ROAD

  • ବର୍ଷାରେ ଚାଲିଛି ରାସ୍ତା କାମ

    ନୂଆଦିଲ୍ଲୀ: କଥାରେ କହନ୍ତି ସରକାର କା ମାଲ ଦରିଆ ମେ ଡାଲ । ଲୋକ ମାନେ ବିଭିନ୍ନ ପ୍ରସଙ୍ଗରେ କହୁଥିବାର ସମସ୍ତେ ଶୁଣିଛନ୍ତି । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପଞ୍ଜାବରେ ଜଣେ ଠିକାଦାର ପ୍ରବଳ ବର୍ଷା ଲାହି ରହିଥିବା ବେଳେ ରାସ୍ତାରେ ଶ୍ରମିକ ମାନଙ୍କ ସହାୟାତାରେ ପିଚୁ ଢାଳୁଥିବାର ଭିଡିଓ ଭାଇରାଲ ହୋଇଥିଲା । ପଞ୍ଜାବର ହୋସିଆରପୁର ଠାରେ ପ୍ରବଳ ବର୍ଷା ଚାଲିଥିବା ବେଳେ ସଡକରେ ପିଚୁ ଢାଳିବା କାମ ଚଲାଇଥିଲ ଠିକାଦାର । କାମ ଚାଲଥିବା ସମୟରେ କେହି ଜଣେ ଏହାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ଭିଡିଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଙ୍କ ନଜରକୁ ଆସିବା ପରେ ସରକାର ପିଡବ୍ୟୁଡି ବିଭାଗର ୪ ଜଣ ଅଧିକାରୀଙ୍କୁ ସସପେଣ୍ଡ କରିଛନ୍ତି । ବର୍ଷା ଜାରି ରହିଥିବା ବେଳେ ପିଡ୍ବ୍ୟୁଡି କର୍ମଚାରୀ ରାସ୍ତାରେ ପିଚୁ ଢାଳିଚାଲିଛନ୍ତି ଏ ସମୟରେ ଜଣେ ବ୍ୟକ୍ତି  ସେଠାରେ ପହଞ୍ଚିକାମ ବନ୍ଦ କରିବାକୁ କହୁଛନ୍ତି କିନ୍ତୁ କର୍ମଚାରୀ ମାନେ ତାଙ୍କ କଥା ନଶୁଣି ପିଚୁ ଢାଳିବାରେ ଲାଗିଛନ୍ତି । ଏ ଭିଡିଓ ରେ ଦେଖିବାକୁ ମିଳିଛି କି ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ବାରମ୍ଭାର କହୁଛନ୍ଚି କି ଲୋକଙ୍କ ଟଙ୍କାକୁ ଏଭଳି ବରବାଦ କରନାହିଁ । ସଡକରେ ପାଣି ଜମା ହୋଇଛି । ବର୍ଷା ଛାଡିଯିବା ପରେ ରାସ୍ତାରୁ ପାଣି କମିଗଲେ ଆପଣ ମାନେ ପିଚୁ ଢାଳିବେ । ହେଲେ ତାଙ୍କ କଥା କେହି ନଶୁଣ ିରାସ୍ତାରେ ପିଚୁ ଢାଳିବେରେ ଲାଗିଥିଲେ । ଏହା ପରେ ଶେଷଽରେ ବାଧ୍ୟ୍ୟ ହୋଇ ବ୍ୟକ୍ତି ଜଣଙ୍କ ଭିଡିଓ ରେକର୍ଡିଂ କରିବା ସହ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହା ସମସ୍ତ ଙ୍କ ସଚତେନତା ର ବାର୍ତ୍ତା ଦେଉଛି ।

    ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ ନକ୍ଷତ୍ର ନିଜ୍ୟୁ

  • ଗାଁକୁ ଯିବାପାଇଁ ନାହିଁ ରାସ୍ତା,,,ଘରେ ଘରେ ରହିଛି ଡଙ୍ଗା

    ଦୁନିଆରେ ଆଜି ବି ଏମିତି ସ୍ଥାନ ଅଛି, ଯେଉଁଠି ଯିବା ଆସିବା ପାଇଁ ରାସ୍ତାଟିଏ ନାହିଁ। ଏହାର ଅର୍ଥ ନୁହେଁ କି, ସେଠାର ସରକାର ରାସ୍ତା ନିର୍ମାଣ କରି ନାହାନ୍ତି। ଜଳପଥ ସେଠାରେ ଯାତାୟାତର ଏକମାତ୍ର ମାଧ୍ୟମ।ତେଣୁ ଲୋକଙ୍କୁ କାର କିମ୍ୱା ବାଇକ କିଣିବାର ଦରକାର ପଡିନଥାଏ। ଲୋକେ ନିଜ ସଞ୍ଚୟରୁ ଡଙ୍ଗା କିଣିଥାନ୍ତି। ସେମିତି ଏକ ସ୍ଥାନ ବିଷୟରେ ଆସନ୍ତୁ ଜାଣିବା।ଏଭଳି ଅନେକ ଜାଗା ଅଛି ଯାହା ସେମାନଙ୍କ ବିଶେଷତା ପାଇଁ ପ୍ରସିଦ୍ଧି ଲାଭ କରିଛି। କେଉଁଠି ଖାଦ୍ୟ ପାଇଁ ତ ଆଉ କେଉଁଠି ପର୍ଯ୍ୟଟନସ୍ଥଳୀ, ଆଉ କେଉଁଠି ମନ୍ଦିର ପାଇଁ। ଆଜି ଏମିତି ଏକ ସ୍ଥାନ ସମ୍ପର୍କରେ ଜାଣିବା ଯେଉଁଠି ବିନା ରାସ୍ତାରେ ଲୋକମାନେ ବସବାସ କରୁଛନ୍ତି। କୌଣସି ଯାନବାହାନ କିଣିବାର ଆବଶ୍ୟକତା ମଧ୍ୟ ନାହିଁ। କେବଳ ଡଙ୍ଗା ଏମାନଙ୍କ ଯାତାୟାତର ଏକମାତ୍ର ମାଧ୍ୟମ।ନେଦରଲ୍ୟାଣ୍ଡର ଗିର୍ଥନ ଏକ ଛୋଟ ଗାଁ ।

    ଗାଁଟି ଏତେ ସୁନ୍ଦର ଯେ, ଥରେ ନୁହେଁ ବାରମ୍ୱାର ସେଠାକୁ ଯିବାକୁ ଇଛା ହେବ। ଗାଁଟିର ବୈଶିଷ୍ଟ୍ୟ ଏହାକୁ ବିଶ୍ବରେ ପ୍ରସିଦ୍ଧି ଆଣିଦେଇଛି। ଏହି ଗାଁରେ ରାସ୍ତା ନାହିଁ। ତେଣୁ ଏହାକୁ ନେଦରଲ୍ୟାଣ୍ଡର ଭେନସ ମଧ୍ୟ କୁହାଯାଏ। କେବଳ ଡଙ୍ଗାରେ ଯିବାଆସିବା କରିଥାନ୍ତି ଲୋକେ। ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ ବେଶ ଆକଷର୍ଣୀୟ। ଏହାକୁ ଦେଖିବାକୁ ଦେଶ ବିଦେଶରୁ ବହୁ ଲୋକଙ୍କ ସୁଅ ଛୁଟିଥାଏ। ଏହି ଗାଁରେ ଗାଡିମୋଟର ଚାଲୁନଥିବାରୁ ପରିବେଶ ପ୍ରଦୂଷଣର ଆଶଙ୍କା ନ ଥାଏ। ଏଠାକାର ଜନସଂଖ୍ୟା ୩ହଜାର ହୋଇଥିବା ବେଳେ ପ୍ରତ୍ୟେକ ପରିବାରର ନିଜସ୍ୱ ଡଙ୍ଗା ରହିଛି। ଶୀତଦିନରେ ଏହି ସ୍ଥାନରେ ବରଫ ଜମା ହୋଇଥାଏ। ଯେଉଁଥିପାଇଁ ଲୋକମାନେ ବରଫ ସ୍କେଟିଂକୁ ଉପଭୋଗ କରିଥାନ୍ତି। ବର୍ଷର ବିଭିନ୍ନ ସମୟରେ ଏଠାକୁ ଲାଗିଥାଏ ପର୍ଯ୍ୟଟକଙ୍କ ଭିଡ।

    • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ.
  • ୫ ଦିନ ରେ ୭୫ କିଲୋମିଟର ସଡକ ନିର୍ମାଣ କରି ଭାରତ କରିଛି ବିଶ୍ୱ ରେକର୍ଡ

    ଭାରତୀୟ ରାଷ୍ଟ୍ରୀୟ ରାଜାମାର୍ଗ ପ୍ରାଧିକରଣ ବା ଏନ.ଏଚ.ଏ.ଆଇ ୧୦୫ ଘଣ୍ଟାରେ ୭୫ କିଲୋମିଟର ଦୀର୍ଘ ସିମେଣ୍ଟ ସଡକ ନିର୍ମାଣ କରି ବିଶ୍ୱ ରେକର୍ଡ ସ୍ଥାପନା କରିଥିବା କେନ୍ଦ୍ରୀୟ ଭୂତଳ ପରିବହନ ମନ୍ତ୍ରୀ ନିତିନ ଗଡକରୀ ତାଙ୍କ ଟ୍ୱିଟ୍‌ରେ ଏହି ସୂଚନା ଦେଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ NH-53 ରେ ୧୦୫ ଘଣ୍ଟା ଓ ୩୩ ମିନିଟ୍‌ରେ ୭୫ କିଲୋମିଟର ଦୀର୍ଘ ସିଙ୍ଗଲ ଲେନରେ ବିଟୁମିନ୍ ଓ କଂକ୍ରିଟ ବିଛେଇବାର ନୂଆ କିର୍ତ୍ତିମାନ ସ୍ଥାପନା ହୋଇଛି। ଜାତୀୟ ରାଜପଥ ପ୍ରାଧିକରଣ (NHAI) NH-53 ଅନ୍ତର୍ଗତ ଆନ୍ଧ୍ରପ୍ରଦେଶର ଅମରାବତୀ ଓ ମହାରାଷ୍ଟ୍ରର ଆକୋଲା ମଧ୍ୟରେ 75 କିଲୋମିଟର କ୍ରମାଗତ ବିଟୁମିନିୟସ୍ କଂକ୍ରିଟ୍ ରାସ୍ତା କେବଳ ପାଞ୍ଚଦିନ ମଧ୍ୟରେ ନିର୍ମାଣ କରି ଏକ ନୂତନ ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାପନ କରିଛି |


    ଭାରତ ସ୍ୱାଧୀନତାର ୭୫ ବର୍ଷ ପାଳନ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷିତ ଆଜାଦି କା ଅମୃତ ମହୋତ୍ସବ ଅଧିନରେ ଏନଏଚଏଆଇ ଏହି ବିଶ୍ୱରେକର୍ଡ ସ୍ଥାପନା କରିଛନ୍ତି, ଯାହାକୁ ଗିନିଜ ବୁକ୍ ଅଫ ୱାର୍ଲଡ ରେକର୍ଡ ପ୍ରମାଣିତ କରିଛନ୍ତି। ଏଥିଲାଗି ଗଡକରୀ ଏନଏଚଆଇଙ୍କ ପ୍ରକଳ୍ପର କୁଶଳ କାର୍ଯ୍ୟାନ୍ୱୟନ ଲାଗି ପ୍ରାଧିକରଣ ଓ ରାଜପଥ ଇନଫ୍ରାକନ ପ୍ରାଇଭେଟ ଲିମିଟେଡଙ୍କ ସମସ୍ତ ଇଞ୍ଜିନିୟର, ଠିକାଦାର, ପରାମର୍ଶଦାତା ଓ ଶ୍ରମିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


    ୭୫ କିଲୋମିଟର ଦୀର୍ଘ ସିଙ୍ଗଲ ଲେନ ବିଟୁମେନ କଂକ୍ରିଟ୍ ରୋଡକୁ ଯଦି ୨ ଲେନ ପକ୍କା ସଡକ ହିସାବରେ ଧରାଯାଏ ତେବେ ଏହା ୩୭.୫ କିଲୋମିଟର ସଡକ ହେବ। ଏହାକୁ ନିର୍ମାଣ କରିବା ଲାଗି ୩ ଜୁନ ସକାଳ ୭ଟା ୨୭ ମିନିଟ୍‌ରେ କାମ ଆରମ୍ଭ ହୋଇଥିଲା,ଯାହା ୭ ଜୁନ ଅପରାହ୍ନ ୫ଟାରେ ଶେଷ ହୋଇଛି। ଗଡକରୀ କହିଛନ୍ତି ଯେ ଏହା ପୂର୍ବରୁ ଏହି ରେକର୍ଡ କତାର ର ଦୋହା ନାମରେ ଥିଲା। ୨୦୧୯ ମସିହାରେ କତାର ରଜଧାନୀ ଦୋହାରେ ୨୫.୨୭୫ ମିଟର ସଡକର ନିର୍ମାଣ ହୋଇଥିଲା। ଏହି କାମ ଶେଷ କରିବାକୁ ୧୦ ଦିନ ସମୟ ଲାଗିଥିଲା। ଏବେ ଭାରତ ଏହି ରେକର୍ଡ ଭାଂଗିଥିବାର ଜଣାପଡିଛି l ଏହି ଗୁରୁତ୍ୱପୁର୍ଣ ପୂର୍ବ କରିଡର କୋଲକାତା, ରାୟପୁର, ନାଗପୁର, ସୁରଟ ଭଳି ପ୍ରମୁଖ ସହରକୁ ଯୋଡ଼ିଥାଏ l


    ଏହି ରେକର୍ଡ ପରେ କେବଳ NHAI ନୁହଁ ମନ୍ତ୍ରୀ ନିତିନ ଗଡ଼କରୀ ମଧ୍ୟ ଚର୍ଚ୍ଚାରେ ଯିଏକି ମୋଦୀ ସରକାରଙ୍କ ଜଣେ ବରିଷ୍ଠ ମନ୍ତ୍ରୀ ଓ ସର୍ବଦା ପାର୍ଟି ଲାଇନରେ ତଥା ସାଧାରଣ ଜନତାଙ୍କ ସହ ତାଙ୍କର ବ୍ୟାପକ କାର୍ଯ୍ୟ ପାଇଁ ପ୍ରଶଂସିତ ହୋଇଛନ୍ତି। ତାଙ୍କର ସଡ଼କ ଏବଂ ଜଳପଥ ଦ୍ୱାରା ପରିବହନ କ୍ଷେତ୍ରର ରୂପାନ୍ତର ଆଶ୍ଚର୍ଯ୍ୟଜନକ | ତାଙ୍କ କାର୍ଯ୍ୟର ସର୍ବୋତ୍ତମ ଦିଗ ହେଉଛି ସେ ବିଶ୍ୱ ରେ ବ୍ୟବହୃତ ବିଭିନ୍ନ ଅଭିନବ ଧାରଣା ଅଧ୍ୟୟନ କରି ଏହାକୁ ସମଗ୍ର ଦେଶରେ ପ୍ରୟୋଗ କରିବାକୁ ଚେଷ୍ଟା କରିବାରେ ବିଶ୍ୱାସ କରନ୍ତି | ଗତ 7 ବର୍ଷ ମଧ୍ୟରେ, ଜାତୀୟ ରାଜପଥର ଦୂରତା 50% ବୃଦ୍ଧି ପାଇ 91,287 କିଲୋମିଟରରୁ 1,37,625 କିଲୋମିଟର ତିଆରି କରି ସେ ପ୍ରସଂଶିତ ହୋଇଥିଲେ |

    ଭାରତମାଲା ଯୋଜନା ଅଧୀନରେ ସମୁଦାୟ 65,000 କିଲୋମିଟରରୁ ଅଧିକ ଜାତୀୟ ରାଜପଥ ନିର୍ମାଣ କରାଯାଉଛି, ଯାହାକି ନୂତନ ତଥା ବିଦ୍ୟମାନ ଜାତୀୟ ରାଜପଥଗୁଡିକର ଏକ ବିସ୍ତୃତ ନେଟୱାର୍କକୁ ଦର୍ଶାଉଛି | ଭାରତମାଲା ପ୍ରକଳ୍ପ ହେଉଛି ଭାରତର ଦ୍ୱିତୀୟ ବୃହତ୍ତମ ରାଜପଥ ନିର୍ମାଣ ପ୍ରକଳ୍ପ, ବିଶେଷକରି ଆର୍ଥନୀତିକ କରିଡର, ସୀମାନ୍ତବର୍ତ୍ତୀ ଅଞ୍ଚଳ ତଥା ଦୂରଦୂରାନ୍ତରେ ସଂଯୋଗକୁ ସୁଦୃଢ କରିବାର ଲକ୍ଷ୍ୟ ରଖିଛି | ଆଜି ପର୍ଯ୍ୟନ୍ତ ପ୍ରାୟ 40,000 କିଲୋମିଟର ନୂତନ ସଡ଼କକୁ ଜାତୀୟ ରାଜପଥ ଭାବରେ ନାମିତ କରାଯାଇଛି |

    • ଅଭିଷେକ ପୁରୋହିତଙ୍କ ରିପୋର୍ଟ
Back to top button