RSS LEADER

  • ଆରଏସଏସ ସଦସ୍ୟଙ୍କ ଘରକୁ ବୋମା ମାଡ

    ତାମିଲନାଡୁ ମଦୁରାଇରେ ବୋମା ମାଡ।  ଆରଏସଏସ ସଦସ୍ୟ “ଏମ ଏସ କ୍ରିଷ୍ଣନ” ଙ୍କ ଘରକୁ ଫିଙ୍ଗାଯାଇଥିଲା ପେଟ୍ରୋଲ ବମ। ଦୁଇଜଣ ଦୁର୍ବୁତ୍ତ ବାଇକରେ ଆସି  କ୍ରିଷ୍ଣନଙ୍କ ଘରକୁ ୩ଟି ପେଟ୍ରୋଲ ବମ ଫୋପାଡ଼ିଥିଲେ। ତେବେ ଘଟଣାରେ  କେହି ଆହତ ହୋଇନଥିବା ସୂଚନା ମିଳିଛି।  ପୂର୍ବରୁ ମଧ୍ୟ ତାଙ୍କ  ଉପରେ ବହୁବାର ଆକ୍ରମଣ  ହୋଇଥିବା କହିଛନ୍ତି କ୍ରିଷ୍ଣନ । ଗତ କାଲି ପ୍ରାୟ ସନ୍ଧ୍ୟା ୭:୩୮ ସମୟରେ ପୁନର୍ବାର ତାଙ୍କ ଘର ଉପରେ ଆକ୍ରମଣ କରିଥିଲେ ଦୁର୍ବୁତ୍ତ।  ଘଟଣାର ସମସ୍ତ ଦୃଶ୍ୟ  cctv ଫୁଟେଜରେ କଏଦ ହୋଇଛି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।

Back to top button