ରାଜନୀତି

ନିଲମ୍ବନକୁ ନେଇ ହଟଗୋଳ

ନୂଆଦିଲ୍ଲୀ: ବିଭିନ୍ନ ପ୍ରସଙ୍ଗ ନେଇ ସଂସଦରେ ଜରଦାର ହଟଗୋଳ । ସୋମବାର ୪ ଜଣ କଂଗ୍ରେସ ସାଂସଦଙ୍କୁ ନିଲମ୍ବନ କରିବା ପରେ ମଙ୍ଗଳବାର ୧୯ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବନ କରାଯାଇଛି । ସୁସ୍ମିତା ଦେବ . ଡକ୍ଟର ଶାନ୍ତନୁ ସେନ , ଡୋଲା ସେନ , ଶାନ୍ତା ଛେତ୍ରୀ , ମହମ୍ମଦ ଅବଦୁଲା , ଏଏ ରହିମ , ଏଲ ଯାଦବ, ବିବି ଶିବାନନ୍ଦ, ଅବୀର ରଞ୍ଜନ , ନଦୀମୁଲ ହକ୍ ପ୍ରମୁଖଙ୍କୁ ନିଲମ୍ବିତ କରାଯାଇଛି । ଦରଦାମ ବୃଦ୍ଧିକୁ ବିରୋଧ କରି ମୌସୁମୀ ଅଧିବେସନ ଆରମ୍ଭରୁ ହିଁ ବିରୋଧୀ ମାନେ ହଙ୍ଗାମା କରି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ।

କୌଣସି ପରିସ୍ଥିତିରେ ଗୃହ ଚଲାଇବାକୁ ଦେଉନହାଁନ୍ତି । ସେପଟେ ସରକାର କହୁଛନ୍ତି ସମସ୍ତ ପ୍ରକାର ଆଲୋଚାନ ପାଇଁ ସରକାର ପ୍ରସ୍ତୁତ କିନ୍ତୁ ବିରୋଧୀ ସାଂସଦ ମାନେଗୃହର ଗାରିମା ଓ ସମ୍ମାନକୁ ଆଖି ଆଗରେ ରଖି ଶାନ୍ତିପୁରଣ ତରିକାରେ ନିଜ ନିଜର ଦାବି ଜଣାଇବା ଉଚିତ୍ ।

  • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button