robot

  • ଏଥର ରୋବର୍ଟ ଭରିବ ପେଟ୍ରୋଲ

    ()ଆପଣ ଦେଖୁଥିବେ ଆମଦେଶ ଭାରତରେ ପ୍ରତେକ ଟାଙ୍କିରେ ପେଟ୍ରୋଲ ପକାଇବା ପାଇଁ କର୍ମଚାରୀମାନେ ନିଯୁକ୍ତି ହେଇଛନ୍ତି ଆଉ ପ୍ରତେକ ଦିନ ପେଟ୍ରୋଲ ପକାଇବା ପାଇଁ ଲୋକଙ୍କର ଲମ୍ବା ଧାଡି ଦେଖିବାକୁ ମିଳୁଛି । କିନ୍ତୁ କିଛି ଦେଶରେ ପେଟ୍ରୋଲ ପମ୍ପ ପାଇଁ ନିଆଯାଇଛି ଆଗୁଆ  ପଦକ୍ଷେପ । ପେଟ୍ରୋଲ ପମ୍ପରେ ନିଯୁକ୍ତି ହେଇଛନ୍ତି ରୋବର୍ଟ ।

    ଫିନଲ୍ୟାଣ୍ଡ ଦେଶରେ ନିଯୁକ୍ତି ହେଇଛନ୍ତି ରୋବର୍ଟ । ତେବେ ଡେନିସ ଷ୍ଟାଟସ ଅଟୋଫ୍ୟୁଲ କମ୍ପାନୀ ଏପରି ଏକ ରୋବର୍ଟ ପ୍ରସ୍ତୁତ କରିଛନ୍ତି ଯିଏକି ପେଟ୍ରୋଲ ପମ୍ପରେ ଗାଡି ଲାଗଇବା ମାତ୍ରେ ଭରିଦେବ ଆପଣଙ୍କ ଗାଡିରେ ପେଟ୍ରୋଲ । ଏପରି ପେଟ୍ରୋଲ ପମ୍ପ ପୃଥିବୀରେ ପ୍ରଥମ ଓ ଏକମାତ୍ର ପେଟ୍ରୋଲ ପମ୍ପ ବୋଲି କମ୍ପାନୀ ତରଫରୁ କୁହାଯାଇଛି ।

    ଆସନ୍ତୁ ଜାଣିବା ଏହି ରୋବର୍ଟ କପରି କାମ କରେ । 

    ଏହି ରୋବର୍ଟ ସେନସେର ଓ କ୍ୟାମେରା ମାଧ୍ୟମରେ କାମ କରିଥାଏ । ପ୍ରଥମେ କାର ଫ୍ୟୁଲ ଷ୍ଟେସନରେ କାର ଲାଗିଲା ମାତ୍ରେ  ଏଥିରେ ଲାଗିଥିବା କ୍ୟାମେରା ସର୍ବପ୍ରଥମେ ଏହାର ରେଜିସଷ୍ଟ୍ରେସନ ନମ୍ବରକୁ ପଢିଥାଏ ଯାହା ଦ୍ୱାରା ରୋବର୍ଟ ଜାଣିପାରେକି ଏହା ପେଟ୍ରୋଲ ଅବା ଗ୍ୟାସ ଗାଡି । ପରେ ଅନ୍ୟ ଏକ କ୍ୟାମେରା କାର ଡ୍ରାଇଭରକୁ ସଠିକ୍ ଯାଗାରେ ଗାଡି ଲଗାଇବାକୁ ଦିଗ ଦର୍ଶାଇଥାଏ । ଥରେ ସଠିକ ଜାଗାରେ ଗାଡି ଲାଗିଲା ପରେ ରୋବର୍ଟ ପେଟ୍ରୋଲ ଟାଙ୍କି ଖୋଲି ତେଲ ପକାଇଥାଏ ଏବଂ ପେଟ୍ରୋଲ ଫୁଲ ହେବା ପୁର୍ବରୁ ଏଥିରେ ଥିବା ସେନସର ମାଧ୍ୟମରେ ଏହା ଆଗୁଆ ଜଣା ପଡିଥାଏ ।

    ଏଥିରେ କିଛି ଲୋକଙ୍କର ଅଭିଯୋଗ ବି ଆସିଛି ଯେ ଏହି ରୋବର୍ଟ ବହୁତ ସ୍ଲୋ ରେ କାମ କରୁଛି ଯାହା ଦ୍ୱାରା ଅଧିକାଶଂ ଗାଡିଚାଳକ ବିରକ୍ତି ହେଉଛନ୍ତି । ଏହାକୁ ନେଇ କମ୍ପାନୀ କହିଛି ଯେ ଏହା ଟେଷ୍ଟିଙ୍ଗର ପ୍ରାରମ୍ଭିକ ଅବସ୍ଥା ହେଇଥିବାରୁ  ଆମେ ରୋବର୍ଟର କାମ କରିବା ପ୍ରୋସେସକୁ ସ୍ଲୋ କରିଛୁ । ପରେ ଏହାକୁ ପ୍ସିଡି ପ୍ରୋସେସ କରାଯିବ । କମ୍ପାନୀର ନିୟମ ରହିଛି  କି ଏହି ଷ୍ଟେସନରେ କେବଳ ଅଟୋଫ୍ୟଲ କମ୍ପାନୀ ସହ ରେଜିଷ୍ଟେସନ ହେଇଥିବା ଗାଡିମାନେ ହିଁ ଫ୍ୟଲ ଭରିପାରିବେ ।

Back to top button