରୁଛି । ଯାହା କାନୋ କ୍ରିଷ୍ଟାଲ୍ସ ନଦୀ ନାଁରେ ଜଣାଶୁଣା।….
    ଦୁନିଆରେ ଏମିତି ଏକ ନଦୀ ଅଛି, ସେଥିରୁ ୫ ପ୍ରକାର ରଙ୍ଗର ପାଣି ବାହାରୁଛି। କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ସତ। ହେଲେ ୫ ପ୍ରକାରର ରଙ୍ଗ ଗୋଟିଏ ନଦୀରୁ ବାହାରୁଛି। ଯାହାକୁ ଦେଖିଲେ ମନରେ ବିଭିନ୍ନ ପ୍ରକାର ପ୍ରଶ୍ନ ଉଙ୍କି ମାରିବ । ହଁ ଆମେ କହୁଛୁ, ଏମିତି ଏକ ନଦୀ କଥା , ଯାହା ଦକ୍ଷିଣ ଆମେରିକା ର କଲମ୍ୱିଆରେ ଅଛି। ଯାହା କାନୋ କ୍ରିଷ୍ଟାଲ୍ସ ନଦୀ ନାଁରେ ଜଣାଶୁଣା। ନ୍ୟାସନାଲ ଜିଓଗ୍ରାଫି ପକ୍ଷରୁ ଏହାକୁ ଗାର୍ଡେନ ଅଫ ଇଡେନ ଏବଂ ଦେବାତାଙ୍କ ବାଟିକା ନାଁରେ ନାମିତ କରାଯାଇଛି।

    କାନୋ କ୍ରିଷ୍ଟାଲ ନଦୀ। ଏହା କେବଳ କଲମ୍ୱିଆର ଲୋକଙ୍କୁ ନୁହେଁ , ସମଗ୍ର ବିଶ୍ୱର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ନଦୀରେ ୫ଟି ଭିନ୍ନ ରଙ୍ଗର ଜଳ ଯଥା ହଳଦିଆ, ସବୁଜ, ନାଲି, କଳା ଏବଂ ନୀଳ ରଙ୍ଗର ପାଣି ବାହାରୁଥିବା ଦେଖିବାକୁ ମିଳିଛି। ପାଞ୍ଚ ରଙ୍ଗର ଜଳ ଯୋଗୁଁ ଏହି ନଦୀକୁ ୫ ରଙ୍ଗର ନଦୀ ମଧ୍ୟ କୁହାଯାଏ। ଏହା ବ୍ୟତୀତ ଏହାକୁ ତରଳ ଇନ୍ଦ୍ରଧନୁ ମଧ୍ୟ କୁହାଯାଏ। ନଦୀକୁ ଦେଖିବା ବେଳେ ଏହା ଏକ ସୁନ୍ଦର ଚିତ୍ର ପରି ଦେଖାଯାଏ। ଏହି ନଦୀ ଦୁନିଆର ସବୁଠାରୁ ସୁନ୍ଦର ନଦୀ ଭାବରେ ପରିଗଣିତ ହୁଏ। ଏହି ତରଳ ଇନ୍ଦ୍ରଧନୁ ନଦୀର ସୌନ୍ଦର୍ଯ୍ୟ ଜୁନ ମାସରୁ ନଭେମ୍ୱର ମଧ୍ୟରେ ଦେଖାଯାଇଥାଏ। ତେବେ ଏହି ମାସ ଗୁଡିକରେ ଲୋକମାନେ ବହୁ ଦୂରଦୂରାନ୍ତରୁ ଆସି ନଦୀର ସୌନ୍ଦର୍ଯ୍ୟ ଉପଭୋଗ କରନ୍ତି ।

    ଏହି ନଦୀକୁ ଦେଖିଲେ ମନରେ ନିଶ୍ଚୟ ପ୍ରଶ୍ନ ଉଙ୍କି ଉଠିବ। ଏହି ନଦୀର ରଙ୍ଗ କିପରି ବଦଳୁଛି। ତେବେ ନଦୀର ଜଳ ରଙ୍ଗ ପରିବର୍ତ୍ତନ କରେ ନାହିଁ। ବରଂ, ନଦୀରେ ରହିଥିବା ଏକ ସ୍ୱତନ୍ତ୍ର ଉଦ୍ଭିଦ ମାକେରେନା କ୍ଲାଭିଗେରା ଯୋଗୁଁ ଏହି ନଦୀର ଜଳ ରଙ୍ଗ ବଦଳିବାରେ ଲାଗେ। ଏହି ଉଦ୍ଭିଦ ନଦୀର ପାଦଦେଶରେ ରହିଥିବା ଜଣାପଡିଛି। ଏହି ଉଦ୍ଭିଦ ପାଇଁ ସମଗ୍ର ନଦୀ ପ୍ରାକୃତିକ ଭାବରେ ରଙ୍ଗୀନ ପରି ଲାଗୁଛି। ସକାଳ ସମୟରେ ସୂର୍ଯ୍ୟଙ୍କ କିରଣ ଏହି ଉଦ୍ଭିଦ ଉପରେ ପଡିଥାଏ। ଧୀର ଏବଂ ଦ୍ରୁତ ଆଲୋକ ଆଧାରରେ ଏହି ଉଦ୍ଭିଦର ରଙ୍ଗ ନଦୀର ଜଳ ଉପରେ ପ୍ରତିଫଳିତ ହୁଏ। ବାଇଗଣୀଠାରୁ ଉଜ୍ୱଳ ଲାଲ ପର୍ଯ୍ୟନ୍ତ ସମସ୍ତ ରଙ୍ଗ ଦିନର ବିଭିନ୍ନ ସମୟରେ ଦୃଶ୍ୟମାନ ହୋଇଥାଏ।

    • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ
Back to top button